ETV Bharat / sports

ଓଡିଶା କ୍ରୀଡା ମଡେଲକୁ ପ୍ରଶଂସା କଲେ ଅଲମ୍ପିକ‌ ସ୍ବର୍ଣ୍ଣ ପଦକ ବିଜେତା ଅଭିନବ ବିନ୍ଦ୍ରା - Abhinav Bindra

ଫେଡରେସନ ଅଫ ଇଣ୍ଡିଆନ ଚ୍ୟାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରୀ (ଏଫଆଇସିସି) ଆୟୋଜିତ ଏକ ଅନଲାଇନ ବାର୍ତ୍ତାଳପରେ ବିନ୍ଦ୍ରା ଏପରି କହିଛନ୍ତି ।

ଓଡ଼ିଶା କ୍ରୀଡା ମଡେଲକୁ ପ୍ରଶଂସା କଲେ ଅଲମ୍ପିକ୍‌ ସ୍ବର୍ଣ୍ଣ ପଦକ ବିଜେତା ଅଭିନବ ବିନ୍ଦ୍ରା

author img

By

Published : Aug 30, 2020, 8:22 PM IST

କୋଲକାତା: 2018 ମସିହାରେ ହକି ବିଶ୍ବକପର ସଫଳ ଆୟୋଜନ କରି ବିଶ୍ବ ଦରବାରରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲା ଓଡିଶା । ଏଥି ସମତେ ଅନ୍ୟାନ୍ୟ ଅନ୍ତର୍ଜାତୀୟ ଇଭେଣ୍ଟ ଆୟୋଜନ କରି ଭାରତର ସ୍ପୋର୍ଟ୍ସ କ୍ୟାପିଟାଲ ଭାବେ ପରଗଣିତ ହେଉଛି ଓଡିଶା । କ୍ରୀଡା କ୍ଷେତ୍ରରେ ପ୍ରୋତ୍ସାହନ ପାଇଁ ଓଡିଶାକୁ ବହୁ ସ୍ଥାନରେ ସମ୍ମାନିତ କରାଯାଇଛି । ଇତିମଧ୍ୟରେ ଭାରତର ଏକମାତ୍ର ବ୍ୟକ୍ତିଗତ ଅଲମ୍ପିକ୍‌ ସ୍ବର୍ଣ୍ଣ ପଦକ ବିଜେତା ଅଭିନବ ବିନ୍ଦ୍ରା ଓଡିଶା କ୍ରୀଡା ମଡେଲକୁ ପ୍ରଶଂସା କରିଛନ୍ତି ।

ଫେଡରେସନ ଅଫ ଇଣ୍ଡିଆନ ଚ୍ୟାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରୀ (ଏଫଆଇସିସି) ଆୟୋଜିତ ଏକ ଅନଲାଇନ ବାର୍ତ୍ତାଳପରେ ବିନ୍ଦ୍ରା ଏପରି କହିଛନ୍ତି । ନିଷ୍ପତ୍ତି ନେବାରେ ତଥା ଖେଳକୁ ଲୋକଙ୍କ ଜୀବନରେ ପ୍ରଭାବିତ କରିବା ପାଇଁ ‘ଓଡିଶା ମଡେଲ’କୁ ପ୍ରଶଂସା କରି ବିନ୍ଦ୍ରା କହିଛନ୍ତି,“ ଉଚ୍ଚ ପ୍ରଦର୍ଶନ କେବଳ 50 ଜଣଙ୍କୁ ଏକାଠି କରିବା ଏବଂ ସେମାନଙ୍କୁ ସ୍ୱର୍ଣ୍ଣ ପଦକ ପାଇବାକୁ ଆଶା କରିବା ନୁହେଁ। ମୂଳ ହେଉଛି କ୍ରୀଡ଼ାର ଏକ ପରିବେଶ ଏବଂ ସଂସ୍କୃତି ସୃଷ୍ଟି କରିବା |’’

ଅଲିମ୍ପିକ୍ ଗେମ୍ସ କିମ୍ବା ବିଶ୍ବସ୍ତରୀୟ (ଇଭେଣ୍ଟ)ରେ ଆମେ ଆମର ପଦକକୁ ବୃଦ୍ଧି କରିବାରେ ସକ୍ଷମ ହେବା ଯେତେବେଳେ କ୍ରୀଡ଼ାରେ ଆମର ଅଧିକ ଲୋକ ଅଂଶଗ୍ରହଣ କରିବେ । ସେତେବେଳେ ଉଚ୍ଚ ପ୍ରଦର୍ଶନ ଓ ସଫଳତା ମିଳିବ ବୋଲି ବିନ୍ଦ୍ର କହିଛନ୍ତି । ମହାମାରୀ ସମୟରେ ଟେକ୍ନୋଲୋଜିର ବ୍ୟବହାରକୁ ମଧ୍ୟ ସମର୍ଥନ କରିଥିଲେ ସେ ।

ଓଡିଶା ହକି ପ୍ରମୋସନ୍ କାଉନସିଲ୍ (ଓଏଚପିସି) ର ଚେୟାରମ୍ୟାନ୍ ଅଲିମ୍ପିଆନ୍ ଦିଲୀପ ତୀର୍କି କହିଛନ୍ତି ଯେ ଏହି ମହାମାରୀ ଆଥଲେଟ୍ସମାନଙ୍କ ଉପରେ ପ୍ରଭାବ ପକାଇଛି ଏବଂ ହକି ଏକାଡେମୀରେ ତାଲିମ ଯଥାଶୀଘ୍ର ଆରମ୍ଭ ହେବାର ଆଶା ରଖିଛୁ । ସେହିପରି ଆସନ୍ତା ଫେବୃଆରୀରେ ମହିଳା ଅଣ୍ଡର-17 ଫୁଟବଲ ବିଶ୍ୱକପ ଆୟୋଜନ କରିବାକୁ ଓଡିଶା କ୍ରୀଡା ମନ୍ତ୍ରୀ ତୁଷାରକାନ୍ତ ବେହେରା ଆତ୍ମବିଶ୍ୱାସୀ ଅଛନ୍ତି । ଆସନ୍ତା ସେପ୍ଟେମ୍ବର ସୁଦ୍ଧା ଭିତ୍ତିଭୂମି କାର୍ଯ୍ୟ ଶେଷ ହେବ ବୋଲି ବେହେରା କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.