ETV Bharat / sports

Siddharth Apologies To Saina: ଆପତ୍ତିଜନକ ଟିପ୍ପଣୀ ପରେ ଭୁଲ ମାଗିଲେ ସଦ୍ଧାର୍ଥ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାରେ ତ୍ରୁଟି ଘଟଣାକୁ ନିନ୍ଦା କରିଥିଲେ ସାଇନା ନେହୱାଲ । ଯାହାର ଜବାବରେ ରଙ୍ଗ ଦେ ବସନ୍ତି ଅଭିନେତା ସିଦ୍ଧାର୍ଥ ଏକ ଟ୍ବିଟ୍‌ କରିଥିଲେ । ଏହି ଟ୍ବିଟ୍‌ ପାଇଁ ସେ ବିବାଦୀୟ ହୋଇଥିଲେ । ଏନେଇ ଆଜି ସିଦ୍ଧାର୍ଥ ସାଇନାଙ୍କୁ ଭୁଲ ମାଗିଛନ୍ତି (Actor Siddharth apology to Saina Nehwal ) । ଅଧିକ ପଢନ୍ତୁ

author img

By

Published : Jan 12, 2022, 11:07 AM IST

ସାଇନାଙ୍କୁ ଭୁଲ ମାଗିଲେ ସଦ୍ଧାର୍ଥ
ସାଇନାଙ୍କୁ ଭୁଲ ମାଗିଲେ ସଦ୍ଧାର୍ଥ

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାରେ ତ୍ରୁଟି ଘଟଣାକୁ ନିନ୍ଦା କରିଥିଲେ ସାଇନା ନେହୱାଲ । ଯାହାର ଜବାବରେ ରଙ୍ଗ ଦେ ବସନ୍ତି ଅଭିନେତା ସିଦ୍ଧାର୍ଥ ଏକ ଟ୍ବିଟ୍‌ କରିଥିଲେ । ଏହି ଟ୍ବିଟ୍‌ ପାଇଁ ସେ ବିବାଦୀୟ ହୋଇଥିଲେ । ସିଦ୍ଧାର୍ଥଙ୍କ ଟ୍ବିଟ୍‌ରେ ଲେଖାଥିବା ଶବ୍ଦ ଅଶାଳୀନ ଓ ଅପମାନଜନକ ବୋଲି କୁହାଯାଉଥିଲା । ଏନେଇ ଆଜି ସିଦ୍ଧାର୍ଥ ସାଇନାଙ୍କୁ ଭୁଲ ମାଗିଛନ୍ତି (Actor Siddharth apology to Saina Nehwal ) ।

ନିଜ ଟ୍ବିଟରେ ଭୁଲ ମାଗି ସିଦ୍ଧାର୍ଥ ଲେଖିଛନ୍ତି, ଡିଅର ସାଇନା କିଛି ଦିନ ତଳେ ଟ୍ବିଟରେ ମୋ କମେଣ୍ଟ ପାଇଁ ମୁଁ ତୁମକୁ ଭୁଲ ମାଗୁଛି । ମୁଁ କହିଥିବା କଥା ପାଇଁ ଦୁଃଖିତ । ସେ ଆହୁରି କହିଛନ୍ତି ଯଦି ଥଟ୍ଟା ବାଖ୍ୟା ପାଇଁ ଦରକାର ପଡେ ତେବେ ଏହି ଏକ ଭଳି ଜୋକ ନଥିଲା । ଏଥିପାଇଁ ମୁଁ କ୍ଷମା ମାଗୁଛି । ମୁଁ ଆଶା କରୁଛି କି ତୁମେ ଏହାକୁ ଗ୍ରହଣ କରିବ । ତୁମେ ସର୍ବଦା ମୋ ଚାମ୍ପିୟନ ।

