ନୂଆଦିଲ୍ଲୀ: ଚଳିତ ITTF-ATTU ଏସିଆନ ଚମ୍ପିଆନସିପରେ ବ୍ରୋଞ୍ଜରେ ସନ୍ତୁଷ୍ଟ ହୋଇଛି ଭାରତ । ଦୁଇ ଭାରତୀୟ ଟେବୁଲ ଟେନିସ ଯୋଡି ସରଥ କମଲ ଓ ଜି ସାଥିୟାନ ଓ ହରମିତ ଦେଶାଇ ଓ ମାନବ ଥାକର ପୁରୁଷ ଡବଲ୍ସ ଇଭେଣ୍ଟରେ ବ୍ରୋଞ୍ଜ ବିଜେତା ହୋଇଛନ୍ତି ।
ସେମିଫାଇନାଲ ମୁକାବିଲାରେ ହରମନପ୍ରୀତ ଓ ମାନବ ଦକ୍ଷିଣ କୋରିଆର ୱଜିନ ଜାଙ୍ଗ୍ ଓ ଜଙ୍ଗହୁନ ଲିମଙ୍କ ଠାରୁ ୪-୧୧, ୬-୧୧, ୧୨-୧୦, ୧୧-୯, ୧୧-୮ ରେ ପରାସ୍ତ ପରେ ବ୍ରୋଞ୍ଜରେ ସନ୍ତୁଷ୍ଟ ହୋଇଥିଲେ ।
ସେହିପରି ସରଥ କମଲ ଓ ସାଥିୟାନ ଯୋଡି ୟୁକିୟା ଉଦା ଓ ସୁନସୁକେ ତୋଗାମିଙ୍କ ଠାରୁ ୫-୧୧, ୯-୧୧, ୧୧-୧୩ ସେଟ୍ରେ ପରାସ୍ତ ହୋଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