ETV Bharat / sports

ଖେଲୋ ଇଣ୍ଡିଆ ବ୍ୟାଡମିଣ୍ଟନ: ପୁରୁଷରେ ଆନ୍ଧ୍ର, ମହିଳାରେ ଜୈନ ୟୁନିଭର୍ସିଟିର ବାଜିମାତ - ଖେଲୋ ଇଣ୍ଡିଆ ବ୍ୟାଡମିଣ୍ଟନ

ଖେଲୋ ଇଣ୍ଡିଆ ୟୁନିଭରସିଟି ଗେମ୍ସରେ ଦଳଗତ ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ଆଜି ମହିଳା ବର୍ଗରେ ବାଙ୍ଗାଲୋରର ଜୈନ ବିଶ୍ୱବିଦ୍ୟାଳୟ ସ୍ବର୍ଣ୍ଣ ପଦକ ହାସଲ କରିଛି ।

andhra-pradesh-university-and-jain-university-win-at-khelo-india-badminton
ଖେଲୋ ଇଣ୍ଡିଆ ବ୍ୟାଡମିଣ୍ଟନ: ପୁରୁଷ ବର୍ଗରେ ଆନ୍ଧ୍ର, ମହିଳାରେ ଜୈନ ୟୁନିଭର୍ସିଟିର ବାଜିମାତ
author img

By

Published : Feb 26, 2020, 11:33 PM IST

କଟକ: ଖେଲୋ ଇଣ୍ଡିଆ ୟୁନିଭରସିଟି ଗେମ୍ସରେ ଦଳଗତ ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ଆଜି ମହିଳା ବର୍ଗରେ ବାଙ୍ଗାଲୋରର ଜୈନ ବିଶ୍ୱବିଦ୍ୟାଳୟ ସ୍ବର୍ଣ୍ଣ ପଦକ ହାସଲ କରିଛି । ସେହିପରି ପୁରୁଷ ବର୍ଗରେ ସ୍ବର୍ଣ୍ଣ ପାଇଛି ଆନ୍ଧ୍ର ବିଶ୍ୱବିଦ୍ୟାଳୟ । 3 ଦିନ ଧରି ଚାଲିଥିବା ଏହି ପ୍ରତିଯୋଗିତାରେ ଦେଶର 24 ବିଶ୍ବବିଦ୍ୟାଳୟର ପ୍ରତିଯୋଗୀ ଯୋଗ ଦେଇଥିଲେ । ତେବେ ମହିଳା ବିଭାଗ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତାରେ ବାଜିମାତ କରିଛି ବାଙ୍ଗାଲୋର ଜୈନ ବିଶ୍ବବିଦ୍ୟାଳୟ ।

ଖେଲୋ ଇଣ୍ଡିଆ ବ୍ୟାଡମିଣ୍ଟନ: ପୁରୁଷ ବର୍ଗରେ ଆନ୍ଧ୍ର, ମହିଳାରେ ଜୈନ ୟୁନିଭର୍ସିଟିର ବାଜିମାତ

ପ୍ରତିପକ୍ଷ କର୍ଣ୍ଣାଟକର ଏସଆରଏମ ବିଶ୍ବବିଦ୍ୟାଳୟକୁ ଲଗାତାର ଦୁଇଟି ସେଟରେ ପରାସ୍ତ କରି ଟାଇଟଲ ହାସଲ କରିଛିନ୍ତି ଜୈନ ୟୁନିଭରସିଟି । ଏହି ଟିମରେ ଥିବା ଦୁଇ ଅନ୍ତର୍ଜାତୀୟ ଖେଳାଳି ଶିଖା ଗୌତମ ଓ ଅଶ୍ୱିନୀ ଭଟ୍ଟ ପ୍ରତିଯୋଗିତାର ଆରମ୍ଭ ହିଁ ଉତ୍କୃଷ୍ଟ ଖେଳ ପ୍ରଦର୍ଶନ ଜାରି ରଖିଥିଲେ । ଏବଂ ଫାଇନାଲରେ ମଧ୍ୟ ଏହି ଦୁଇ ଖେଳାଳିଙ୍କ ପ୍ରଦର୍ଶନ ପୂର୍ବ ଭଳି ଚମତ୍କାର ଥିଲା । ସେନେଇ ଫାଇନଲ ମ୍ୟାଚରେ ବିଜେତା ହୋଇଥିଲା ଦଳ । ସେପଟେ ପୁରୁଷ ବର୍ଗର ଫାଇନାଲରେ ସ୍ବର୍ଣ୍ଣ ପଦକ ହାସଲ କରିଛି ଆନ୍ଧ୍ର ବିଶ୍ବବିଦ୍ୟାଳୟ । ଏକ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଆନ୍ଦ୍ର ବିଶ୍ବବିଦ୍ୟାଳୟ ପଞ୍ଜାବକୁ ପରାସ୍ତ କରି ସ୍ବର୍ଣ୍ଣ ପଦକ ହାତେଇଛି । ଆନ୍ଧ୍ର ପକ୍ଷରୁ ଦୁଇ ଅନ୍ତର୍ଜାତୀୟ ଖେଳାଳି ପୁଦୁଲି ସାଇ କ୍ରୀଷ୍ଣ ଓ କ୍ରୀଷ୍ଣ ପ୍ରସାଦ ଡବଲ୍ସରେ ଚମତ୍କାର ଖେଳ ପ୍ରଦର୍ଶନ କରି ନିଜ ବିଶ୍ବବିଦ୍ୟାଳୟ ପାଇଁ ସ୍ବର୍ଣ୍ଣ ହାସଲ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.