ETV Bharat / sports

Asian Mens Hockey 5s World Cup Qualifier: ଜାପାନ ବିପକ୍ଷରେ ଭାରତର ବିଶାଳ ବିଜୟ, 30 ମିନିଟରେ 35 ଗୋଲ

author img

By ETV Bharat Odisha Team

Published : Sep 1, 2023, 12:23 PM IST

ଓମାନରେ ଚାଲିଥିବା ଏସିଆନ ପୁରୁଷ 5ଏସ ହକି ବିଶ୍ବକପ ଯୋଗ୍ୟତା ପର୍ଯ୍ୟାୟରେ ଭାରତ ଜାପାନ ଓ ମାଲେସିଆ ବିପକ୍ଷରେ ଜବରଦସ୍ତ ବିଜୟ ହାସଲ କରିଛି । ଅଧିକ ପଢନ୍ତୁ

Hockey 5s World Cup Qualifier
Asian Mens Hockey 5s World Cup Qualifier

ନୂଆଦିଲ୍ଲୀ: ଗୋଲ ଗୋଲ ଗୋଲ... ଗୋଟିଏ ମିନିଟରେ ଗୋଟିଏ ଗୋଲ । ଗୋଲ ବର୍ଷା । ଗୋଟିଏ କି ଦୁଇଟି ନୁହେଁ ମୋଟ 35 ଗୋଲ । ମୋଟ 30 ମିନିଟ ମ୍ୟାଚରେ ଭାରତ ଜାପାନ ବିପକ୍ଷରେ 35ଟି ଗୋଲ କରି ବିରାଟ ବିଜୟ ହାସଲ କରିଛି । ଓମାନରେ ଚାଲିଥିବା ଏସିଆନ ପୁରୁଷ 5ଏସ ହକି ବିଶ୍ବକପ ଯୋଗ୍ୟତା ପର୍ଯ୍ୟାୟରେ ଜାପାନ ଓ ମାଲେସିଆ ବିପକ୍ଷରେ ଗୋଟିଏ ଦିନରେ ଦୁଇଟି ମ୍ୟାଚରେ ବାଜିମାତ କରିଛି ।

ଭାରତ ବନାମ ଜାପାନ: ଭାରତ ଓ ଜାପାନ ମଧ୍ୟରେ ରୋମାଞ୍ଚ ଭରା ମ୍ୟାଚ ରହିଥିଲା । ମ୍ୟାଚ ଆରମ୍ଭରୁ ଶେଷ ଯାଏ ଭାରତ ଆଧିପତ୍ୟ ବିସ୍ତାର କରିଥିଲା । ଗୋଲି ପରେ ଗୋଲ କରି ଚାଲିଥିଲା । ଗୋଟିଏ କି ଦୁଇଟି କି 5ଟି ନୁହେଁ ଏକାଥରେ 35ଟି ଗୋଲ । ମ୍ୟାଚ ମୋଟ 30 ମିନିଟ ଖେଳାଯାଇଥିଲା ଏଥିରେ ଭାରତ ମୋଟ 35ଟି ଗୋଲ ସ୍କୋର କରିଥିଲା । ଜାପାନ ଖେଳାଳି ଗୋଲ ପରିଶୋଧ କରିବାକୁ ସୁଯୋଗ ଖୋଜୁଥିଲେ ମାତ୍ର ଭାରତୀୟ ଖେଳାଳି ସୁଯୋଗ ଦେଇନଥିଲେ । ଜାପାନ ମାତ୍ର 1ଟି ଗୋଲ ପରିଶୋଧ କରିଥିଲା । ଫଳରେ ଭାରତ 35-1ରେ ଜାପାନ ବିପକ୍ଷରେ ଏକ ବଡ ବିଜୟ ହାସଲ କରିଥିଲା । ଭାରତ ପକ୍ଷରୁ ମନୀନ୍ଦର ସିଂହ ସର୍ବାଧିକ 10ଟି ଗୋଲ ସ୍କୋର କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହମ୍ମଦ ରାହୀଲ 7ଟି, ପବନ ରାଜଭାର ଓ ଗୁରଜିତ ସିଂହ 5ଟି ଲେଖାଏଁ ଗୋଲ, ସୁଖବିନ୍ଦର ସିଂ 4ଟି ଓ ଅଧିନାୟକ ମନଦୀପ 3ଟି ଗୋଲ ସ୍କୋର କରିଥିଲେ ।

Comeback victories are the best 😍

India mount a spirited comeback to beat Malaysia in the Men's Asian Hockey5s World Cup Qualifier 2023.#HockeyIndia #IndiaKaGame #Hockey5s pic.twitter.com/WzL7ktwhJM

