ଭୁବନେଶ୍ବର: ହକି ବିଶ୍ବକପର ଚତୁର୍ଥ ଦିନର ଶେଷ ମ୍ୟାଚରେ ଅଷ୍ଟ୍ରେଲିଆ ଓ ଆର୍ଜେଣ୍ଟିନା ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳିଥିଲା । ଏହି ମ୍ୟାଚ୍ରେ ଉଭୟ ଦଳର ଦମଦାର ପ୍ରଦର୍ଶନ ପରେ ୩-୩ରେ ମ୍ୟାଚଟି ଡ୍ର ହୋଇଛି । ପ୍ରଥମ କ୍ବାର୍ଟରରେ କଡ଼ା ମୁକାବିଲା ସତ୍ତ୍ବେ ଅଷ୍ଟ୍ରେଲିଆ ପକ୍ଷରୁ ହେୱାର୍ଡ ଜେରମୀ ୯ ମିନିଟରେ ପ୍ରଥମ ଗୋଲ କରିବାରେ ସଫଳ ହୋଇଥିଲେ ।
-
🏑 | FULL-TIME | In a breathless match at Kalinga Stadium, @Kookaburras and @ArgFieldHockey played out a thrilling 3-3 draw.#HWC2023 #ARGvsAUS #OdishaForHockey #HockeyWorldCup2023 #HockeyComesHome #HockeyWorldCup pic.twitter.com/opuCZZNDQD
— Odisha Sports (@sports_odisha) January 16, 2023 " class="align-text-top noRightClick twitterSection" data="
">🏑 | FULL-TIME | In a breathless match at Kalinga Stadium, @Kookaburras and @ArgFieldHockey played out a thrilling 3-3 draw.#HWC2023 #ARGvsAUS #OdishaForHockey #HockeyWorldCup2023 #HockeyComesHome #HockeyWorldCup pic.twitter.com/opuCZZNDQD
— Odisha Sports (@sports_odisha) January 16, 2023🏑 | FULL-TIME | In a breathless match at Kalinga Stadium, @Kookaburras and @ArgFieldHockey played out a thrilling 3-3 draw.#HWC2023 #ARGvsAUS #OdishaForHockey #HockeyWorldCup2023 #HockeyComesHome #HockeyWorldCup pic.twitter.com/opuCZZNDQD
— Odisha Sports (@sports_odisha) January 16, 2023
ଏହାପରେ ଦ୍ବିତୀୟ କ୍ବାର୍ଟରରେ ମଧ୍ୟ ଉଭୟ ଦଳ ମଧ୍ୟରେ କଡ଼ା ସଙ୍ଘର୍ଷ ଦେଖିବାକୁ ମିଳିଥିଲା । ତେବେ ଆର୍ଜେଣ୍ଟିନା ପକ୍ଷରୁ ଡୋମେନ ତୋମାସ ୧୮ ମିନିଟରେ ପ୍ରଥମ ଗୋଲ ସ୍କୋର କରି ଦଳକୁ ୧-୧ ରେ ବରାବର ସ୍ଥିତିକୁ ଆଣିଥିଲେ । ଏହାପରେ ପୁଣିଥରେ ଅଷ୍ଟ୍ରେଲିଆ ପକ୍ଷରୁ ବେଆଲେ ଡାନିଏଲଙ୍କ ଗୋଲ ବଳରେ ଦଳ ୨-୧ରେ ଆଗୁଆ ହୋଇଥିଲା । ତେବେ ତୃତୀୟ କ୍ବାର୍ଟରରେ ଅଷ୍ଟ୍ରେଲିଆକୁ କୌଣସି ସଫଳତା ମିଳିନଥିଲା । ଆର୍ଜେଣ୍ଟିନା ପକ୍ଷରୁ କ୍ୟାସେଲ୍ଲା ମାଇକୋ ୩୨ ମିନିଟରେ ଗୋଟିଏ ଗୋଲ ସ୍କୋର କରି ଦଳକୁ ପୁଣି ୨-୨ ଗୋଲରେ ବରାବର କରିଥିଲେ ।
![ପଏଣ୍ଟ ବାଣ୍ଟିଲେ ଅଷ୍ଟ୍ରେଲିଆ ଓ ଆର୍ଜେଣ୍ଟିନା](https://etvbharatimages.akamaized.net/etvbharat/prod-images/od-bbsr_16012023211223_1601f_1673883743_14.jpg)
ତେବେ ମ୍ୟାଚ୍ର ଚତୁର୍ଥ ତଥା ଶେଷ କ୍ବାର୍ଟରେ ଉଭୟ ଅଷ୍ଟ୍ରେଲିଆ ଓ ଆର୍ଜେଣ୍ଟିନା ଦଳର ଖେଳାଳିଙ୍କ ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳିଥିଲା । ତେବେ ଏହି କ୍ବାର୍ଟରରେ ପ୍ରଥମ ସଫଳତା ମିଳିଥିଲା ଆର୍ଜେଣ୍ଟିନାକୁ । ଫେରେଇରୋ ମାର୍ଟିନ ୪୮ ମିନିଟରେ ଗୋଟିଏ ଗୋଲ ସ୍କୋର ଦେଇ ଦଳକୁ ୩-୨ରେ ଅଗ୍ରଣୀ କରାଇଥିଲେ । ତବେ ଅଷ୍ଟ୍ରେଲିଆ ପକ୍ଷରୁ ଗୋଭର୍ସ ବ୍ଲେକ ୫୭ ମିନିଟରେ ଶେଷ ଗୋଲ ଦେଇ ମ୍ୟାଚ୍କୁ ୩-୩ ଗୋଲରେ ଶେଷ କରିଥିଲେ । ମ୍ୟାଚ୍ ଅମିମାଂସିତ ରହିବାରୁ ଉଭୟ ଦଳ ୧ ପଏଣ୍ଟ ଲେଖାଏଁ ବାଣ୍ଟି ନେଇଛନ୍ତି ।
![ପଏଣ୍ଟ ବାଣ୍ଟିଲେ ଅଷ୍ଟ୍ରେଲିଆ ଓ ଆର୍ଜେଣ୍ଟିନା](https://etvbharatimages.akamaized.net/etvbharat/prod-images/od-bbsr_16012023211223_1601f_1673883743_795.jpg)
ଇଟିଭି ଭାରତ, ଭୁବନେଶ୍ବର