ETV Bharat / sports

ଟେବୁଲ ଟେନିସ ଚମ୍ପିଆନସିପ: କଟକ ଉପରେ ସାରା ବିଶ୍ବର ନଜର - promotion

ହଜାର ବର୍ଷର ସହର କଟକ ଉପରେ ଏବେ ବିଶ୍ବର ନଜର । ଆସନ୍ତା 17ତାରିଖରୁ କଟକର ଇଣ୍ଡୋର ଷ୍ଟାଡିୟମରେ ଖେଳାଯିବ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ ପ୍ରତିଯୋଗୀତା । ସେଥିପାଇଁ ସଜେଇ ହେଲାଣି ସିଲଭର ସିଟି ।

ଫଟୋ ସୌଜନ୍ୟ- ସମ୍ବାଦଦାତା କଟକ
author img

By

Published : Jul 12, 2019, 10:00 PM IST

କଟକ: ବିଶ୍ବ ଦରବାରରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବ କଟକ । ହଜାର ବର୍ଷର ସହର କଟକ ଉପରେ ଏବେ ବିଶ୍ବର ନଜର । ଆସନ୍ତା 17ତାରିଖରୁ କଟକର ଇଣ୍ଡୋର ଷ୍ଟାଡିୟମରେ ଆରମ୍ଭହେବ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ ପ୍ରତିଯୋଗୀତା । ସେଥିପାଇଁ ସଜେଇ ହେଲାଣି ସିଲଭର ସିଟି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା କଟକ

କଳିଙ୍ଗ ଷ୍ଟାଡିୟମରେ ହକି ବିଶ୍ବକପ ପରେ, ଓଡିଶା ଦେଶର କ୍ରୀଡା ରାଜଧାନୀ ପାଲଟିଛି । ହକି ପରି ଏହି ମେଗା ଇଭେଣ୍ଟକୁ ସଫଳ କରିବାକୁ ଅଣ୍ଟାଭିଡିଛନ୍ତି ରାଜ୍ୟ ସରକାର । ଦେଶର 4 ମେଟ୍ରୋସିଟିରେ ଆରମ୍ଭ ହୋଇଛି ପ୍ରୋମୋଶନ ।

ଏହି ଖେଳ ପ୍ରତି ସ୍କୁଲ, କଲେଜର ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରିବା ଲାଗି କଟକ ଜିଲ୍ଲା ପ୍ରଶାସନ ପଦକ୍ଷେପ ଗ୍ରହଣ କରୁଛି । ଏନେଇ ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ ଭବାନୀଶଙ୍କର ଚଇନି । ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରୁଥିବା ସମସ୍ତ ଟିମ ଦିନେ 2ଦିନ ମଧ୍ୟରେ ଓଡିଶାରେ ପହଞ୍ଚିବେ । ପାକିସ୍ତାନ ଟିମ ମଧ୍ୟ ଆସୁଥିବାର ସୂଚନା ଦେଇଛନ୍ତି କ୍ରୀଡାସଚିବ ବିଶାଲ ଦେବ । ତେବେ 15 ତାରିଖ ସୁଦ୍ଧା ଏହା ସ୍ପଷ୍ଟ ହୋଇଯିବ ।

ରାଜ୍ୟର ପ୍ରମୁଖ ସ୍ଥାନରେ ଏହି ବିଶ୍ବସ୍ତରୀୟ ଟୁର୍ଣ୍ଣାମେଣ୍ଟର କରାଯିବ ପ୍ରଚାର, ପ୍ରସାର । ବିମାନ ବନ୍ଦରଠୁନେଇ ବାଣୀବିହାର, ରସୁଲଗଡରୁ ରେଭେନ୍ସା, ବାଦାମବାଡିରୁ ବାରବାଟି, ମଙ୍ଗଳାବାଗରୁ ରାଣିହାଟ, ଚାନ୍ଦିନଚୌକରୁ ନେଇ ଚୌଧୁରୀ ବଜାର ସବୁଠି ଦିଶିବ ଟେବୁଲ ଟେନିସ । ପ୍ରଶାସନ ପ୍ରସ୍ତୁତ, ଇଣ୍ଡୋର ପ୍ରସ୍ତୁତ, ଖାଲି ଅପେକ୍ଷା ଜୁଲାଇ 17କୁ । ପ୍ରତିଟି ପଏଣ୍ଟର ଛକାପଞ୍ଝାରେ ଝୁମିବେ ଦର୍ଶକ । ଭାଇଚାରର ସହର କଟକକୁ ମିଳିବ ଏକ ନିଆରା ପ୍ରସିଦ୍ଧି । ଏନେଇ କଟକ ତଥା ସାରା ଓଡିଶାର କ୍ରୀଡାପ୍ରେମୀ ଉତ୍ସାହିତ ଅଛନ୍ତି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Intro:Body:

BLANK  FOR STORY

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.