ETV Bharat / sports

Asian Games 2023: ମିଆଁମାର ବିପକ୍ଷ ମୁକାବିଲା ଡ୍ର', ପ୍ରିକ୍ବାର୍ଟରରେ ଛେତ୍ରୀବାହିନୀ - ଭାରତ ବନାମ ମିଆଁମାର

19 ତମ ଏସୀୟ କ୍ରୀଡାରେ ଭାରତୀୟ ପୁରୁଷ ଫୁଟବଲ ଦଳ ନକ୍‌ଆଉଟ୍‌ରେ ପ୍ରବେଶ କରିଛି । ମିଆଁମାର ବିପକ୍ଷ ମ୍ୟାଚ 1-1ରେ ଡ୍ର' ହୋଇଛି । ଅଧିକ ପଢ଼ନ୍ତୁ

Asian Games 2023
Asian Games 2023
author img

By ETV Bharat Odisha Team

Published : Sep 25, 2023, 7:52 AM IST

ନୂଆଦିଲ୍ଲୀ: ଚୀନର ହାଙ୍ଗଝୌରେ ଚାଲିଥିବା 19ତମ ଏସୀୟ କ୍ରୀଡାର ପ୍ରିକ୍ବାର୍ଟରରେ ପ୍ରବେଶ କରିଛି ସୁନୀଲ ଛେତ୍ରୀଙ୍କ ନେତୃତ୍ବାଧୀନ ଭାରତୀୟ ପୁରୁଷ ଫୁଟବଲ ଦଳ । ଗ୍ରୁପ-ଏରେ ସ୍ଥାନ ପାଇଥିବା ଭାରତ ତାର ଅନ୍ତିମ ମ୍ୟାଚରେ ମିଆଁମାର ବିପକ୍ଷରେ ଖେଳିଥିଲା । ଏହି ମ୍ୟାଚ୍‌ 1-1ରେ ଡ୍ର ରହିଥିଲା । ଫଳରେ ଭାରତ 3ଟି ମ୍ୟାଚରୁ ଗୋଟିଏ ପରାଜୟ, ଗୋଟିଏ ବିଜୟ ଓ ଡ୍ର' ସହ 4 ପଏଣ୍ଟ ପାଇଛି ।

ତାଲିକାରେ ଦ୍ବିତୀୟ ସ୍ଥାନରେ ରହି ନକଆଉଟ ବା ପ୍ରି କ୍ବାର୍ଟରରେ ପ୍ରବେଶ କରିଛି । ରାଉଣ୍ଡ 16ରେ ଭାରତ ଆସନ୍ତା 28 ତାରିଖରେ ସାଉଦୀ ଆରବକୁ ଭେଟିବ । ଗ୍ରୁପ ବିରେ ସ୍ଥାନ ପାଇଥିବା ସାଉଦୀ ଆରବ 3ଟି ମ୍ୟାଚରୁ 2ଟିରେ ବିଜୟ ହାସଲ କରି 7 ପଏଣ୍ଟ ହାସଲ କରିଛି । ମିଆଁମାର ବିପକ୍ଷ ମ୍ୟାଚ୍‌ ସଂଘର୍ଷପୂର୍ଣ୍ଣ ରହିଥିଲା । ମ୍ୟାଚର 23ତମ ମିନିଟରେ ଅଧିନାୟକ ସୁନୀଲ ଛେତ୍ରୀଙ୍କ ଗୋଲରେ ଭାରତ 1-0ରେ ଆଗୁଆ ରହିଥିଲା । ଦ୍ବିତୀୟାର୍ଦ୍ଧରେ ମିଆଁମାର ଗୋଲ ପରିଶୋଧ କରିଥିଲା । 74ତମ ମିନିଟରେ ୟାନ କ୍ବାଓ ଏହି ଗୋଲ କରିଥିଲେ । ନିର୍ଦ୍ଧାରିତ 90 ମିନିଟରେ ଆଉ ଗୋଲ ହୋଇପାରିନଥିଲା । ଫଳରେ ମ୍ୟାଚ 1-1ରେ ଅମୀମାସିଂତ ରହିଥିଲା । ଦୁଇ ଦଳ ପଏଣ୍ଟ ଭାଗ କରିଥିଲେ ।

