ETV Bharat / sports

ଗଗନ ନାରଙ୍ଗଙ୍କ ଏକାଡେମୀରେ ପଶିଲା ପାଣି, କୋଟିଏ ଟଙ୍କାର ଉପକରଣ ନଷ୍ଟ - ଅଲମ୍ପିକ

ଅଲମ୍ପିକ ପଦକ ବିଜେତା ନାରଙ୍ଗଙ୍କ 'ଗନ ଫର୍‌ ଗ୍ଲୋରି' ସୁଟିଂ ଏକାଡେମୀରେ ବର୍ଷାପାଣି ପଶି ରାଇଫଲ ଓ ପିସ୍ତଲ ସମେତ 1.3କୋଟିର ଉପକରଣ ନଷ୍ଟ ହୋଇଛି । ଗନ ଫର୍‌ ଗ୍ଲୋରି ଟିମର 9ବର୍ଷର ପରିଶ୍ରମକୁ ପ୍ରଭାବିତ କରିଛି ବୋଲି ସେ କହିଛନ୍ତି ।

ଗଗନ ନାରଙ୍ଗଙ୍କ ଏକାଡେମୀରେ ପଶିଲା ପାଣି, କୋଟିଏ ଟଙ୍କାର ଉପକରଣ ନଷ୍ଟ

author img

By

Published : Oct 16, 2020, 11:07 AM IST

ହାଇଦ୍ରାବାଦ: ମହାମାରୀ ସଙ୍କଟ ମଧ୍ୟରେ ପ୍ରବଳ ବର୍ଷା ଓ ବନ୍ୟା ତେଲେଙ୍ଗାନାବାସୀଙ୍କୁ ଡରାଇଛି । ପ୍ରକୃତିର ଏହି କରାଳ ବର୍ଷା ଗଗନ ନାରଙ୍ଗଙ୍କ ଏକାଡେମୀକୁ ମଧ୍ୟ କ୍ଷତି ପହଞ୍ଚାଇଛି । ଅଲମ୍ପିକ ପଦକ ବିଜେତା ନାରଙ୍ଗଙ୍କ 'ଗନ ଫର୍‌ ଗ୍ଲୋରି' ସୁଟିଂ ଏକାଡେମୀରେ ବର୍ଷାପାଣି ପଶି ରାଇଫଲ ଓ ପିସ୍ତଲ ସମେତ 1.3କୋଟିର ଉପକରଣ ନଷ୍ଟ ହୋଇଛି ।

  • These guns were to be used for our Telangana range project. Rain in the last 2 days dealt a heavy blow to our plans as this equipment worth 1.3cr procured 4 making champs was under 8 ft water. Our effort to produce shooting champs from Telangana washed away by rains 😭 @KTRTRS pic.twitter.com/vIluI140Yr

    — Gagan Narang (@gaGunNarang) October 15, 2020 " class="align-text-top noRightClick twitterSection" data=" ">

ନାରଙ୍ଗ ସୋସିଆଲ ମିଡିଆରେ ପୋଷ୍ଟ କରି ଏହି କ୍ଷୟକ୍ଷତିର ସୂଚନା ଦେଇଛନ୍ତି ।

ନାରଙ୍ଗ କହିଛନ୍ତି ଯେ, ସିଟିଂ ରେଞ୍ଜରେ ପାଣି ପଶି 80ନୂଆ ରାଇଫଲ ଓ ପିସ୍ତଲ ସମେତ1.3କୋଟିର ଉପକରଣ ଖରାପ ହୋଇଯାଇଛି । ବନ୍ୟା ଗନ ଫର୍‌ ଗ୍ଲୋରି ଟିମର 9ବର୍ଷର ପରିଶ୍ରମକୁ ପ୍ରଭାବିତ କରିଛି । ପ୍ରଥମେ କୋଭିଡ-19 ପରେ ବନ୍ୟା ଆମକୁ କଷ୍ଟ ଦେଇଛି । ଏହି ସବୁ ଉପକରଣ ଆଗାମୀ ଚମ୍ପିଆନ୍ସଙ୍କ ପାଇଁ ଥିଲା ।

ଗଗନ ନାରଙ୍ଗ ପ୍ରଥମ ଭାରତୀୟ ଭାବେ ଲଣ୍ଡନ ଅଲମ୍ପିକ ପାଇଁ ଯୋଗ୍ୟତା ହାସଲ କରିଥିଲେ । ସେ 2012 ଲଣ୍ଡନ ଅଲମ୍ପିକରେ 10ମିଟର ଏୟାର ରାଇଫାଲ ପୁରଷ ବର୍ଗରେ 701.1 ଅଙ୍କ ରଖି ବ୍ରୋଞ୍ଚ ପଦକ ହାସଲ କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.