ରିଶିକେଶ(ଉତ୍ତରାଖଣ୍ଡ): ଉତ୍ତରାଖଣ୍ଡରେ ବଢୁଥିବା କୋରୋନା ମାମଲାକୁ ଦୃଷ୍ଟିରେ ରଖି ଭାରତୀୟ କୁସ୍ତିଯୋଦ୍ଧା ଲାଭାଂଶୁ ଶର୍ମା ନିଜ ଘରକୁ କୋଭିଡ କେୟାର ସେଣ୍ଟର କରିବାକୁ ପ୍ରସ୍ତାବ ଦେଇଛନ୍ତି ।
ତାଙ୍କ ପରିବାର କୋଭିଡ ଆକ୍ରାନ୍ତ ରୋଗୀଙ୍କୁ ଖାଦ୍ୟ ଓ ଆବଶ୍ୟକୀୟ ଯତ୍ନ ନେବା ସହ ସମସ୍ତ ବ୍ୟବସ୍ଥା କରିବେ ବୋଲି କହିଛନ୍ତି ଲାଭାଂଶୁ । ଉତ୍ତରାଖଣ୍ଡରେ ଏଯାବତ 2000ରୁ ଅଧିକ ଲୋକଙ୍କ ଜୀବନ ନେଇ ସାରିଲାଣି ।
"ରିଶିକେଶ ସ୍ଥିତ ବାସଭବନକୁ କୋଭିଡ କେୟାର ସେଣ୍ଟର କରିବାକୁ ଦାନ କରିଛି । ପିତାମାତାଙ୍କ ସହ ମୁଁ ଦ୍ବିତୀୟ ମହଲାକୁ ରହୁଛି । ପ୍ରଥମ ମହଲା ଓ ତଳ ମହଲାରେ ଆଇସୋଲେସନ ସେଣ୍ଟର କରିବାକୁ ଦାନ କରିଥିବା କହିଛନ୍ତି ଲାଭାଂଶୁ ।"
ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ବିଭାଗୀୟ ଅଧିକାରୀଙ୍କୁ ଘର କୋଭିଡ ସେବା ବ୍ୟବସ୍ଥାରେ ବ୍ୟବହାର କରିବାକୁ ସେ ଅନୁରୋଧ କରିଛନ୍ତି । କୋରୋନା ଭାଇରସ ନିୟନ୍ତ୍ରଣ ନହେବା ପର୍ଯ୍ୟନ୍ତ, ପ୍ରାୟ 25 ଜଣ ରୋଗୀ ଏଠାରେ ଚିକିତ୍ସିତ ହୋଇପାରିବେ ବୋଲି ଲାଭାଂଶୁ କହିଛନ୍ତି ।
ଏନେଇ ସୋମବାର ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତିରଥ ସିଂ ରାୱତଙ୍କୁ ଚିଠି ଲେଖି ଘରକୁ କୋଭିଡ କେୟାର ସେଣ୍ଟର ଭାବେ ବ୍ୟବହାର କରିବାକୁ ଅନୁରୋଧ କରିଛନ୍ତି । ବର୍ଦ୍ଧିତ କୋରୋନା ପଜିଟିଭ ମାମଲାକୁ ନଜରରେ ରଖି ଜିଲ୍ଲା ପ୍ରଶାଶନ ଏପ୍ରିଲ 26 ସନ୍ଧ୍ୟା 7ରୁ ସକାଳ 5ଟା ପର୍ଯ୍ୟନ୍ତ କର୍ଫ୍ୟୁ ଲାଗୁ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