ETV Bharat / sports

ୟୁଥ ୱାର୍ଲ୍ଡ ବକ୍ସିଂ ଚମ୍ପିଆନସିପ୍: ଫାଇନାଲରେ ପହଞ୍ଚିଲେ 8 ଭାରତୀୟ ବକ୍ସର

author img

By

Published : Apr 21, 2021, 4:36 PM IST

ୟୁଥ ୱାର୍ଲ୍ଡ ବକ୍ସିଂ ଚମ୍ପିଆନସିପରେ ଚମକିଲେ ଭାରତୀୟ ବକ୍ସର । ପୋଲାଣ୍ଡରେ ଏଆଇବିଏ ଯୁବ ପୁରୁଷ ଓ ମହିଳା ବକ୍ସିଂ ଚମ୍ପିଆନସିପରେ ଜବରଦସ୍ତ ପ୍ରଦର୍ଶନ କରି ଫାଇନାଲରେ ସ୍ଥାନ ପକ୍କା କରିଛନ୍ତି 8 ଭାରତୀୟ ବକ୍ସର । ଏଥିରେ 7ଜଣ ମହିଳା ରହିଥିବା ବେଳେ ଜଣେ ପୁରୁଷ ବକ୍ସର ସାମିଲ ରହିଛନ୍ତି । ଅଧିକ ପଢ଼ନ୍ତୁ...

ୟୁଥ ୱାର୍ଲ୍ଡ ବକ୍ସିଂ ଚମ୍ପିଆନସିପ୍: ଫାଇନାଲରେ ପହଞ୍ଚିଲେ 8 ଭାରତୀୟ ବକ୍ସର
ୟୁଥ ୱାର୍ଲ୍ଡ ବକ୍ସିଂ ଚମ୍ପିଆନସିପ୍: ଫାଇନାଲରେ ପହଞ୍ଚିଲେ 8 ଭାରତୀୟ ବକ୍ସର

ନୂଆଦିଲ୍ଲୀ: ୟୁଥ ୱାର୍ଲ୍ଡ ବକ୍ସିଂ ଚମ୍ପିଆନସିପରେ ଚମକିଲେ ଭାରତୀୟ ବକ୍ସର । ପୋଲାଣ୍ଡରେ ଏଆଇବିଏ ଯୁବ ପୁରୁଷ ଓ ମହିଳା ବକ୍ସିଂ ଚମ୍ପିଆନସିପରେ ଜବରଦସ୍ତ ପ୍ରଦର୍ଶନ କରି ଫାଇନାଲରେ ସ୍ଥାନ ପକ୍କା କରିଛନ୍ତି 8 ଭାରତୀୟ ବକ୍ସର । ଏଥିରେ 7ଜଣ ମହିଳା ରହିଥିବା ବେଳେ ଜଣେ ପୁରୁଷ ବକ୍ସର ସାମିଲ ରହିଛନ୍ତି । 48 କେଜି ବର୍ଗରେ ଇଟାଲୀର ଏରିକା ପ୍ରିସ୍କିନାଡୋଙ୍କୁ 5-0ରେ ପରାଜିତ କରିଛନ୍ତି ଗିତିକା । ଫାଇନାଲ ମ୍ୟାଚରେ ସେ ପୋଲାଣ୍ଡର ଡୋମିନିକାଙ୍କୁ ଭେଟିବେ ।

ସେହିଭଳି 51 ବର୍ଗର ସେମିଫାଇନାଲରେ ଇଟାଲୀର ଏଲନ ଆୟରୀଙ୍କୁ ମାତ ଦେଇଛନ୍ତି ଭାରତର ବେବୋରୋଜିସାନା ଚାନୁ । ଫାଇନାଲ ମ୍ୟାଚରେ ସେ ଋଷିଆର ବେଲେରିଆ ଲିଙ୍କୋବାଙ୍କୁ ଭେଟିବେ । 57କେଜି ବର୍ଗରେ ଉଜବେକିସ୍ତାନର ସିଟୋରୀ ଟେର୍ଡିବେକୋବାଙ୍କୁ ମାତ ଦେଇଛନ୍ତି ପୁନମ । ସେହିଭଳି 60 କେଜି ବର୍ଗରେ ୱିଙ୍କା, 69 କେଜି ବର୍ଗରେ ଅରୁନ୍ଧତୀ ଚୌଧୁରୀ ଓ 75 କେଜି ବର୍ଗର ସେମିଫାଇନାଲ ମୁକାବିଲାରେ ସନମଚା ଚାନୁ ବିଜୟୀ ହୋଇଛନ୍ତି ।

ସେପଟେ ପୁରୁଷ ବକ୍ସିଂ ମୁକାବିଲାରେ ସଚିନ 56 କେଜି ବର୍ଗରେ ସଚିନ ଏକ ମାତ୍ର ପୁରୁଷ ଖେଳାଳି ଭାବରେ ଫାଇନାଲରେ ପହଞ୍ଚିଛନ୍ତି । ଅନ୍ୟ ପକ୍ଷରେ 49 କେଜି ବର୍ଗରେ ସେମିଫାଇନାଲ ମ୍ୟାଚରେ ବିଶ୍ବାମିତ୍ର ଚୋଙ୍ଗଥୋମ, 64 କେଜି ବର୍ଗରେ ଅଙ୍କିତ ନରୱାଲ ଓ 91 କେଜି ବର୍ଗରେ ବିଶାଳ ଗୁପ୍ତା ପରାଜିତ ହୋଇଛନ୍ତି । ଫଳରେ କାଂଶ୍ୟ ପଦକରେ ସେମାନଙ୍କୁ ସନ୍ତୁଷ୍ଟ ହେବାକୁ ପଡ଼ିଛି ।

ମୋଟ 11ଟି ପଦକ ହାସଲ କରି ଭାରତ ଯୁବ ବକ୍ସିଂ ଦଳ ଇତିହାସ ସୃଷ୍ଟି କରିଛି । ଏହାପୂର୍ବରୁ ୟୁଥ ୱାର୍ଲ୍ଡ ବକ୍ସିଂ ଚମ୍ପିଆନସିପରେ ଭାରତ 10ଟି ପଦକ ଜିତି ପାରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.