ETV Bharat / sports

AFC Women's Asian Cup: ଭାରତ- ଇରାନ ମୁକାବିଲା - ଆଜିଠୁ ଆରମ୍ଭ ଏଏଫସି ମହିଳା ଏସିଆନ କପ

ଆଜିଠୁ ଆରମ୍ଭ ହେଉଛି ଏଏଫସି ମହିଳା ଏସିଆନ କପ ୨୦୨୨ । ପ୍ରଥମ ଦିନରେ ଗ୍ରୁପ ଏରେ ଦୁଇଟି ମ୍ୟାଚ ଖେଳାଯିବ । ଆଜି ଭାରତ-ଇରାନ ମଧ୍ୟରେ ମୁକାବିଲା । ଅଧିକ ପଢନ୍ତୁ

ଭାରତ- ଇରାନ ମୁକାବିଲା
ଭାରତ- ଇରାନ ମୁକାବିଲା
author img

By

Published : Jan 20, 2022, 10:14 AM IST

ମୁମ୍ବାଇ: ଆଜିଠୁ ଆରମ୍ଭ ହେଉଛି ଏଏଫସି ମହିଳା ଏସିଆନ କପ ୨୦୨୨ । ପ୍ରଥମ ଦିନରେ ଗ୍ରୁପ ଏରେ ଦୁଇଟି ମ୍ୟାଚ ଖେଳାଯିବ । ପ୍ରଥମ ମ୍ୟାଚ ଚୀନ ଓ ଚାଇନିସ ତାଇପୋ ଓ ଦ୍ବିତୀୟ ମୁକାବିଲା ଭାରତ ଓ ଇରାକ ମଧ୍ୟରେ ଅନୁଷ୍ଠିତ ହେବ । ଏସିଆନ କପରେ ପୂର୍ବରୁ ଭାରତ ଭାରତ ୩ ଥର ଶ୍ରେଷ୍ଠ ପ୍ରଦର୍ଶନ କରିଛି ।

୧୯୭୯ ଓ ୧୯୮୩ରେ ଦୁଇ ଥର ଟାଇଟଲ ହାତେଇବାରୁ ବଞ୍ଚିତ ହୋଇଥିଲା ଭାରତ । ରନର୍ସଅପ୍‌ରେ ସନ୍ତୁଷ୍ଟ ରହିଥିଲା ଟିମ । ୧୯୮୧ରେ ତୃତୀୟ ସ୍ଥାନରେ ରହିଥିଲା । ଏ ପର୍ଯ୍ୟନ୍ତ ଟୁର୍ଣ୍ଣାମେଣ୍ଟକୁ ଯୋଗ୍ୟତା ହାସଲ କରିବାରେ ସଫଳ ହୋଇପାରୁନାହିଁ ଦଳ । ଆୟୋଜକ ଭାବେ ଏହି ସଂସ୍କରଣ ଖେଳିବାର ଯୋଗ୍ୟତା ଲାଭ କରିଛି ଭାରତୀୟ ମହିଳା ଦଳ । ୧୯୭୯ରେ ଦଳ ତୃତୀୟ ସଂସ୍କରଣ ଆୟୋଜନ କରିଥିଲା । ଆଜି ଭାରତ- ଇରାନ ମୁକାବିଲାରେ ଭାରତର ପ୍ରଦର୍ଶନ ଉପରେ ଲକ୍ଷ୍ୟ ରହିଛି ।

ମୋଟ ୩ଟି ଭେନ୍ୟୁରେ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେବ । ମୁମ୍ବାଇ, ନଭି ଓ ପୁଣେରେ ସମସ୍ତ ମ୍ୟାଚ ଖେଳାଯିବ । ମୋଟ ୧୨ ଟି ଦଳ ଏଥିରେ ଭାଗ ନେଇଛନ୍ତି । ଦଳ ଗୁଡିକ ହେଲେ ଭାରତ, ଚୀନ, ଚାଇନିଜ ତାଇପୋ, ଇରାନ, ଅଷ୍ଟ୍ରେଲିଆନ, ଥାଇଲାଣ୍ଡ, ଫିଲିଫାଇନ୍ସ, ଇଣ୍ଡୋନେସିଆ, ଜାପାନ, ଦକ୍ଷିଣ କୋରିଆ, ଭିଏତନାମ ଓ ମିଆଁମାର ।

ଦଳଗୁଡିକୁ ୩ଟି ଗ୍ରୁପରେ ଭାଗ କରାଯାଇଛି । ଭାରତ ଗ୍ରୁପ ଏ ରେ ଇରାନ, ଚାଇନିଜ ତାଇପୋ ଓ ଚୀନ ସହ ଫେବ୍ରୁଆରୀ ୬ ରେ ପୁନେରେ ଫାଇନାଲ ମ୍ୟାଚ ଖେଳାଯିବ । ୧୯୭୫ରେ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଥିଲା । ଏ ପର୍ଯ୍ୟନ୍ତ ୧୯ଟି ସଂସ୍କରଣ ଖେଳାଯାଇଛି । ଚୀନ ସର୍ବାଧିକ ୮ ଥର ଚମ୍ପିୟାନ ହୋଇଛି । ୨୦୧୮ରେ ଜାପାନ ଚମ୍ପିୟାନ ହୋଇଥିଲା ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.