ETV Bharat / sports

ରାଜ୍ୟ ଆଥେଲଟିକ ନିର୍ବାଚନ ଶେଷ, ସମ୍ପାଦକ ପଦ ବଜାୟ ରଖିଲେ ଆଶୀର୍ବାଦ

author img

By

Published : Sep 11, 2022, 10:31 PM IST

୨୦୨୨ ରୁ ୨୦୨୬ ପର୍ଯ୍ୟନ୍ତ ଓଡିଶା ଆଥଲେଟିକ ଆସୋସିଏସନ କର୍ମକର୍ତ୍ତା ମନୋନୀତ କରାଯାଇଛି । ସାଧାରଣ ସମ୍ପାଦକ ପଦବୀରେ ଅପ୍ରତିଦ୍ଵନ୍ଦ୍ବୀ ଭାବେ ଆଶୀର୍ବାଦ ବେହେରା ମନୋନୀତ ହୋଇଛନ୍ତି । ଅଧିକ ପଢନ୍ତୁ

ରାଜ୍ୟ ଆଥେଲଟିକ ନିର୍ବାଚନ ଶେଷ, ସମ୍ପାଦକ ପଦ ବଜାୟ ରଖିଲେ ଆଶୀର୍ବାଦ
ରାଜ୍ୟ ଆଥେଲଟିକ ନିର୍ବାଚନ ଶେଷ, ସମ୍ପାଦକ ପଦ ବଜାୟ ରଖିଲେ ଆଶୀର୍ବାଦ

କଟକ: ୨୦୨୨ ରୁ ୨୦୨୬ ପର୍ଯ୍ୟନ୍ତ ଓଡିଶା ଆଥଲେଟିକ ଆସୋସିଏସନ କର୍ମକର୍ତ୍ତା ମନୋନୀତ କରାଯାଇଛି । ସବୁଠୁ ବଡ କଥା ହେଲା ବିନା ପ୍ରତିଦ୍ବନ୍ଦ୍ବୀତାରେ ୪ ବର୍ଷ ପାଇଁ ଏହାର କର୍ମକର୍ତ୍ତା ଚୟନ ହୋଇଛନ୍ତି । ଓଡିଶା ଆଥଲେଟିକ ଆସୋସିଏସନ ସାଧାରଣ ସମ୍ପାଦକ ପଦବୀରେ ଅପ୍ରତିଦ୍ଵନ୍ଦୀ ଭାବରେ ଭେଟେରାନ ଆଶୀର୍ବାଦ ବେହେରା ମନୋନୀତ ହୋଇଛନ୍ତି ।

ଓଡିଶା ଆଥଲେଟିକ ଆସୋସିଏସନର ବସିଲା ବାର୍ଷିକ ସାଧାରଣ ପରିଷଦର ବୈଠକ । ବିନା ପ୍ରତିଦ୍ବନ୍ଦ୍ବୀତାରେ ୪ ବର୍ଷ ପାଇଁ କର୍ମକର୍ତ୍ତାଙ୍କୁ ମନୋନୀତ କରାଯାଇଛି । ଆସନ୍ତା 2026 ପର୍ଯ୍ୟନ୍ତ କର୍ମକର୍ତ୍ତା ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । ସଦସ୍ୟମାନଙ୍କ ମଧ୍ୟରେ ଅପୋଷ ଆଲୋଚନା କରାଯାଇ କର୍ମକର୍ତ୍ତାମାନେ ନିଜ ନିଜ ମଧ୍ୟରେ ବିଭିନ୍ନ ପଦପଦବୀ ବାଣ୍ଟି ନେଇଥିଲେ । ଜି ଶ୍ରୀନିବାସ ପଟ୍ଟନାୟକ ବିନା ପ୍ରତିଦ୍ୱନ୍ଦିତାରେ ସଭାପତି ଭାବେ ନିର୍ବାଚିତ ହୋଇଥିବାବେଳେ, ଆଶୀର୍ବାଦ ବେହେରା ଅପ୍ରତିଦ୍ଵନ୍ଦୀ ହୋଇ ସାଧାରଣ ସମ୍ପାଦକ ମନୋନୀତ ହୋଇଛନ୍ତି ।

ଏହା ବ୍ୟତୀତ ଦୁଲାଲ ଚନ୍ଦ୍ର ପ୍ରଧାନ, ନଳିନୀ କୁମାର ଦାସ, ଡ ଜନାର୍ଦନ ଦାସ, ତାପସ କୁମାର ରାୟ ଚୌଧୁରୀ ଏବଂ ଆରଏନ ପାଢୀ ୫ ଜଣ ଉପସଭାପତି ଭାବରେ ଆସନ୍ତା ୪ ବର୍ଷ ପାଇଁ ମନୋନୀତ ହୋଇଛନ୍ତି । ଅଶୋକ କୁମାର ସାହୁ ଓ ରବି ନାୟକ ଯୁଗ୍ମ ସମ୍ପାଦକ, ବିଭୁତି ଭୂଷଣ ପଣ୍ଡା ସହକାରୀ ସମ୍ପାଦକ ଏବଂ ରବିଶଙ୍କର ପଡିହାରୀ କୋଷାଧ୍ୟକ୍ଷ ଭାବରେ ମନୋନୀତ ହୋଇଛନ୍ତି ।

ଏହା ବ୍ୟତୀତ ୧୧ ଜଣ ସଦସ୍ୟଙ୍କୁ କାର୍ଯ୍ୟକାରୀ କମିଟିକୁ ମନୋନୀତ କରାଯାଇଛି । ସଂଘର ସାଧାରଣ ସମ୍ପାଦକ ଶ୍ରୀ ଆଶୀର୍ବାଦ ବେହେରା ଓଡିଶା ଆଥଲେଟିକ ଆସୋସିଏସନର ୨୦୧୯ର ସଫଳତା ସମ୍ପର୍କରେ ଏକ ରିପୋର୍ଟ ଉପସ୍ଥାପନ କରିଥିଲେ । ବୈଠକରେ ଆସୋସିଏସନର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଗତ ୨୦୧୯-୨୦ ମସିହାରେ ଓଡିଶା ଆଥଲେଟିକ ଆସୋସିଏସନ ଓଡିଶା ଅଲମ୍ପିକ ଆସୋସିଏସନ ଠାରୁ ୪୩ ଲକ୍ଷ ୩୧ ହଜାର ୭୨୨ ଟଙ୍କା ଅନୁଦାନ ଆକାରରେ ପାଇଛି । ଏହାସହ ଆଗମୀ ଦିନରେ ରାଜ୍ୟରେ ଆଥଲେଟିକ ଏକଡେମୀ ନିର୍ମାଣ ହେବ ଯେଉଁଥିରେ ପିଲାମାନଙ୍କ ରହିବାଠୁ ଆରମ୍ଭ କରି ସମସ୍ତ ପ୍ରକାର କୋଚିଂ ମଧ୍ୟ ଦିଆଯିବବୋଲି କହିଛନ୍ତି ସମ୍ପାଦକ ଆଶୀର୍ବାଦ ବେହେରା ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.