ETV Bharat / sports

ଟୋକିଓ ଅଲମ୍ପିକ୍ସରେ ପ୍ରତିଦିନ ହେବ ଆଥଲେଟଙ୍କ କୋରୋନା ଟେଷ୍ଟ

author img

By

Published : Apr 29, 2021, 4:35 PM IST

ଆସନ୍ତା ଜୁଲାଇ ମାସ 23 ତାରିଖରୁ ଅଲମ୍ପିକ୍ସ ଆରମ୍ଭ ହେବ । ତେବେ ଏହି ପ୍ରତିଯୋଗିତାରେ ପ୍ରତିଦିନ ପ୍ରତ୍ୟେକ ଆଥଲେଟଙ୍କ ହେବ କୋରୋନା ଯାଞ୍ଚ । ଅଧିକ ପଢ଼ନ୍ତୁ...

ଟୋକିଓ ଅଲମ୍ପିକ୍ସରେ ପ୍ରତିଦିନ ହେବେ ଆଥଲେଟଙ୍କ କୋରୋନା ଟେଷ୍ଟ

ନୂଆଦିଲ୍ଲୀ: ଟୋକିଓ ଅଲମ୍ପିକ୍ସ ପାଇଁ ଆଉ 90ଦିନରୁ ବି କମ ସମୟ ବାକି ରହିଛି । ଆସନ୍ତା ଜୁଲାଇ ମାସ 23 ତାରିଖରୁ ଅଲମ୍ପିକ୍ସ ଆରମ୍ଭ ହେବ । ତେବେ ଏହି ପ୍ରତିଯୋଗିତାରେ ପ୍ରତିଦିନ ପ୍ରତ୍ୟେକ ଆଥଲେଟଙ୍କ ହେବ କୋରୋନା ଯାଞ୍ଚ । ଏହାକୁ ନେଇ ଟୋକିଓ ଅଲମ୍ପିକ୍ସ ଆୟୋଜକ କମିଟି ପକ୍ଷରୁ ସୂଚନା ଦିଆଯାଇଛି । ଜାପାନରେ କୋରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଜାପାନ ସରକାର ଓ ଅଲମ୍ପିକ୍ସ ଆୟୋଜକ ସମିତି ମଧ୍ୟରେ ଏକ ଆଲୋଚନା ହୋଇଥିଲା ।

ଆଲୋଚନା ପରେ ଅନ୍ତର୍ଜାତୀୟ ଅଲମ୍ପିକ୍ସ କମିଟିର ଜଣେ ଅଧିକାରୀ କହିଛନ୍ତି ଯେ, "କୋରୋନା ଭାଇରସ ସଂକ୍ରମଣ ବର୍ତ୍ତମାନ ସୁଦ୍ଧା କମ୍ ହୋଇନାହିଁ । ଜାପାନରେ ମଧ୍ୟ କୋରୋନା ସଂକ୍ରମଣ ଜାରି ରହିଛି । ଏଭଳି ସ୍ଥିତିରେ ଆଥଲେଟଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରତିଦିନ ସେମାନଙ୍କ କୋରୋନା ଯାଞ୍ଚ କରାଯିବାକୁ ନିଷ୍ପତ୍ତି ହୋଇଛି ।"

ଖାଲି ସେତିକି ନୁହେଁ ଅଲମ୍ପିକ୍ସରେ ଭାଗ ନେବାକୁ ଥିବା ଆଥଲେଟମାନେ ଅବାଧରେ ବାହାରେ ବୁଲି ପାରିବେ ନାହିଁ । ଏହାସହ କୌଣସି ଆଥଲେଟଙ୍କୁ ବାହାରେ ଖାଇବାକୁ ଅନୁମତି ମିଳିବ ନାହିଁ । ଜାପାନ ଯିବା ପୂର୍ବରୁ ସମସ୍ତ ପ୍ରତିଯୋଗୀ ଓ ସପୋର୍ଟ ଷ୍ଟାଫଙ୍କୁ ଦୁଇଥର କୋରନା ଯାଞ୍ଚ କରାଇବାକୁ ହେବ । ଏହାପରେ କେରୋନା ନେଗେଟିଭ ରିପୋର୍ଟ ଦାଖଲ କରିବାକୁ ହେବ । ପୂର୍ବରୁ ଟୋକିଓ ଅଲମ୍ପିକ୍ସରେ ବିଦେଶୀ ଦର୍ଶକଙ୍କୁ ଅନୁମତି ଦିଆଯିବ ନାହିଁ ବୋଲି ନିଷ୍ପତ୍ତି ହୋଇଥିଲା । ଗତ ମାର୍ଚ୍ଚ ମାସରେ ଜାପାନ ସରକାର ଏହି ନିଷ୍ପତ୍ତି ନେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.