ETV Bharat / sports

Asia Cup hockey 2022: ଜାପାନଠୁ ହାରିଲା ଭାରତ

author img

By

Published : May 25, 2022, 9:11 AM IST

ଇଣ୍ଡୋନେସିଆରେ ଆରମ୍ଭ ହୋଇଥିବା ଏସିଆ କପ୍‌ ହକିରେ(Asia Cup Hockey) ଭାରତୀୟ ଦଳକୁ ପରାଜୟର ସାମ୍ନା କରିବାକୁ ପଡିଛି । ଦ୍ବିତୀୟ ପୁଲ ମ୍ୟାଚରେ ଜାପାନ ନିକଟରୁ 5-2ଗୋଲରେ ପରାସ୍ତ ହୋଇଛି ଭାରତ । ଅଧିକ ପଢନ୍ତୁ

ଜାପାନଠୁ ହାରିଲା ଭାରତ
ଜାପାନଠୁ ହାରିଲା ଭାରତ

ଜାକର୍ତ୍ତା: ଇଣ୍ଡୋନେସିଆରେ ଆରମ୍ଭ ହୋଇଥିବା ଏସିଆ କପ୍‌ ହକିରେ(Asia Cup Hockey) ଭାରତୀୟ ଦଳକୁ ପରାଜୟର ସାମ୍ନା କରିବାକୁ ପଡିଛି । ଦ୍ବିତୀୟ ପୁଲ ମ୍ୟାଚରେ ଜାପାନ ନିକଟରୁ 5-2ଗୋଲରେ ପରାସ୍ତ ହୋଇଛି ଭାରତ । ବିଜୟ ସହ ଜାପାନ ଲଗାତାର 2ଟି ମ୍ୟାଚ ଜିତି ମୋଟ 6 ପଏଣ୍ଟ ସହ ପୁଲ ଏର ଶୀର୍ଷ ସ୍ଥାନ ବଜାୟ ରଖିଛି ।

ଭାରତ ଓ ଜାପାନ ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ କଡା ସଂଘର୍ଷ ଦେଖିବାକୁ ମିଳିଥିଲା । ଆକ୍ରମଣ ଓ ପ୍ରତିଆକ୍ରମଣ ମଧ୍ୟ ପ୍ରଥମ କ୍ବାର୍ଟର କିଛି ଗୋଲ ହୋଇନଥିଲା । ଦ୍ବିତୀୟ କ୍ବାର୍ଟରରେ ଜାପାନ ଖାତାରେ ପ୍ରଥମ ଗୋଲ ଲାଗିଥିଲା । 24 ମିନିଟରେ ଦଳକୁ ପେନାଲ୍ଟି କର୍ଣ୍ଣର ମିଳିଥିଲା । ଏହାର ସୁଯୋଗ ନେଇ ଗୋଲ କରିଥିଲେ କେନ ନାଗାୟୋସି । ତୃତୀୟ କ୍ବାର୍ଟରର କୋସେଇ ଆଉ ଏକ ଗୋଲ ଦେଇ ଦଳକୁ 2-0ରେ ଆଗୁଆ କରିଥିଲେ ।

ଏହି ବି ପଢନ୍ତୁ... Asia Cup Hockey: ପରାଜୟରୁ ବର୍ତ୍ତିଲା ପାକିସ୍ତାନ, ୧-୧ରେ ମ୍ୟାଚ୍‌ ଡ୍ର

ଏହି ଭାଗ ଶେଷ ମିନିଟରେ ଭାରତ ଗୋଟିଏ ଗୋଲ କରିଥିଲା । 45 ମିନିଟରେ ପବନ ରାଜଭର ଗୋଲଟି କରିଥିଲେ । ଚତୁର୍ଥ କ୍ବାର୍ଟରେ ଭାରତ ଆଉ ଏକ ଗୋଲ କରିବାରେ ସଫଳ ହୋଇଥିଲା । ହେଲେ ଜାପାନ ଆଉ 3ଟି ଗୋଲ କରି 5-2ରେ ବିଜୟ ହାସଲ କରିଥିଲା । ପ୍ରକାଶ ଥାଉ କି ପ୍ରଥମ ମ୍ୟାଚରେ ପାକିସ୍ତାନ ବିପକ୍ଷରେ ମ୍ୟାଚ 1-1ରେ ଡ୍ର ହୋଇଥିଲା । ପାକିସ୍ତାନ 4 ପଏଣ୍ଟ ସହ ଦ୍ବିତୀୟ ଓ ଭାରତ 1 ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.