ETV Bharat / sports

କୋରୋନା ଭୟ: ଜାତୀୟ ଅନ୍ତ-ରାଜ୍ୟ ଆଥଲେଟିକ୍ସ ଚମ୍ପିଆନସିପ ସ୍ଥଗିତ

ମହାମାରୀ କୋରୋନା ଭାଇରସ(COVID-19) ସଂକ୍ରମଣ ଭୟ ଯୋଗୁଁ, ଜାତୀୟ ଅନ୍ତ-ରାଜ୍ୟ ଆଥଲେଟିକ୍ସ ଚମ୍ପିଆନସିପ ସ୍ଥଗିତ ହୋଇଛି ।

author img

By

Published : Mar 29, 2020, 11:22 PM IST

National Inter-State Athletics Championships postponed
କୋରୋନା ଭୟ: ଜାତୀୟ ଅନ୍ତ-ରାଜ୍ୟ ଆଥଲେଟିକ୍ସ ଚମ୍ପିଆନସିପ ସ୍ଥଗିତ

ବେଙ୍ଗାଲୁରୁ: ମହାମାରୀ କୋରୋନା ଭାଇରସ(COVID-19)ଯୋଗୁଁ ପ୍ରଭାବିତ ସମଗ୍ର କ୍ରୀଡାଜଗତ । ଅଲମ୍ପିକ୍ସ ସମେତ ବିଶ୍ବର ପ୍ରାୟ ସମସ୍ତ କ୍ରୀଡା ଇଭେଣ୍ଟକୁ ବାତିଲ କିମ୍ବା ସ୍ଥଗିତ କରାଯାଇଛି । ସଦ୍ୟ ସୂଚନା ଅନୁଯାୟୀ ଜାତୀୟ ଅନ୍ତ-ରାଜ୍ୟ ଆଥଲେଟିକ୍ସ ଚମ୍ପିଆନସିପ ସ୍ଥଗିତ ହୋଇଛି ।

ଜୁନ 25ରୁ 28 ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ବେଙ୍ଗାଲୁରୁରେ ଖେଳାଯିବା ନେଇ ସୂଚୀ ରହିଥିଲା । ଏହି ପ୍ରତିଯୋଗିତା 2020 ଟୋକିଓ ଅଲମ୍ପିକ୍ସ ପାଇଁ ଯୋଗ୍ୟତା ପର୍ଯାୟ ମ୍ୟାଚ ହୋଇଥାନ୍ତା । ଅନ୍ୟପଟେ ଅଗଷ୍ଟ 16-19 ପର୍ଯ୍ୟନ୍ତ ଚେନ୍ନାଇରେ ଖେଳାଯିବାକୁ ଥିବା ନ୍ୟାସନାଲ ଓପନ ଆଥଲେଟିକ୍ସ ଚମ୍ପିଆନସିପକୁ ମଧ୍ୟ ସ୍ଥଗିତ ରଖାଯାଇଛି । ପୂର୍ବରୁ ମାର୍ଚ୍ଚରେ ହେବାକୁ ଥିବା ଇଣ୍ଡିଆନ ଗ୍ରାଣ୍ଡ ପ୍ରିକ୍ସ ସିରିଜ, ଫେଡେରେସନ କନ ସିନିୟର କପକୁ ଆଥଲେଟିକ୍ସ ଫେଡେରେସନ ଅଫ ଇଣ୍ଡିଆ ସ୍ଥଗିତ ରଖିଛି ।

ତେବେ 2020 ଟୋକିଓ ଅଲମ୍ପିକ୍ସ କୋରୋନା ଭାଇରସ ସଂକ୍ରମଣ ଭୟ ଯୋଗୁଁ 2021କୁ ଘୁଞ୍ଚାଇ ଦିଆଯାଇଛି । ଫଳରେ ଖୁବଶୀଘ୍ର ଆଥଲେଟିକ୍ସ ଫେଡେରେସନ ଅଫ ଇଣ୍ଡିଆ(AFI) ନୂଆ କ୍ରୀଡା କ୍ୟାଲେଣ୍ଡର ଜାରି କରିବ । ଏନେଇ ସୂଚନା ଦେଇଛନ୍ତି AFI ସଭାପତି ଆଡିଲେ ସୁମରିୱାଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.