ଏହା ବି ପଢନ୍ତୁ...Asian Games 2023: ଭାରତୀୟ ହକି ଦଳର ବିଜୟ ଅଭିଯାନ, 16-0ଗୋଲରେ ହାରିଲା ଉଜବେକିସ୍ତାନ

ସେପଟେ ମହିଳା ଫୁଟବଲ ଦଳର ଅଭିଯାନ ଶେଷ ହୋଇଛି । ଥାଇଲାଣ୍ଡଠୁ 0-1 ଗୋଲରେ ପରାସ୍ତ ହୋଇ ନିରାଶ ହୋଇଛି ଭାରତୀୟ ମହିଳା ଫୁଟବଲ ଦଳ । ଦଳର ଏହି ପରାଜୟ ପଳରେ ନକ୍‌ଆଉଟ ପର୍ଯ୍ୟାୟକୁ ଉନ୍ନୀତ ହୋଇ ପାରିନାହିଁ । ମ୍ୟାଚର 52ତମ ମିନିଟରେ ଥେନଗ୍ରୋଙ୍ଗ ଗୋଲ ଦେଇ ଥାଇଲାଣ୍ଡକୁ ବିଜୟୀ କରାଇଥିଲେ । ଭାରତୀୟ ମହିଳା ଫୁଟବଲ ଦଳ ତାର ପ୍ରଥମ ମ୍ୟାଚରେ ଚାଇନିଜ ତାଇପେଠୁ 1-2 ଗୋଲରେ ପରାସ୍ତ ହୋଇଥିଲା । ଦୁଇଟି ପରାଜୟ ସହ ଏସୀୟ କ୍ରୀଡାରେ ଭାରତର ଅଭିଯାନ ଶେଷ ହୋଇଛି ।

ଏହା ବି ପଢନ୍ତୁ...Asian Games: ନିର୍ଣ୍ଣାୟକ କ୍ଷଣରେ ଛେତ୍ରୀଙ୍କ ଗୋଲ, ବାଂଲାଦେଶକୁ ହରାଇଲା ଭାରତ

ପ୍ରକାଶ ଥାଉ କି ସେପ୍ଟମ୍ବର 23 ତାରିଖରୁ 19ତମ ଏସୀୟ କ୍ରୀଡ଼ା ଆରମ୍ଭ ହୋଇଛି । ଏଥିରେ ଭାରତୀୟ ଖେଳାଳି ଚମକିଛନ୍ତି । ଏସୀୟ କ୍ରୀଡାର ଦ୍ବିତୀୟ ଦିବସରେ ଭାରତର ପଦକ ଅଭିଯାନ ଆରମ୍ଭ ହୋଇଛି । ମୋଟ 5ଟି ପଦକ ସହ ଭାରତ ସପ୍ତମ ସ୍ଥାନରେ ରହିଛି । 5ଟି ପଦକ ମଧ୍ୟରେ 3ଟି ରୌପ୍ୟ ଓ 2ଟି ବ୍ରୋଞ୍ଜ୍‌ ପଦକ ରହିଛି । ଭାରତୀୟ ଫୁଟବଲ ଦଳ ତାର ପ୍ରଥମ ମ୍ୟାଚ୍‌ରେ ଚୀନଠୁ ପରାସ୍ତ ହେବା ପରେ ଦ୍ବିତୀୟ ମ୍ୟାଚରେ ବାଂଲାଦେଶକୁ 1-0 ଗୋଲରେ ପରାସ୍ତ କରିଥିଲା । ନିର୍ଣ୍ଣାୟକ ଗୋଲ ଦେଇ ଭାରତକୁ ବିଜୟ ଭେଟି ଦେଇଥିଲେ ଅଧିନାୟକ ସୁନୀଲ ଛେତ୍ରୀ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.