ETV Bharat / sports

କିଶୋର କୁମାରଙ୍କ ପ୍ୟାରିସ୍ ଅଲମ୍ପିକ୍ସ ପ୍ରସ୍ତୁତି, ଅଷ୍ଟ୍ରେଲିଆରେ କରିବେ ଅଭ୍ୟାସ

author img

By ETV Bharat Odisha Team

Published : Jan 12, 2024, 8:48 AM IST

Paris Olympics: ଆଗକୁ ପ୍ୟାରିସ ଅଲମ୍ପିକ୍ସ । ଏଥିପାଇଁ ଅଷ୍ଟ୍ରେଲିଆରେ ଅଭ୍ୟାସ କରିବେ ଓଡ଼ିଆ ଜାଭେଲିନ ଫିଙ୍ଗାଳି କିଶୋର କୁମାର ଜେନା । ଅଧିକ ପଢନ୍ତୁ

କିଶୋର କୁମାର ଜେନା
Kishore Kumar Jena

ନୂଆଦିଲ୍ଲୀ: ଆଗାମୀ ପ୍ୟାରିସ ଅଲମ୍ପିକ୍ସ ପାଇଁ ଅଷ୍ଟ୍ରେଲିଆରେ ଅଭ୍ୟାସ କରିବେ ଏସିଆନ ଗେମ୍ସ ପଦକ ବିଜେତା କିଶୋର କୁମାର ଜେନା । ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରଣାଳୟ ସଦ୍ୟତମ ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ କରିଛି । ଅଷ୍ଟ୍ରେଲିଆର ଗୋଲ୍ଡ କୋଷ୍ଟରେ 78 ଦିନ ଧରି ଅଭ୍ୟାସ କରିବେ ଜାଭେଲିନ ଫିଙ୍ଗାଳି କିଶୋକ କୁମାର। କିଶୋରଙ୍କ ସେମେତ ତାଙ୍କ କୋଚ୍ ଓ ଫିଜିଓ ମଧ୍ୟ ଅଷ୍ଟ୍ରେଲିଆ ଯିବେ । ସମସ୍ତଙ୍କ ରହିବା, ଖାଇବା, ଯାତାୟତ ସେମେତ ସମସ୍ତ ପ୍ରକାର ଖର୍ଚ୍ଚ କ୍ରୀଡା ମନ୍ତ୍ରଳାୟର ଟାର୍ଗେଟ ଅଲମ୍ପିକ୍ସ ପୋଡିୟମ ସ୍କିମ ଦ୍ବାରା ପ୍ରଦାନ କରାଯିବ । ପ୍ୟାରିସ ଅଲମ୍ପିକ୍ସରେ କିଶୋର ଭଲ ପ୍ରଦର୍ଶନ କରିବା ନେଇ ଆଶା କରାଯାଉଛି ।

ଏହା ମଧ୍ୟ ପଢନ୍ତୁ-କିଶୋର ଜେନାଙ୍କୁ ଆର୍ଥିକ ପୁରସ୍କାର ସହ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ, ଅଲିମ୍ପିକ୍ସ ପ୍ରସ୍ତୁତି ପାଇଁ ମିଳିବ ସହଯୋଗ

ଟୋକିଓ ଅଲିମ୍ପିକ୍ସ ପଦକ ବିଜେତା ମୀରାବାଇ ଚାନୁ ମଧ୍ୟ ଆମେରିକାର ସେଣ୍ଟ ଲୁସଇରେ ଏକ ମାସ ପାଇଁ ପ୍ରଶିକ୍ଷଣ ନେବେ । ସେ ଆରୋନ ହୋର୍ସିଗଙ୍କଠାରୁ ପ୍ରଶିକ୍ଷଣ ନେବେ । ଏହି ସମୟ ମଧ୍ୟରେ ମୁଖ୍ୟ ପ୍ରଶିକ୍ଷକ ବିଜୟ ଶର୍ମା ମଧ୍ୟ ଉପସ୍ଥିତ ରହିବେ । ମୀରାବାଇ ଚାନୁଙ୍କ ସେମେତ ତାଙ୍କ କୋଚ, ଯାତାୟତ ସହ ସମସ୍ତ ଆନୁସଙ୍ଗିକ ଖର୍ଚ୍ଚ କ୍ରୀଡା ମନ୍ତ୍ରଳାୟର ଟାର୍ଗେଟ ଅଲମ୍ପିକ୍ସ ପୋଡିୟମ ସ୍କିମ ବହନ କରିବ। କିଶୋର ଓ ମୀରାବାଇଙ୍କ ବ୍ୟତିତ କୁସ୍ତି ଯୋଦ୍ଧା ଦୀପକ ପୁନିଆ, ଆଶୁ ଓ ରୋନିତ ଶର୍ମା ମଧ୍ୟ ବିଦେଶରେ ପ୍ରଶିକ୍ଷଣ ନେବେ ।

ଏହା ମଧ୍ୟ ପଢନ୍ତୁ-Asian Games: କିଶୋରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା, ଘୋଷଣା କଲେ ୧.୫ କୋଟି ପୁରସ୍କାର

2023ରେ ଚୀନ୍‌ର ହାଙ୍ଗଝୌରେ ଶେଷ ହୋଇଥିବା ଏସିଆନ୍‌ ଗେମ୍ସରେ ଓଡ଼ିଶାର ଜାଭେଲିନ ଷ୍ଟାର୍‌ କିଶୋର କୁମାର ଜେନା ଚମତ୍ରା ପ୍ରଦର୍ଶନ କରିଥିଲେ । କିଶୋର ଦେଶ ପାଇଁ ରୌପ୍ୟ ପଦକ ଜିତିବା ସହ ଆଗାମୀ ପ୍ୟାରିସ ଅଲିମ୍ପିକ୍ସରେ ନିଜର ସ୍ଥାନ ପକ୍କା କରିଥିଲେ । ତାଙ୍କର ଏହି କୀର୍ତ୍ତିମାନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଦେଢ଼ କୋଟି ଟଙ୍କାର ଆର୍ଥିକ ପୁରସ୍କାର ରାଶି ମଧ୍ୟ ପ୍ରଦାନ କରିଥିଲେ ମୁଖ୍ୟମନ୍ତ୍ରୀ । ଚୀନରେ ଆୟୋଜିତ ଏସୀୟ କ୍ରୀଡାରେ କିଶୋର ବ୍ୟକ୍ତିଗତ ଶ୍ରେଷ୍ଠ ୮୭.୫୪ ମିଟର ଜାଭେଲିନ ଫିଙ୍ଗି ଦେଶ ପାଇଁ ରୌପ୍ୟ ପଦକ ହାସଲ କରିଥିଲେ । ଆଗକୁ ହେବାକୁ ଥିବା ପ୍ୟାରିସ ଅଲମ୍ପିକ୍ସରେ କିଶୋର ଭଲ ପ୍ରଦର୍ଶନ କରିବା ନେଇ ସମସ୍ତଙ୍କ ଆଶା ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.