— Hockey India (@TheHockeyIndia) August 31, 2023 ">

ଭାରତ ବନାମ ମାଲେସିଆ: ଗୁରୁବାର ଭାରତ ଗୋଟିଏ ଜାପାନ ଓ ଅନ୍ୟଟି ମାଲେସିଆ ବିପକ୍ଷରେ ଖେଳିଥିଲେ । ଏହି ମ୍ୟାଚରେ ଭାରତ ଆଧିପତ୍ୟ ବିସ୍ତାର କରି ବିଜୟ ହାସଲ କରିଛି । ଏହି ମ୍ୟାଚରେ 7-5 ଗୋଲରେ ବିଜୟ ହାସଲ କରିଛି ଭାରତୀୟ ହକି ଦଳ । ଏହି ମ୍ୟାଚରେ ଗୁରୁଜୌତ ସିଂ 7ମ, 11ତମ, 17ତମ, 29ତମ ଓ 30ତମ ମିନିଟରେ 5ଟି ଗୋଲ ସ୍କୋର କରିଥିଲେ । ସେହିପରି 12ତମ ମିନିଟରେ ମନିନ୍ଦର ସିଂହ ଓ 21ତମ ମିନିଟରେ ମହମ୍ମଗ ରାହୀଲ ଗୋଟିଏ ଗୋଲ କରି ଦଳକୁ ବିଜୟୀ କରିଥିଲେ । ମାଲେସିଆ ମାତ୍ର 5ଟି ଗୋଲ ପରିଶୋଧ କରିବାରେ ସକ୍ଷମ ହୋଇଥିଲା ।

ଏହା ବି ପଢନ୍ତୁ...Asian Mens Hockey 5s World Cup Qualifier: ଓମାନକୁ ହରାଇଲା, ପାକିସ୍ତାନଠୁ ହାରିଲା ଭାରତ

ଏହା ବି ପଢନ୍ତୁ...Asian Mens Hockey 5s World Cup Qualifier: ଭାରତର ବିଜୟ ଅଭିଯାନ, 15-1ରେ ହାରିଲା ବାଂଲାଦେଶ

ଏହା ପୂର୍ବରୁ ପୁରୁଷ ଏସିଆନ 5ଏସ ହକିରେ ଭାରତ ବାଂଲାଦେଶକୁ 15-1 ଗୋଲରେ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କରିଥିଲା । ଏହା ପରେ ଆୟୋଜନ ଓମାନ ବିପକ୍ଷରେ 12-2 ଗୋଲରେ ବିଜୟ ହାସଲ କରିଥିଲା । ମାତ୍ର ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ପାକିସ୍ତାନଠୁ ହାରିଥିଲା । 4-5 ଗୋଲରେ ପାକିସ୍ତାନଠୁ ପରାସ୍ତ ହୋଇଥିବା ଭାରତୀୟ ହକି ଦଳ ।

ନୂଆଦିଲ୍ଲୀ: ଗୋଲ ଗୋଲ ଗୋଲ... ଗୋଟିଏ ମିନିଟରେ ଗୋଟିଏ ଗୋଲ । ଗୋଲ ବର୍ଷା । ଗୋଟିଏ କି ଦୁଇଟି ନୁହେଁ ମୋଟ 35 ଗୋଲ । ମୋଟ 30 ମିନିଟ ମ୍ୟାଚରେ ଭାରତ ଜାପାନ ବିପକ୍ଷରେ 35ଟି ଗୋଲ କରି ବିରାଟ ବିଜୟ ହାସଲ କରିଛି । ଓମାନରେ ଚାଲିଥିବା ଏସିଆନ ପୁରୁଷ 5ଏସ ହକି ବିଶ୍ବକପ ଯୋଗ୍ୟତା ପର୍ଯ୍ୟାୟରେ ଜାପାନ ଓ ମାଲେସିଆ ବିପକ୍ଷରେ ଗୋଟିଏ ଦିନରେ ଦୁଇଟି ମ୍ୟାଚରେ ବାଜିମାତ କରିଛି ।

