ETV Bharat / sports

ଭୁବନେଶ୍ବରରେ କୁମ୍ବଲେଙ୍କ କ୍ରୀଡା ମନ୍ତ୍ର - ODISHA KNOWLEDGE HUB LECTURE SERIES

ଓଡିଶା ନଲେଜ ହବ ଲେକଚ୍‌ର ସିରିଜ (OKH) କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଭୁବନେଶ୍ବରରେ ପୂର୍ବତନ ଭାରତୀୟ କ୍ରିକେଟର ଅନୀଲ କୁମ୍ବଲେ ।

anil-kumble-attend-at-odisha-knowledge-hub-lecture-series-at-bhubaneswer
ଅନୀଲ କୁମ୍ବଲେ
author img

By

Published : Jan 4, 2020, 6:26 PM IST

ଭୁବନେଶ୍ବର: ଲୋକସେବା ଭବନରେ ଆରମ୍ଭ ହୋଇଯାଇଛି ଓଡିଶା ନଲେଜ ହବ ଲେକଚ୍‌ର ସିରିଜ (OKH) । ରାଜ୍ୟ ସରକାରଙ୍କ ଯୋଜନା ଓ ସଂଯୋଜନା ବିଭାଗ ପକ୍ଷରୁ ଆୟୋଜିତ ହେଉଛି ଏହି କାର୍ଯ୍ୟକ୍ରମ । "ଭାରତୀୟ କ୍ରୀଡ଼ା, ଏକ ଅନ୍ତର୍ଦୃଷ୍ଟି" ବିଷୟ ବସ୍ତୁ ଉପରେ ବକ୍ତବ୍ୟ ପ୍ରଦାନ କରୁଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ଅନୀଲ କୁମ୍ବଲେ ।

ଏଥିସହ କାର୍ଯ୍ୟକ୍ରମରେ ମୁଖ୍ୟଶାସନ ସଚିବ ଅସିତ ତ୍ରିପାଠୀ, ଉନ୍ନୟନ କମିଶନର ସୁରେଶ ମହାପାତ୍ର, 5T ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ୍, ସୁଜାତା ପାଣ୍ଡିଆନଙ୍କ ସମେତ ବିଭିନ୍ନ ବିଭାଗର ସଚିବମାନେ ଉପସ୍ଥିତ ଅଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମରେ ଓଡିଶା ଆଜି ସ୍ପୋର୍ଷ୍ଟସ କ୍ୟାପିଟାଲ ହୋଇଛି । କ୍ରିଡା କ୍ଷେତ୍ରରେ ଓଡିଶା ଆଗଉଛି ବୋଲି କହିଛନ୍ତି ଅନିଲ କୁମ୍ବଲେ । ଏହା ସହ କୁମ୍ବଲେ କ୍ରୀଡା କ୍ଷେତ୍ରରେ ସଫଳତାର ୬ଟି ମନ୍ତ୍ର ଦେଇଛନ୍ତି ।

ଭୁବନେଶ୍ବରରେ କୁମ୍ବଲେ, ଦେଲେ କ୍ରୀଡା ମନ୍ତ୍ର

କୁମ୍ବଲେ କହିଛନ୍ତି, "କ୍ରୀଡାର ବିକାଶ ପାଇଁ ତୃଣମୂଳ ସ୍ତରରେ ଅଧିକରୁ ଅଧିକ ପ୍ରତିଯୋଗିତା ହେବା ଦରକାର । ଏହି କାର୍ଯ୍ୟକ୍ରମ କ୍ରମରେ ମୋ ଭଳି ଜଣେ ଖେଳାଳିଙ୍କୁ ନିମନ୍ତ୍ରଣ କରିଥିବାରୁ ଖୁସି ଲାଗୁଛି । କ୍ରୀଡାର ବିକାଶ ପାଇଁ ରାଜ୍ୟ ସରକାର ଯେଉଁ ପଦକ୍ଷେପ ନେଉଛନ୍ତି ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବି । ଆଗାମୀ ଦିନମାନଙ୍କରେ ଓଡିଶାରୁ ଚମ୍ପିଆନ ବାହାରିବେ । ମୋତେ ବହୁତ ଖୁସି ଲାଗିଲା ଓଡିଶା ନଲେଜ ହବ କାର୍ଯ୍ୟକ୍ରମ ଜଣେ ସ୍ପୋର୍ଟସ ପର୍ସନକୁ ଡାକିଛି । ଏଥିରୁ ସ୍ପଷ୍ଟ ଯେ, ରାଜ୍ୟ ସରକାର କ୍ରୀଡା ପାଇଁ କେତେ ଉତ୍ସର୍ଗୀକୃତ ।"

ସେହିପରି ରୋହିତ ଓ ବିରାଟଙ୍କ ମଧ୍ୟରେ କିଏ ଭଲ ଅଧିନାୟକ ପ୍ରଶ୍ନର ଉତ୍ତରରେ କୁମ୍ବଲେ କହିଛନ୍ତି ଯେ, ଉଭୟ ଭଲ ଅଧିନାୟକ । ସେହିପରି ଧୋନି କେବେ ଅବସର ନେବେ ସେ ହିଁ କହିପାରିବେ ବୋଲି କହିଛନ୍ତି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

