ETV Bharat / sports

ଏସିଆନ ବକ୍ସିଂ ଚମ୍ପିଆନସିପ: ସ୍ବର୍ଣ୍ଣରେ ଚମକିଲେ ସଞ୍ଜୀତ କୁମାର - ଭାରତୀୟ ବକ୍ସର ସଞ୍ଜୀତ କୁମାର

ଏସିଆନ ବକ୍ସିଂ ଚମ୍ପିଆନସିପରେ ସ୍ବର୍ଣ୍ଣରେ ଚମକିଲେ ଭାରତୀୟ ବକ୍ସର ସଞ୍ଜୀତ କୁମାର । ଅଧିକ ପଢନ୍ତୁ...

Asian Boxing C'ship: Sanjeet wins gold, defeats Rio Olympic silver medalist in final
ଏସିଆନ ବକ୍ସିଂ ଚମ୍ପିଆନସିପ: ସ୍ବର୍ଣ୍ଣରେ ଚମକିଲେ ସଞ୍ଜୀତ କୁମାର
author img

By

Published : May 31, 2021, 10:45 PM IST

ଦୁବାଇ: ଏସିଆନ ବକ୍ସିଂ ଚମ୍ପିଆନସିପରେ ସ୍ବର୍ଣ୍ଣରେ ଚମକିଲେ ଭାରତୀୟ ବକ୍ସର ସଞ୍ଜୀତ କୁମାର । ସୋମବାର ଦୁବାଇରେ ଅନୁଷ୍ଠିତ ASBC ଏସିଆନ ବକ୍ସିଂ ଚମ୍ପିଆନସିପ ଫାଇନାଲ ମୁକାବିଲାରେ 91 କିଲୋଗ୍ରାମ ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ସଞ୍ଜୀତ ।

କାଜାଖସ୍ତାନର 5ଥରର ଏସିଆନ ଚମ୍ପିଆନସିପ ପଦକ ବିଜେତା ତଥା ରିଓ ଅଲମ୍ପିକ ରୌପ୍ୟ ପଦକ ବିଜେତା ବକ୍ସର ଭାସିଲ ଲେଭିଟଙ୍କୁ ଫାଇନାଲରେ ମାତ ଦେଇଛନ୍ତି ସଞ୍ଜୀତ ।

ପୂର୍ବରୁ, ଅମିତ ପଙ୍ଘଲ 52 କିଲୋଗ୍ରାମ ବର୍ଗ ଫାଇନାଲରେ ଅଲମ୍ପିକ ଚମ୍ପିଆନ ଜୋଇରଭ ସାଖୋବିଦନଙ୍କ ଠାରୁ ପରାସ୍ତ ହୋଇ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଛନ୍ତି । ଡିଫେଣ୍ଡିଂ ଚମ୍ପିଆନ ଅମିତ ଦମଦାର ଆରମ୍ଭ କରିଥିଲେ । ମାତ୍ର ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ଅଳ୍ପକେ ବିଜୟରୁ ବଞ୍ଚିତ ହୋଇଥିଲେ । ବିଶ୍ବ ଚମ୍ପିଆନ ଉଜବେକିସ୍ତାନ ବକ୍ସର 29-28,28-29,28-29,28-29 ଓ 30-27 ସ୍କୋର ସହ 3-2ରେ ଅମିତଙ୍କୁ ପରାସ୍ତ କରିଥିଲେ ।

ଅନ୍ୟତମ ଭାରତୀୟ ବକ୍ସର ସିବା ଥାପା 64 କିଲୋଗ୍ରାମ ବର୍ଗରେ ମଙ୍ଗୋଲିଆର ଏସିଆନ ଗେମ୍ସ ରୌପ୍ୟ ବିଜେତା ବାତରସୁଖ ଚିନଜୋରିଗଙ୍କ ଠାରୁ 2-3ରେ ପରାସ୍ତ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.