ETV Bharat / sports

ଅନିର୍ବାଣ ଲାହିରିଙ୍କୁ ଟୋକିଓ ଅଲମ୍ପିକ ଟିକେଟ - Anirban Lahiri qualifies

ଗତ ଦ୍ବିତୀୟ ଥର ପାଇଁ ଅଲମ୍ପିକ ଯୋଗ୍ୟତା ଅର୍ଜନ କରିଛନ୍ତି ଷ୍ଟାର ଭାରତୀୟ ଗୋଲଫର ଅନିର୍ବାଣ ଲାହିରି । ଅଧିକ ପଢନ୍ତୁ...

Anirban Lahiri qualifies for Tokyo Olympics
ଅନିର୍ବାଣ ଲାହିରିଙ୍କୁ ଟୋକିଓ ଅଲମ୍ପିକ ଟିକେଟ
author img

By

Published : Jun 22, 2021, 10:45 PM IST

ନୂଆଦିଲ୍ଲୀ: କ୍ରମାଗତ ଦ୍ବିତୀୟ ଥର ପାଇଁ ଷ୍ଟାର ଭାରତୀୟ ଗୋଲଫର ଅନିର୍ବାଣ ଲାହିରି ଅଲମ୍ପିକ ଯୋଗ୍ୟତା ଅର୍ଜନ କରିଛନ୍ତି । ମଙ୍ଗଳବାର ପ୍ରକାଶିତ ଟୋକିଓ ଗେମ୍ସ ଚୁଡାନ୍ତ ରାକିଂରେ ଶ୍ରେଷ୍ଠ ଭାରତୀୟ ଗୋଲଫର ଭାବେ ସ୍ଥାନ ପାଇଛନ୍ତି । ଏହି ଖୁସିଖବର ନିଜେ ଲାହିରି ଟ୍ବିଟ ଯୋଗେ ଘୋଷଣା କରିଛନ୍ତି । କେନ୍ଦ୍ର କ୍ରୀଡାମନ୍ତ୍ରୀ କିରଣ ରିଜିଜୁ ମଧ୍ୟ ଟ୍ବିଟ ଯୋଗେଁ ଶୁଭେଚ୍ଛା ଜଣାଇଛନ୍ତି ।

33 ବର୍ଷୀୟ ଲାହିରି ରାକିଂର ଶେଷ କୋଟା 60ତମ ସ୍ଥାନରେ ରହି ଅଲମ୍ପିକ ଟିକେଟ ହାସଲ କରିଛନ୍ତି । ନିକଟରେ ୟୁଏସ ଓପନ ଚମ୍ପିଆନ ହୋଇଥିବା ସ୍ପେନର ଜନ ରମ ଏହି ତାଲିକାର ଶୀର୍ଷରେ ରହିଛନ୍ତି ।

ଅନ୍ୟପଟେ 60 ଖେଳାଳି ବିଶିଷ୍ଟ ମହିଳା ତାଲିକା ଜୁନ 29ରେ ପ୍ରକାଶ ପାଇବ । ଅଦିତି ଅଶୋକ ମଧ୍ୟ ଦ୍ବିତୀୟ ଥର ପାଇଁ ଟିକେଟ ଆଶାୟୀ ରହିଛନ୍ତି ।

1904ରୁ ସଂସ୍କରଣର ଅଲମ୍ପିକ ଠାରୁ ପ୍ରଥମ ଥର ପାଇଁ 2016 ରିଓ ଅଲମ୍ପିକରେ ଗୋଲଫକୁ ସାମିଲ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.