Intro:ଲୋକସେବା ଭବନ ଆରମ୍ଭ ହେଲା OKH ଓଡିଶା ନଲେଜ ହବ ଲେକଚର ସିରିଜ.। ରାଜ୍ୟ ସରକାରଙ୍କ ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ଆୟୋଜିତ ହେଉଛି OKH ଲେକଚର ସିରିଜର ଦ୍ୱାବିଂଶତମ ବକ୍ତୃତା ପ୍ରଦାନ କାର୍ଯ୍ୟକ୍ରମ.। ଭାରତୀୟ କ୍ରୀଡ଼ା-ଏକ ଅନ୍ତର୍ଦୃଷ୍ଟି ଉପରେ ବକ୍ତବ୍ୟ ପ୍ରଦାନ କରୁଛନ୍ତି ପୂର୍ବତନ କ୍ରିକେଟର ଅନିଲ କୁମ୍ବଲେ। କାର୍ଯ୍ୟକ୍ରମ ରେ ମୁଖ୍ୟଶାସନ ସଚିବ ଅସିତ ତ୍ରିପାଠୀ, ଉନ୍ନୟନ କମିଶନର ସୁରେଶ ମହାପାତ୍ର.5T ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ୍, ସୁଜାତା ପାଣ୍ଡିଆନ୍ ଙ୍କ ସମେତ ବିଭିନ୍ନ ବିଭାଗର ସଚିବ ମାନେ ଉପସ୍ଥିତ ଅଛନ୍ତି. ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମ ରେ ଓଡିଶା ଆଜି ସ୍ପୋର୍ଷ୍ଟସ କ୍ୟାପିଟାଲ ହୋଇଛି. କ୍ରିଡା କ୍ଷେତ୍ରରେ ଓଡିଶା ଆଗଉଛି ବୋଲି କହିଛନ୍ତି ଅନିଲ କୁମ୍ବଲେ।ଏହା ସହ କୁମ୍ବଲେ କ୍ରୀଡା କ୍ଷେତ୍ରରେ ସଫଳତାର ୬ଟି mantra ଦେଲେ ଦେଇଛନ୍ତି ଅନିଲ କୁମ୍ବଲେ । talent, infrastructure training, competition ,sports science and nutrition ଏବଂ engajament of the bottom of pyramid କୁ ଗୁରୁତ୍ୱ ଦେଲେ କୁମ୍ବଲେ ।

Body:ଏହା ସହ କୁମ୍ବଲେ ଗଣମାଧ୍ୟମ ପ୍ରଶ୍ନ ର ଉତ୍ତର ଦେଇ କହିଛନ୍ତି ଯେ,କୁମ୍ବଲେ ଙ୍କ ପ୍ରତିକ୍ରିୟା- କ୍ରୀଡାର ବିକାଶ ପାଇଁ ତୃଣ ମୂଳ ସ୍ତରରେ ଅଧିକରୁ ଅଧିକ ପ୍ରତିଯୋଗିତା ହେବା ଦରକାର।ଏହି କାର୍ଯ୍ୟକ୍ରମ କ୍ରମ ରେ ମୋ ଭଳି ଜଣେ ଖେଳାଳିଙ୍କୁ ନିମନ୍ତ୍ରଣ କରିଥିବାରୁ ଖୁସି ଲାଗୁଛି। କ୍ରୀଡାର ବିକାଶ ପାଇଁ ରାଜ୍ୟ ସରକାର ଯେଉଁ ପଦକ୍ଷେପ ନେଉଛନ୍ତି ସେଥିପାଇଁ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଦେବି। ଆଗାମୀ ଦିନମାନଙ୍କରେ ଓଡିଶାରୁ ଚାମ୍ପିଅନ ବାହାରିବେ। ମୋତେ ବହୂତ ଖୁସି ଲାଗିଲା ଓଡିଶା ନଲେଜ ହବ ର କାର୍ଯ୍ୟକ୍ରମ ରେ ଜଣେ ସ୍ପୋର୍ଟସ ପର୍ସନ କୁ ଡାକିଥିବାରୁ ।ଏଥିରୁ ଜଣା ପଡୁଛି ରାଜ୍ୟ ସରକାର କ୍ରଡା ପାଇଁ କେତେ ଉତ୍ସର୍ଗ ।

ନିଜର ଶ୍ରରେଷ୍ଠମ୍ୟା ଚ ଉପରେ କୁମ୍ବବଲେ କହିଛନ୍ତି ଯେ

ପାକିସ୍ତାନ ଓ ଇଂଲଣ୍ଡ ବିରୋଧୀ ରେ ଟେଷ୍ଟ ମ୍ୟାଚ ଶ୍ରେଷ୍ଠ ସମୟ ଥିବା ତାଙ୍କ ପାଇଁ । ଭାରତୀୟ ଦଳ ପାଇଁ ଖେଳିବା ନିଶ୍ଚୟ ଗର୍ବର ବିଷୟ

Conclusion:ଓଡିଶା ର ମୁଖ୍ୟମନ୍ତ୍ରୀ ଙ୍କ ଇଛା ଶକ୍ତି ଫଳରେ ଜାତୀୟ ସ୍ତରର ଖେଳ ଆୟୋଜନ କରିପାରିଛି ।ଓଡଶା ଆଗକୁ ଚମ୍ପିୟାନ ମାନଙ୍କୁ ସୃଷ୍ଟି କରିବ ବୋଲି ମୋର ଆଶା

ରୋହିତ ଓ ବିରାଟ ଙ୍କ ମଧ୍ୟରେ କିଏ ଭଲ ଅଧିନାୟକ ପ୍ରଶ୍ନ ର ଉତ୍ତର ରେ କୁମ୍ବଲେ କହିଛନ୍ତି ଯେ ,ଉଭୟ ଭଲ ଅଧିନାୟକ ,ଧୋନୀ କେବେ ଅବସର ନେବେ ସେ ହିଁ କହି ପାରିବେ ବୋଲି କହିଛନ୍ତି କୁମ୍ବଲେ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.