ETV Bharat / sports

ଏସିଆନ କୁସ୍ତି ଚମ୍ପିଆନସିପ-2020: ଭାରତର ପ୍ରତିନିଧିତ୍ବ କରିବେ ରାହୁଲ-ସାକ୍ଷୀ

author img

By

Published : Jan 14, 2020, 10:54 AM IST

ଫେବୃୟାରୀ 17-23 ପର୍ଯ୍ୟନ୍ତ ସିନିୟର ଏସିଆନ କୁସ୍ତି ଚମ୍ପିଆନସିପ 2020 ଅନୁଷ୍ଠିତ ହେବ । ଏହି ସମ୍ମାନଜନକ ପ୍ରତିଯୋଗୀତାରେ ଅଲମ୍ପିକ ବ୍ରୋଞ୍ଜ ମେଡାଲ ବିଜେତା ସାକ୍ଷୀ ମଲ୍ଲିକ ଓ ବିଶ୍ବ କୁସ୍ତି ଚମ୍ପିଆନସିପରେ ବ୍ରୋଞ୍ଜ ମେଡାଲ ବିଜେତା ରାହୁଲ ଆୱାରେ ଭାରତର ପ୍ରତିନିଧିତ୍ବ କରିବେ ।

Asian Wrestling C'ship
ଏସିଆନ କୁସ୍ତି ଚମ୍ପିଆନସିପ

ନୂଆଦିଲ୍ଲୀ: ଚଳିତ ବର୍ଷ ଫେବୃୟାରୀରେ ଅନୁଷ୍ଠିତ ହେବ ସିନିୟର ଏସିଆନ କୁସ୍ତି ଚମ୍ପିଆନସିପ 2020 । ଫେବୃୟାରୀ 17- 23 ପର୍ଯ୍ୟନ୍ତ ଏହି ସମ୍ମାନଜନକ ପ୍ରତିଯୋଗୀତା ଖେଳାଯିବ । ଅଲମ୍ପିକ ବ୍ରୋଞ୍ଜ ମେଡାଲ ବିଜେତା ସାକ୍ଷୀ ମଲ୍ଲିକ ଓ ବିଶ୍ବ କୁସ୍ତି ଚମ୍ପିଆନସିପରେ ବ୍ରୋଞ୍ଜ ମେଡାଲ ବିଜେତା ରାହୁଲ ଆୱାରେ ଭାରତର ପ୍ରତିନିଧିତ୍ବ କରିବେ ।

ଏନେଇ ଜାନୁୟାରୀ 12-13 2 ଦିନ ଧରି ଟ୍ରାଏଲ ମାଧ୍ୟମରେ ଚୟନପ୍ରକିୟା ଶେଷ ହୋଇଛି । ଲକ୍ଷ୍ନୌର ସୋନିପତସ୍ଥିତ ସାଇ ଟ୍ରେନିଂ ସେଣ୍ଟରରେ ଏହି ଟ୍ରାଏଲ ପ୍ରକ୍ରିୟା ହୋଇଥିଲା । ଏଥିରେ ଫ୍ରିଷ୍ଟାଇଲ କୁସ୍ତି ଯୋଦ୍ଧା ରାହୁଲ ଆୱାରେ (61 କିଲୋଗ୍ରାମ), ନବୀନ( 70କିଲୋଗ୍ରାମ), ଗୌରବ ବଳିୟାନ( 79କିଲୋଗ୍ରାମ), ସୋମବୀର (92କିଲୋଗ୍ରାମ) ବର୍ଗରେ ଚୟନ ହୋଇଛନ୍ତି ।

ଅର୍ଜୁନ (55 କିଲୋଗ୍ରାମ), ସଚିନ ରାଣା(63 କିଲୋଗ୍ରାମ), ଆଦିତ୍ୟ କୁଣ୍ଡୁ(72 କିଲୋଗ୍ରାମ), ହରପ୍ରିତ ସିଂହ (82କିଲୋଗ୍ରାମ) ଭାରତର ପ୍ରତିନିଧିତ୍ବ କରିବେ । ସାକ୍ଷୀ ମଲ୍ଲିକ (65କିଲୋଗ୍ରାମ) , ପିଙ୍କି (55 କିଲୋଗ୍ରାମ), ସରିତା(59 କିଲୋଗ୍ରାମ), ଗୁରସରଣପ୍ରିତ କୌର (72କିଲୋଗ୍ରାମ) ବର୍ଗରେ ଭାରତର ପ୍ରତିନିଧିତ୍ବ କରିବେ ।

Intro:Body:

dd

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.