ଭାରତ ବନାମ ଜାପାନ: ଭାରତ ଓ ଜାପାନ ମଧ୍ୟରେ ରୋମାଞ୍ଚ ଭରା ମ୍ୟାଚ ରହିଥିଲା । ମ୍ୟାଚ ଆରମ୍ଭରୁ ଶେଷ ଯାଏ ଭାରତ ଆଧିପତ୍ୟ ବିସ୍ତାର କରିଥିଲା । ଗୋଲି ପରେ ଗୋଲ କରି ଚାଲିଥିଲା । ଗୋଟିଏ କି ଦୁଇଟି କି 5ଟି ନୁହେଁ ଏକାଥରେ 35ଟି ଗୋଲ । ମ୍ୟାଚ ମୋଟ 30 ମିନିଟ ଖେଳାଯାଇଥିଲା ଏଥିରେ ଭାରତ ମୋଟ 35ଟି ଗୋଲ ସ୍କୋର କରିଥିଲା । ଜାପାନ ଖେଳାଳି ଗୋଲ ପରିଶୋଧ କରିବାକୁ ସୁଯୋଗ ଖୋଜୁଥିଲେ ମାତ୍ର ଭାରତୀୟ ଖେଳାଳି ସୁଯୋଗ ଦେଇନଥିଲେ । ଜାପାନ ମାତ୍ର 1ଟି ଗୋଲ ପରିଶୋଧ କରିଥିଲା । ଫଳରେ ଭାରତ 35-1ରେ ଜାପାନ ବିପକ୍ଷରେ ଏକ ବଡ ବିଜୟ ହାସଲ କରିଥିଲା । ଭାରତ ପକ୍ଷରୁ ମନୀନ୍ଦର ସିଂହ ସର୍ବାଧିକ 10ଟି ଗୋଲ ସ୍କୋର କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହମ୍ମଦ ରାହୀଲ 7ଟି, ପବନ ରାଜଭାର ଓ ଗୁରଜିତ ସିଂହ 5ଟି ଲେଖାଏଁ ଗୋଲ, ସୁଖବିନ୍ଦର ସିଂ 4ଟି ଓ ଅଧିନାୟକ ମନଦୀପ 3ଟି ଗୋଲ ସ୍କୋର କରିଥିଲେ ।

ଭାରତ ବନାମ ମାଲେସିଆ: ଗୁରୁବାର ଭାରତ ଗୋଟିଏ ଜାପାନ ଓ ଅନ୍ୟଟି ମାଲେସିଆ ବିପକ୍ଷରେ ଖେଳିଥିଲେ । ଏହି ମ୍ୟାଚରେ ଭାରତ ଆଧିପତ୍ୟ ବିସ୍ତାର କରି ବିଜୟ ହାସଲ କରିଛି । ଏହି ମ୍ୟାଚରେ 7-5 ଗୋଲରେ ବିଜୟ ହାସଲ କରିଛି ଭାରତୀୟ ହକି ଦଳ । ଏହି ମ୍ୟାଚରେ ଗୁରୁଜୌତ ସିଂ 7ମ, 11ତମ, 17ତମ, 29ତମ ଓ 30ତମ ମିନିଟରେ 5ଟି ଗୋଲ ସ୍କୋର କରିଥିଲେ । ସେହିପରି 12ତମ ମିନିଟରେ ମନିନ୍ଦର ସିଂହ ଓ 21ତମ ମିନିଟରେ ମହମ୍ମଗ ରାହୀଲ ଗୋଟିଏ ଗୋଲ କରି ଦଳକୁ ବିଜୟୀ କରିଥିଲେ । ମାଲେସିଆ ମାତ୍ର 5ଟି ଗୋଲ ପରିଶୋଧ କରିବାରେ ସକ୍ଷମ ହୋଇଥିଲା ।

ଏହା ବି ପଢନ୍ତୁ...Asian Mens Hockey 5s World Cup Qualifier: ଓମାନକୁ ହରାଇଲା, ପାକିସ୍ତାନଠୁ ହାରିଲା ଭାରତ

ଏହା ବି ପଢନ୍ତୁ...Asian Mens Hockey 5s World Cup Qualifier: ଭାରତର ବିଜୟ ଅଭିଯାନ, 15-1ରେ ହାରିଲା ବାଂଲାଦେଶ

ଏହା ପୂର୍ବରୁ ପୁରୁଷ ଏସିଆନ 5ଏସ ହକିରେ ଭାରତ ବାଂଲାଦେଶକୁ 15-1 ଗୋଲରେ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କରିଥିଲା । ଏହା ପରେ ଆୟୋଜନ ଓମାନ ବିପକ୍ଷରେ 12-2 ଗୋଲରେ ବିଜୟ ହାସଲ କରିଥିଲା । ମାତ୍ର ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ପାକିସ୍ତାନଠୁ ହାରିଥିଲା । 4-5 ଗୋଲରେ ପାକିସ୍ତାନଠୁ ପରାସ୍ତ ହୋଇଥିବା ଭାରତୀୟ ହକି ଦଳ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.