ETV Bharat / sports

କ୍ରୀଡା ମନ୍ତ୍ରଣାଳୟର ଦାୟିତ୍ବ ଗ୍ରହଣ କଲେ ଅନୁରାଗ ଠାକୁର

ଦେଶର 17ତମ କ୍ରୀଡାମନ୍ତ୍ରୀ ଭାବେ ଗୁରୁବାର ଦାୟିତ୍ବ ଗ୍ରହଣ କରିଛନ୍ତି ଅନୁରାଗ ଠାକୁର । ଅଧିକ ପଢନ୍ତୁ...

author img

By

Published : Jul 8, 2021, 6:57 PM IST

Anurag Thakur takes charge as sports minister
କ୍ରୀଡା ମନ୍ତ୍ରଣାଳୟର ଦାୟିତ୍ବ ଗ୍ରହଣ କଲେ ଅନୁରାଗ ଠାକୁର

ନୂଆଦିଲ୍ଲୀ: ଦେଶର 17ତମ କ୍ରୀଡାମନ୍ତ୍ରୀ ଭାବେ ଗୁରୁବାର ଦାୟିତ୍ବ ଗ୍ରହଣ କରିଛନ୍ତି ଅନୁରାଗ ଠାକୁର । 46 ବର୍ଷୀୟ ପୂର୍ବତନ ବିସିସିଆଇ ସଭାପତିଙ୍କୁ କ୍ରୀଡା ଓ ଯୁବ ବ୍ୟାପାର ସମେତ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଦାୟିତ୍ବ ମଧ୍ୟ ମିଳିଛି । ବୁଧବାର ସେ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଥିଲେ ।

ଜୁଲାଇ 23ରୁ ଅଲମ୍ପିକ ଆରମ୍ଭ ହେବାକୁ ଯାଉଛି ଓ ଦେଶର ଆଥଲେଟଙ୍କ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ଥିବାବେଳେ ଅନୁରାଗଙ୍କୁ କ୍ରୀଡା ମନ୍ତ୍ରଣାଳୟର ଦାୟିତ୍ବ ମିଳିଛି ।

"କିରଣ ରିଜିଜୁଙ୍କ ନେତୃତ୍ବରେ ଯେଉଁ ସବୁ ଭଲ କାର୍ଯ୍ୟ କରାଯାଇଛି, ସେ ସବୁକୁ ଆଗକୁ ବଢାଇବୁ । ଭାରତୀୟ କ୍ରୀଡାର ବିକାଶ ପାଇଁ ସମସ୍ତଙ୍କୁ ସାଥିରେ ନେଇ କାର୍ଯ୍ୟ କରିବୁ," ଦାୟିତ୍ବ ଗ୍ରହଣ ସମୟରେ ଏହା କହିଛନ୍ତି ଅନୁରାଗ ଠାକୁର ।

ମଣିଶଙ୍କର ଆୟର(2006-2008)ଙ୍କ ପରେ କେନ୍ଦ୍ର କ୍ରୀଡା ମନ୍ତ୍ରଣାଳୟର ପ୍ରଥମ କ୍ୟାବିନେଟ ମନ୍ତ୍ରୀ ପଦ ଅନୁରାଗଙ୍କୁ ମିଳିଛି । ନିତିଶ ପ୍ରାମାଣିକ କ୍ରୀଡା ରାଜ୍ୟମନ୍ତ୍ରୀ ରହିଛନ୍ତି ଓ ଠାକୁରଙ୍କ ନେତୃତ୍ବରେ କାର୍ଯ୍ୟ କରିବେ ।

ଠାକୁର ମେ 2016ରୁ ଫେବ୍ରୁଆରୀ 2017 ମଧ୍ୟରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI)ର ସଭାପତି ରହିଥିଲେ । ଏହାପୂର୍ବରୁ ହିମାଚଳ କ୍ରିକେଟ ଆସୋସିଏସନ(HPCA) ର ସମ୍ପାଦକ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି ।

ହିମାଚଳ ପ୍ରଦେଶର ହର୍ମିପୁର ସଂସଦୀୟ କ୍ଷେତ୍ରରୁ ସାଂସଦ ଥିବା ଠାକୁର, ନିର୍ମଳା ସୀତାରମଣଙ୍କ ନେତୃତ୍ବରେ ଅର୍ଥରାଜ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ । ମାତ୍ର ବୁଧବାର କେନ୍ଦ୍ର ମନ୍ତ୍ରୀମଣ୍ଡଳ ସଂପ୍ରସାରଣରେ ତାଙ୍କୁ ନୂଆ ଦାୟିତ୍ବ ମିଳିଛି । ଠାକୁରଙ୍କ ଭାଇ ଅରୁଣ ଧୂମଲ ଏବେ BCCIର କୋଷାଧ୍ୟକ୍ଷ ଅଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.