ETV Bharat / sports

ନୀରଜଙ୍କ ସଫଳତା ପରେ ବଢ଼ୁଛି ଜାଭଲିନ କ୍ରେଜ୍, ଅନ୍ୟ ଖେଳ ଛାଡ଼ି ଜାଭଲିନ ମୁଁହା ଖେଳାଳି

author img

By ETV Bharat Odisha Team

Published : Aug 29, 2023, 10:40 PM IST

ନୀରଜଙ୍କ ସଫଳତା ପରେ ହରିୟାଣାରେ ବଢ଼ୁଛି ଜାଭଲିନ୍‌ ଥ୍ରୋ ଖେଳାଳିଙ୍କ ସଂଖ୍ୟା । ଅନ୍ୟ ଖେଳ ଛାଡି ଜାଭଲିନ୍‌ ଥ୍ରୋର ପ୍ରଶିକ୍ଷଣ ନେଇଛନ୍ତି ଖେଳାଳି। ଅଧିକ ପଢ଼ନ୍ତୁ

ବଢ଼ୁଛି ଜାଭଲିନ ଥ୍ରୋ ଖେଳର ଚାହିଦା
ବଢ଼ୁଛି ଜାଭଲିନ ଥ୍ରୋ ଖେଳର ଚାହିଦା

ଚଣ୍ଡିଗଡ଼: ଯେତେବେଳେ ଖେଳାଳିମାନଙ୍କ କଥା ଉଠେ ସେତେବେଳେ ହରିୟାଣା ରାଜ୍ୟ ପ୍ରଥମରେ ଆସେ। ପୂର୍ବରୁ କେବଳ କୁସ୍ତି ଏବଂ ବକ୍ସିଂ ପାଇଁ ପରିଚିତ ଥିବା ହରିୟାଣା ବର୍ତ୍ତମାନ ଅନ୍ୟ ଖେଳରେ ମଧ୍ୟ ରାଜ୍ୟର ଖେଳାଳିମାନେ ଇତିହାସ ରଚୁଛନ୍ତି। ତେବେ ଉଦାହରଣ ଭାବରେ ଆମେ ନୀରଜ ଚୋପ୍ରାଙ୍କୁ ‌ନେଇ ପାରିବା, ଯିଏ ବିଶ୍ବ ଆଥଲେଟିକ୍ସ ଚମ୍ପିଆନସିପ୍‌ 2023 ରେ ଜାଭଲିନ ଥ୍ରୋରେ ସ୍ବର୍ଣ୍ଣ ପଦକ ହାସଲ କରି ରେକର୍ଡ କରିବା ସବ ଭାରତକୁ ବିଶ୍ବ ସ୍ତରରେ ଗୌରବାନ୍ବିତ କରିଛନ୍ତି।

ତେବେ ଯେବେଠାରୁ ନୀରଜ ଟୋକିଓ ଅଲମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିଥିଲେ ସେବେଠାରୁ ହରିୟାଣାରେ ଜାଭଲିନ୍‌ ଥ୍ରୋ ଖେଳାଳିଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି। ଜାଭଲିନ୍‌ ଥ୍ରୋରେ ସବୁଠାରୁ ଅଧିକ ଖେଳାଳି ହରିୟାଣାର ପାନିପତ ଜିଲ୍ଲାରୁ ଦେଖିବାକୁ ମିଳିଛି। ତେବେ କେବଳ ଯୁବକମାନେ ନୁହନ୍ତି ବରଂ ବୃଦ୍ଧମାନଙ୍କ ମଧ୍ୟରେ ଏହି ଖେଳର କ୍ରେଜ ଦେଖିବାକୁ ମିଳିଛି। ତେବେ ପାନିପତର 80ବର୍ଷର ଦର୍ଶନା ଦେବୀ ନାମକ ଜଣେ ବୃଦ୍ଧା ମଧ୍ୟ ଜାଭଲିନ୍‌ ଥ୍ରୋରେ ବିଶ୍ବ ମାଷ୍ଟର ଆଥଲେଟିକ୍ସ ଚମ୍ପିଆନସିପରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି।

