ଢାକା (ବାଂଲାଦେଶ): ଚଳିତ ଏସିଆନ ତୀରନ୍ଦାଜ ଚମ୍ପିଆନସିପ (Asian Archery Championships) ୨୦୨୧ରେ ଭାରତୀୟ ତୀରନ୍ଦାଜ ଷ୍ଟାର ଜ୍ୟୋତି ସୁରେଖା ଭେନମ (jyothi surekha vennam)ଙ୍କ ଜବରଦସ୍ତ ପ୍ରଦର୍ଶନ । ଦକ୍ଷିଣ କୋରିଆର ଓହ ୟୋହୁନଙ୍କୁ ଫାଇନାଲରେ ୧୪୬-୧୪୫ରେ ହରାଇ ମହିଳା ବ୍ୟକ୍ତିଗତ କମ୍ପାଉଣ୍ଡ ବର୍ଗରେ ସ୍ବର୍ଣ୍ଣ ଜିତିଲେ ଜ୍ୟୋତି ।
-
JYOTHI WINS GOLD🎊🤩
— SAI Media (@Media_SAI) November 18, 2021 " class="align-text-top noRightClick twitterSection" data="
🇮🇳's Compound Archer @VJSurekha defeats 🇰🇷's Oh Yoohyun 146-145 in the Final
With this she wins 2 medals (Individual & Mixed Team) and takes 🇮🇳's 🏅 tally to 3️⃣ at the ongoing Asian 🏹 C'ships 2021
Send in your congratulations 👇& Stay tuned for more!! pic.twitter.com/LXgSNLkHWf
">JYOTHI WINS GOLD🎊🤩
— SAI Media (@Media_SAI) November 18, 2021
🇮🇳's Compound Archer @VJSurekha defeats 🇰🇷's Oh Yoohyun 146-145 in the Final
With this she wins 2 medals (Individual & Mixed Team) and takes 🇮🇳's 🏅 tally to 3️⃣ at the ongoing Asian 🏹 C'ships 2021
Send in your congratulations 👇& Stay tuned for more!! pic.twitter.com/LXgSNLkHWfJYOTHI WINS GOLD🎊🤩
— SAI Media (@Media_SAI) November 18, 2021
🇮🇳's Compound Archer @VJSurekha defeats 🇰🇷's Oh Yoohyun 146-145 in the Final
With this she wins 2 medals (Individual & Mixed Team) and takes 🇮🇳's 🏅 tally to 3️⃣ at the ongoing Asian 🏹 C'ships 2021
Send in your congratulations 👇& Stay tuned for more!! pic.twitter.com/LXgSNLkHWf
କଡା ସଂଘର୍ଷପୂର୍ଣ୍ଣ ଫାଇନାଲ ମୁକାବିଲାରେ ଭାରତୀୟ ଷ୍ଟାର ପୂର୍ବତନ ବିଶ୍ବ ଚମ୍ପିଆନ ଓହ ୟୋହୁନଙ୍କୁ ୧୪୬-୧୪୫ ପଏଣ୍ଟରେ ହରାଇଛନ୍ତି । ଏହା ଜ୍ୟୋତିଙ୍କ ଦ୍ବିତୀୟ ଏସିଆନ ଚମ୍ପିଆନସିପ୍ (ବ୍ୟକ୍ତିଗତ) ସ୍ବର୍ଣ୍ଣ ।
୨୫ ବର୍ଷୀୟ ଭାରତୀୟ ତୀରନ୍ଦାଜ ତାରକା ଜ୍ୟୋତି, ପ୍ରଥମ ସେଟ୍ରେ ୩ଟି ପ୍ରୟାସରେ ୧୦ ପଏଣ୍ଟ ଲେଖାଏଁ ହାସଲ କରି ୩୦ ପଏଣ୍ଟରେ ଶେଷ କରିତିଲେ । ଜବାବରେ କୋରିଆ ଖେଳାଳି ୨୯ ପଏଣ୍ଟ ହାସଲ କରିପାରିନଥିଲେ । ଦ୍ବିତୀୟ ସେଟ୍ରେ କିନ୍ତୁ ସାମାନ୍ୟ ଲକ୍ଷ୍ୟଚ୍ୟୁତ ହେବା ସହ ଜ୍ୟୋତି ୨୮ ପଏଣ୍ଟ ହାସଲ କରିଥିଲେ । ଫଳରେ ୟୋହୁନଙ୍କ ସହ ୫୮-୫୮ରେ ସ୍କୋର ବରାବର ରହଥିଲା ।
ତେବେ ତୃତୀୟ ସେଟ୍ରେ ଜ୍ୟୋତି ଦମଦର କମବ୍ୟାକ କରିବା ସହ ପରଫେକ୍ଟ ୩୦ ପୁନର୍ବାର ହାସଲ କରିଥିଲେ । ଜବାବରେ ୟୋହୁନ ମାତ୍ର ୨୮ ପଏଣ୍ଟ ହାସଲ କରିପାରିଥିଲେ । ଫଳରେ ଜ୍ୟୋତିଙ୍କୁ ୨ପଏଣ୍ଟର ଅଗ୍ରଣୀ ମିଳିଥିଲା ।
ପରେ ଚତୁର୍ଥ ତଥା ନିର୍ଣ୍ଣାୟକ ସେଟ୍କୁ ଯାଇଥିଲା ମ୍ୟାଚ୍ । ଉଭୟ ଖେଳାଳି ପରଫେକ୍ଟ ୧୦ ହାସଲ କରିଥିଲେ ମଧ୍ୟ ୟୋହୁନଙ୍କ ଶେଷ ପ୍ରୟାସର ନିଷ୍ପତ୍ତି ବିବାଦୀୟ ରହିଥିଲା । ରେଫ୍ରୀ ଓ ଅନ୍ୟ ଅଧିକାରୀ ଭାରତୀୟ ଖେଳାଳିଙ୍କୁ ବିଜେତା ଘୋଷିତ କରିଥିଲେ । ଚଳିତ ସଂସ୍କରଣର ପ୍ରତିଯୋଗିତାରେ ଜ୍ୟୋତିଙ୍କ ସ୍ବର୍ଣ୍ଣ ପଦକ ଭାରତର ତୃତୀୟ ପଦକ ଓ ଦେଶର ପ୍ରଥମ ସ୍ବର୍ଣ୍ଣ ପଦକ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