ETV Bharat / sports

ଏସିଆନ ବକ୍ସିଂ ଚମ୍ପିଆନସିପ: ରୌପ୍ୟରେ ସନ୍ତୁଷ୍ଟ ଅମିତ ପଙ୍ଘଲ, ଶିବା ଥାପା - ଭାରତୀୟ ବକ୍ସର ଅମିତ ପଙ୍ଘଲ

ଏସିଆନ ବକ୍ସିଂ ଚମ୍ପିଆନସିପରେ ରୌପ୍ୟରେ ସନ୍ତୁଷ୍ଟ ହେଲେ ଭାରତୀୟ ବକ୍ସର ଅମିତ ପଙ୍ଘଲ ଓ ଶିବା ଥାପା । ଅଧିକ ପଢନ୍ତୁ...

Asian Boxing C'ship: Amit Panghal, Shiva Thapa
ଏସିଆନ ବକ୍ସିଂ ଚମ୍ପିଆନସିପ: ରୌପ୍ୟରେ ସନ୍ତୁଷ୍ଟ ଅମିତ ପଙ୍ଘଲ, ଶିବା ଥାପା
author img

By

Published : May 31, 2021, 10:34 PM IST

ଦୁବାଇ: ଏସିଆନ ବକ୍ସିଂ ଚମ୍ପିଆନସିପରେ ରୌପ୍ୟରେ ସନ୍ତୁଷ୍ଟ ହେଲେ ଭାରତୀୟ ବକ୍ସର ଅମିତ ପଙ୍ଘଲ ଓ ଶିବା ଥାପା ।

ସୋମବାର 2021 ASBC ଏସିଆନ ବକ୍ସିଂ ଚମ୍ପିଆନସିପର ସଂଘର୍ଷପୂର୍ଣ୍ଣ ଫାଇନାଲରେ ପୁରୁଷ 52 କିଲୋଗ୍ରାମ ବର୍ଗରେ ଅଲମ୍ପିକ ଚମ୍ପିଆନ ଜୋଇରଭ ସାଖୋବିଦନଙ୍କ ଠାରୁ ପରାସ୍ତ ହୋଇଛନ୍ତି ଅମିତ । ଡିଫେଣ୍ଡିଂ ଚମ୍ପିଆନ ଅମିତ ଦମଦାର ଆରମ୍ଭ କରିଥିଲେ । ମାତ୍ର ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ଅଳ୍ପକେ ବିଜୟରୁ ବଞ୍ଚିତ ହୋଇଥିଲେ । ବିଶ୍ବ ଚମ୍ପିଆନ ଉଜବେକିସ୍ତାନ ବକ୍ସର 29-28,28-29,28-29,28-29 ଓ 30-27 ସ୍କୋର ସହ 3-2ରେ ଅମିତଙ୍କୁ ପରାସ୍ତ କରିଥିଲେ ।

ଅନ୍ୟତମ ଭାରତୀ ବକ୍ସର ଶିବା ଥାପା 64 କିଲୋଗ୍ରାମ ବର୍ଗରେ ମଙ୍ଗୋଲିଆର ଏସିଆନ ଗେମ୍ସ ରୌପ୍ୟ ବିଜେତା ବାତରସୁଖ ଚିନଜୋରିଗଙ୍କ ଠାରୁ 2-3ରେ ପରାସ୍ତ ହୋଇଛନ୍ତି । 27 ବର୍ଷୀୟ ଆସାମ ବକ୍ସର ଥାପା 2013ରେ ସ୍ବର୍ଣ୍ଣ, 2017ରେ ରୌପ୍ୟ, 2015 ଓ 2019ରେ ବ୍ରୋଞ୍ଜ ପଦକ ଜିତିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.