ତେବେ 80 ବର୍ଷ ବୟସରେ ଦର୍ଶନା ଦେବୀ ପ୍ରତିଦିନ ସକାଳେ ଏବଂ ସନ୍ଧ୍ୟାରେ ଷ୍ଟାଡିୟମରେ ଖେଳ ଅଭ୍ୟାସ କରନ୍ତି। ତେବେ ନୀରଜ ନିଜର ଅଭ୍ୟାସ କରୁଥିବା ଷ୍ଟାଡିୟମରେ ପ୍ରତିଦିନ ସକାଳ ଏବଂ ସନ୍ଧ୍ୟାରେ ଅନେକ ଖେଳାଳି ଜାଭଲିନ ଥ୍ରୋ ଅଭ୍ୟାସ କରୁଥିବାର ଦେଖିବାକୁ ମିଳୁଛି। ତେବେ କିଛି ଖେଳାଳି ଏମିତି ମଧ୍ୟ ଅଛନ୍ତି ଯେଉଁମାନେ ପୂର୍ବରୁ କ୍ରିକେଟ, କୁସ୍ତି ଏବଂ ବକ୍ସିଂ ଖେଳୁଥିଲେ ସେମାନେ ବର୍ତ୍ତମାନ ନୀରଜ ଚୋପ୍ରାଙ୍କୁ ଅନୁସରଣ କରି ନିଜ ଖେଳ ବଦଳାଇ ଜାଭଲିନ୍‌ ଥ୍ରୋ ଖେଳର ପ୍ରଶିକ୍ଷଣ ନେଉଛନ୍ତି।

ଏହା ମଧ୍ୟ ପଢ଼ନ୍ତୁ....ଭାରତୀୟ ଜାତୀୟ ପତାକାରେ ଅଟୋଗ୍ରାଫ୍‌ ଦେଲେନି ସୁନାପୁଅ, କହିଲେ ଓ୍ବାହାଁ ନେହିଁ ସାଇନ କର ସକ୍‌ତା

ନୀରଜ ଚୋପ୍ରା ପାନିପତ ଜିଲ୍ଲା ଖଣ୍ଡରା ଗ୍ରାମର ନିବାସୀ ଅଟନ୍ତି। ତେବେ ନୀରଜ ପାନିପତଠାରେ ଥିବା ଶୀବାଜୀ ଷ୍ଟାଡିୟୟମରୁ ଜାଭଲିନ୍‌ ଖେଳର ଆରମ୍ଭ କରିଥିଲେ। ନୀରଜ ସ୍ବର୍ଣ୍ଣ ପଦକ ଜିତିବା ପରେ ତାଙ୍କ ଗାଁର ପ୍ରାୟ 70ରୁ ଅଧିକ ଯୁବକ ଏହି ଖେଳର ଅଭ୍ୟାସ ଜାରି ରଖିଛନ୍ତି। ସେହିପରି ହରିୟାଣାର ଅନ୍ୟ ଜିଲ୍ଲା ଗୁଡ଼ିକରେ ମଧ୍ୟ ଜାଭଲିନ ଖେଳାଳିଙ୍କ ସଂଖ୍ୟା ବଢିବାରେ ଲାଗିଛ। ତେବେ ନୀରଜଙ୍କର ଗୋଟିଏ ପରେ ଗୋଟିଏ ସଫଳତା ଦେଖି ଯୁବକମାନେ ଅନ୍ୟ ଖେଳ ଛାଡି ଜାଭଲିନ ଥ୍ରୋ ଖେଳ ପ୍ରତୀ ଆଗ୍ରହୀ ହେଉଥିବା ଜଣା ପଡିଛି।

ତେବେ ପାନିପତ ଶିବାଜୀ ଷ୍ଟାଡିୟମରେ ଖେଳ ଅଭ୍ୟାସ କରୁଥିବା ଖେଳାଳି ରୋମିତଙ୍କ କହିବା ଅନୁସାରେ, ପୂର୍ବରୁ ସେ ଅନ୍ୟ ଖେଳରେ ଭାଗ ନେଉଥିଲେ କିନ୍ତୁ ନୀରଜ ଅଲମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିବା ପରଠାରୁ ସେ ନିଜ ଖେଳ ପରିବର୍ତ୍ତନ କରି ଜାଭଲିନ ଖେଳର ଅଭ୍ୟାସ କରୁଛନ୍ତି। ତେବେ ସେ ଏହା ମଧ୍ୟ କହିଛନ୍ତି ଯେ, ପାନିପତରେ ଜାଭଲିନ ଥ୍ରୋ ପାଇଁ ଭଲ କୋଚ୍‌ ଅଛନ୍ତି । ସେହିପରି ସରକାରଙ୍କ ତରଫରୁ ସେମାନଙ୍କୁ ଭଲ ସୁବିଧା ସୁଯୋଗ ମଧ୍ୟ ମିଳୁଛି । ଏହା ସେମାନଙ୍କୁ ଖେଳ ଅଭ୍ୟାସ କରିବାରେ ଅନେକ ସହଯୋଗ କରୁଛି। ତେଣୁ ସେମାନଙ୍କର ଜାଭଲିନ ଥ୍ରୋ ଖେଳ ପ୍ରତି ଆଗ୍ରହ ବଢ଼ୁଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.