ପ୍ରକାଶ ଥାଉ କି ଗତ ଜାନୁଆରୀ ୫ ତାରିଖରେ ଫିରୋଜପୁର ଜିଲ୍ଲାର ହୁସେନିବାଲା ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସୁରକ୍ଷା ବ୍ୟବସ୍ଥାରେ ବଡଧରଣର ତ୍ରୁଟି ହୋଇଥିବା ଦେଖିବାକୁ ମିଳିଥିଲା । ଫଳରେ ଫ୍ଲାଏଓଭରରେ ୨୦ ମିନିଟ ଗାଡି ଅଟକି ରହିଥିଲା । ଏହାକୁ ନେଇ ଅଲମ୍ପିକ ପଦକ ବିଜେତା ସାଇନା ନେହୱାଲ ମଧ୍ୟ ଟ୍ବିଟ୍‌ କରି ଘଟଣାକୁ କଡା ନିନ୍ଦା କରିଥିଲେ ।

ଭାରତୀୟ ଜନତା ପାର୍ଟି(BJP)ର ସଦସ୍ୟ ରହିଥିବା ସାଇନା ଟ୍ବିଟ୍‌ରେ ଲେଖିଥିଲେ, "ଯଦି କୌଣସି ଦେଶରେ ନିଜର ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି କରାଯାଏ, ତେବେ ଉକ୍ତ ଦେଶ କେବେ ନିଜକୁ ସୁରକ୍ଷିତ ବୋଲି କହିପାରିବ ନାହିଁ । ମୁଁ ଏହାକୁ ଯଥାସମ୍ଭବ କଡାଶବ୍ଦରେ ନିନ୍ଦା କରୁଛି ବୋଲି ଟ୍ବିଟ କରିଥିଲେ । ସାଇନାଙ୍କ ଏହି ଟ୍ବିଟର ଜବାବରେ ବଲିଉଡ ଫିଲ୍ମ ରଙ୍ଗ ଦେ ବସନ୍ତି ଅଭିନେତା ସିଦ୍ଧାର୍ଥଙ୍କ ଠାରୁ ଏକ ଅପମାନଜନକ ଉତ୍ତର ମିଳିଥିଲା । ଯାହାକୁ ନେଇ ବିବାଦୀୟ ହୋଇଥିଲା ସିଦ୍ଧାର୍ଥ ।

ଅଭିନେତା ସିଦ୍ଧାର୍ଥ, ସାଇନାଙ୍କ ଟ୍ବିଟ୍‌ର ଜବାବରେ ଲେଖିଥିଲେ, "Subtle cock champion of the world... Thank God we have protectors of India (sic)," । ଏହାକୁ ଅନେକ ସୋସିଆଲ ନେଟୱର୍କିଂ ସାଇଟ୍‌ରେ ଅପମାନଜନକ(derogatory) ଓ ଆପତ୍ତିଜନକ (Sexist) ଭାବେ ଗଣନା କରାଯାଉଛି । ଯାହାକୁ ନେଇ ସିଦ୍ଧାର୍ଥଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଥିଲା ।

ଆହୁରି ପଢନ୍ତୁ...ଅଡୁଆରେ ଅଭିନେତା ସିଦ୍ଧାର୍ଥ, କାର୍ଯ୍ୟାନୁଷ୍ଠାନ ପାଇଁ ଜାତୀୟ ମହିଳା କମିଶନଙ୍କ ସୁପାରିଶ

ଇଣ୍ଡିଆନ ପେନାଲ କୋଡ୍‌ର ଧାରା 354Aରେ ଯୌନ ଉତ୍ପୀଡନ ଓ ଯୌନ ଉତ୍ପୀଡନ ପାଇଁ ଦଣ୍ଡ ଓ IT ଆକ୍ଟ, ୨୦୦୦ ଯାହାକି ଅନଲାଇନରେ ଅଶ୍ଲୀଳ ସାମଗ୍ରୀ ପ୍ରସାରିତ ଓ ପ୍ରକାଶିତ କରିବା ଦଣ୍ଡ ଅନ୍ତର୍ଗତ କରାଯାଇଥିଲା ।

ବ୍ଯୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.