ETV Bharat / sports

Asian Games: ନିର୍ଣ୍ଣାୟକ କ୍ଷଣରେ ଛେତ୍ରୀଙ୍କ ଗୋଲ, ବାଂଲାଦେଶକୁ ହରାଇଲା ଭାରତ - ଭାରତ ବନାମ ବାଂଲାଦେଶ ଏସୀୟ କ୍ରୀଡା ମ୍ୟାଚ

ଏସୀୟ କ୍ରୀଡାରେ ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଭାରତ 1-0 ଗୋଲରେ ବାଂଲାଦେଶକୁ ପରାସ୍ତ କରିଛି । ଅଧିକ ପଢନ୍ତୁ

Asian Games
ଛେତ୍ରୀଙ୍କ ଗୋଲରେ ବାଂଲାଦେଶକୁ ହରାଇଲା ଭାରତ
author img

By ETV Bharat Odisha Team

Published : Sep 22, 2023, 7:54 AM IST

ହାଙ୍ଗଝୌ: ଏସୀୟ କ୍ରୀଡା ଫୁଟବଲ ଇଭେଣ୍ଟ୍‌ରେ ବିଜୟ ଅଭିଯାନ ଆରମ୍ଭ କରିଛି ଭାରତୀୟ ଫୁଟବଲ ଦଳ । ପ୍ରଥମ ମ୍ୟାଚରେ ଚୀନଠୁ ପରାସ୍ତ ହେବା ପରେ ଦ୍ବିତୀୟ ମ୍ୟାଚରେ ବାଂଲାଦେଶକୁ ପରାସ୍ତ କରିଛି ଭାରତ । ଗୁରୁବାର ଖେଳାଯାଇଥିବା ମ୍ୟାଚରେ ଭାରତ ବାଂଲାଦେଶକୁ 1-0 ଗୋଲରେ ପରାସ୍ତ କରିଛି । ଅଧିନାୟକ ସୁନୀଲ ଛେତ୍ରୀଙ୍କ ଗୋଲରେ ଭାରତ ପ୍ରଥମ ବିଜୟ ସ୍ବାଦ ଚାଖିଛି । ସୁନୀଲ ଛେତ୍ରୀଙ୍କ ନିର୍ଣ୍ଣାୟକ ଗୋଲ ସହାୟତାରେ ଏସିଆନ ଗେମ୍ସ ଦ୍ବିତୀୟ ମ୍ୟାଚରେ ଭାରତୀୟ ଫୁଟବଲ ଦଳ ନକଆଉଟ ଆଶା ଉଜ୍ଜୀବିତ କରିଛି ।

ଏହା ବି ପଢନ୍ତୁ...SAFF Championship 2023: କୁଏତକୁ ହରାଇ ନବମ ଟାଇଟଲ ହାତେଇଲା ଭାରତ

ବାଂଲାଦେଶ ବିପକ୍ଷ ମ୍ୟାଚ କଡ଼ା ସଂଘର୍ଷପୂର୍ଣ୍ଣ ହୋଇଥିଲା । ପ୍ରଥମାର୍ଦ୍ଧ ଗୋଲଶୂନ୍ୟ ରହିଥିଲା । କେହି କହାକୁ ଗୋଲ କରିବାକୁ ସୁଯୋଗ ଦେଇନଥିଲେ । ଖେଳ ସରିବାକୁ ଆଉ 5 ମିନିଟ୍‌ ବାକି ରହିଥିଲା ଏହି ସମୟରେ ଭାରତକୁ ଏକ ପେନାଲ୍ଡି ମିଳିଥିଲା ଅର୍ଥାତ 85ତମ ମିନିଟରେ ପେନାଲ୍ଟି କର୍ଣ୍ଣର ପାଇଥିଲା ଭାରତ ଯାହାକୁ ହାତଛଡ଼ା କରି ନଥିଲେ ଅଧିନାୟକ । ଏହାକୁ ଗୋଲ୍‌ରେ ପରିଣତ କରିଥିଲେ ଅଧିନାୟକ ସୁନୀଲ ଛେତ୍ରୀ । ଏହି ଗୋଲ ଦଳର ବିଜୟ ଗୋଲ ହୋଇଥିଲା । ମ୍ୟାଚ ଶେଷ ଯାଏ ଭାରତ ଅଗ୍ରଣୀ ବଜାୟ ରଖି ଜିତାପଟ ହାସଲ କରିଥିଲା । ଏହା ସହିତ ଛେତ୍ରୀଙ୍କ ଅନ୍ତର୍ଜାତୀୟ ଗୋଲ ସଂଖ୍ୟା 93ରେ ପହଞ୍ଚିଛି । ଆସନ୍ତା 24 ତାରିଖରେ ଭାରତ ମିଆଁମାର ବିପକ୍ଷରେ ଖେଳିବ । ଯଦି ମିଆଁମାରକୁ ପରାସ୍ତ କରୁଛି ତେବେ ଦଳ ସିଧାସଳଖ ପ୍ରି-କ୍ବାର୍ଟରରେ ପ୍ରବେଶ କରିବାର ସୁଯୋଗ ରହିଛି । ତୃତୀୟ ସ୍ଥାନରେ ରହିଲେ ବି ନକ୍‌ଆଉଟରେ ପ୍ରବେଶ କରିବାର ସୁଯୋଗ ଭାରତୀୟ ଫୁଟବଲ ଦଳ ପାଖରେ ରହିଛି ।

ଏହା ବି ପଢନ୍ତୁ...SAFF U-16 Championship: ନେପାଳକୁ ହରାଇ ସେମିରେ ଭାରତ

ପ୍ରକାଶ ଥାଉ କି, ଇଣ୍ଟରକଣ୍ଟିନେଣ୍ଟାଲ୍‌ ଫୁଟବଲ କପ ଓ ସାଫ୍‌ ଚମ୍ପିଅନସିପ୍‌ ଚମ୍ପିଆନ ଭାରତ ଏସୀୟ କ୍ରୀଡ଼ା ପ୍ରଥମ ମ୍ୟାଚ୍‌ରେ ଭାରତ ଚୀନକୁ ଭେଟିଥିଲା । ଚୀନ ବିପକ୍ଷରେ ପ୍ରଥମ ମ୍ୟାଚ ଖେଳିଥିଲା ସୁନୀଲ ଛେତ୍ରୀଙ୍କ ନେତୃତ୍ବାଧୀନ ଭାରତ । ଉଦଘାଟନୀ ମ୍ୟାଚରେ ଭାରତ ଚୀନଠୁ 5-1 ଗୋଲରେ ପରାସ୍ତ ହୋଇଥିଲା । ସେପଟେ ମହିଳା ଫୁଟବଲ ଦଳ ଚାଇନିଜ ତାଇପେକୁ ଭେଟିଥିଲା । ମାତ୍ର 2-1 ଗୋଲରେ ଚାଇନିଜ ତାଇପେ ବିଜୟ ହାସଲ କରିଛି । ଆସନ୍ତା 24 ତାରିଖରେ ଭାରତୀୟ ମହିଳା ଫୁଟବଲ ଦଳ ତାର ପରବର୍ତ୍ତୀ ମ୍ୟାଚରେ ଥାଇଲାଣ୍ଡକୁ ଭେଟିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.