ମସ୍କଟ: ଭାରତୀୟ ମହିଳା ହକି ଟିମକୁ ବଡ ଝଟ୍କା । ଚଳିତ ଏସିଆ କପ୍ ପ୍ରତିଯୋଗିତାର ସେମିଫାଇନାଲରେ ଦକ୍ଷିଣ କୋରିଆ ଠାରୁ ୨-୩ରେ ପରାଜୟ ମିଳିବା ପରେ ଫାଇନାଲ ଖେଳିବା ଆଶା ମଉଳି ଯାଉଛି । ଫଳରେ ଏସିଆ କପ ଟାଇଟଲ ଡିଫେଣ୍ଡ କରିବା ଆଶା ଧୂଳିସାତ ହୋଇଛି ।
-
A great battle on the field💯#TeamIndia gave it all till the end but not the result we wanted.
— Hockey India (@TheHockeyIndia) January 26, 2022 " class="align-text-top noRightClick twitterSection" data="
🇰🇷 3:2 🇮🇳#IndiaKaGame #WAC2022 pic.twitter.com/SM5d68Zbi3
">A great battle on the field💯#TeamIndia gave it all till the end but not the result we wanted.
— Hockey India (@TheHockeyIndia) January 26, 2022
🇰🇷 3:2 🇮🇳#IndiaKaGame #WAC2022 pic.twitter.com/SM5d68Zbi3A great battle on the field💯#TeamIndia gave it all till the end but not the result we wanted.
— Hockey India (@TheHockeyIndia) January 26, 2022
🇰🇷 3:2 🇮🇳#IndiaKaGame #WAC2022 pic.twitter.com/SM5d68Zbi3
ଏହାମଧ୍ୟ ପଢନ୍ତୁ: FIH Pro League: 20 ଜଣିଆ ଭାରତୀୟ ପୁରୁଷ ହକି ଟିମରେ 2 ଓଡିଆ
ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିବା ଭାରତ ମ୍ୟାଚ୍ ଆରମ୍ଭରୁ ଦମଦାର ପ୍ରଦର୍ଶନ କରିଥିଲା । ମ୍ୟାଚ୍ ୨୮ତମ ମିନିଟ୍ରେ ବନ୍ଦନା କଟାରିୟାଙ୍କ ଗୋଲ୍ ସହାୟତାରେ ଆଗୁଆ ହୋଇଥିଲା । ମାତ୍ର କୋରିଆ ଟିମ ଜବରଦସ୍ତ କମବ୍ୟାକ୍ କରିବା ସହ ୩ଟି ଗୋଲ୍ କରିଥିଲା । କ୍ୟାପଟେନ ଏନୁବି ଚେନ୍(୩୧'), ସିୟଙ୍ଗ ଜୁ ଲି(୪୫') ଓ ହେଜିନ ଚୋ(୪୭') ମିନିଟ୍ରେ ଗୋଲ୍ କରିଥିଲେ ।
ସେମିଫାଇନାଲ ପରାଜୟ ପରେ ଭାରତ ଶୁକ୍ରବାର ଚାଇନା ବିପକ୍ଷରେ ତୃତୀୟ ସ୍ଥାନ ପାଇଁ ଖେଳିବ । ଅନ୍ୟଏକ ସେମିଫାଇନାଲରେ ଜାପାନ ୨-୧ ଗୋଲ୍ରେ ଚାଇନାକୁ ହରାଇ କୋରିଆ ସହ ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି ।