ନୂଆଦିଲ୍ଲୀ: ଦିନେ ଏସିଆନ ଗେମ୍ସରେ ଭାରତ ପାଇଁ ଜିତିଥିଲେ ସେ ଗୋଲ୍ଡ ମେଡାଲ । ତାଙ୍କର ଗୋଟିଏ ବିଜୟୀ ପଞ୍ଚରେ ଖୁସିରେ ଝୁମିଉଠିଥିଲା ସାରା ଭାରତ । ମାତ୍ର ରୋଗଗ୍ରସ୍ତ ହୋଇ ଚିକିତ୍ସାଧିନ ଅଛନ୍ତି ପୂର୍ବତନ ଭାରତୀୟ ବକ୍ସର ଡିଙ୍ଗକୋ ସିଂ । ତେବେ ଲକଡାଉନ କାରଣରୁ ମଣୀପୁରର ଇମ୍ଫାଲରେ ଥିବା ଡିଙ୍ଗକୋ ସିଂଙ୍କୁ ଦିଲ୍ଲୀ ଆସି କ୍ୟାନସର ଚିକିତ୍ସା ସମ୍ଭବ ହୋଇପାରୁନାହିଁ ।
ଫଳରେ କ୍ରୀଡା ମନ୍ତ୍ରଣାଳୟର ସାହାଯ୍ୟ ଲୋଡିଛନ୍ତି ଏହି ଚମ୍ପିଆନ ଖେଳାଳି । ଚିକିତ୍ସା ପାଇଁ ମଣୀପୁରରୁ ଦିଲ୍ଲୀ ଯିବାକୁ ବାଧକ ସାଜିଛି କୋରୋନା ଭାଇରସ ଲକଡାଉନ । ଡାକ୍ତର ତାଙ୍କୁ ରେଡିଏସନ ଚିକିତ୍ସା ପାଇଁ ଦିନ ଧାର୍ଯ୍ୟ କରିଥିବା ସେ କହିଛନ୍ତି । ଏହାପରେ ତାଙ୍କର କେମୋ ଚିକିତ୍ସା ମଧ୍ୟ ରହିଛି । ମାତ୍ର ଦିଲ୍ଲୀ ମଣୀପୁରରୁ ଦିଲ୍ଲୀ ଯାତ୍ରା ସମ୍ଭବ ହେଇପାରୁନଥିବାରୁ କ୍ରୀଡାମନ୍ତ୍ରଣାଳୟ ନିକଟରେ ଗୁହାରୀ କରିଛନ୍ତି ଏହି ପୂର୍ବତନ ଖେଳାଳି ।