ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମରେ ୬୧ତମ ରାଜ୍ୟ ସନ୍ତରଣ ଚମ୍ପିଆନସିପ୍ ୨୦୨୧ ଉଦଯାପିତ ହୋଇଛି । ବିଜୁ ପଟ୍ଟନାୟକ ସନ୍ତରଣ ପୁଲ କମ୍ପ୍ଲେକ୍ସରେ ଆୟୋଜିତ ହୋଇଥିବା ଏହି ଇଭେଣ୍ଟରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୧୯୮ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ପ୍ରତିଯୋଗିତାରେ ମୋଟ ୧୪୦ଟି ଇଭେଣ୍ଟ ରହିଥିଲା ।

ଉଭୟ ଜୁନିଅର ଏବଂ ସିନିୟର ବର୍ଗରେ ପ୍ରତିଦ୍ବନ୍ଦ୍ବିତା କରୁଥିବାବେଳେ ମନାତା ମିଶ୍ର, ଦିବ୍ୟଙ୍କା ଦିବ୍ୟାଜ୍ୟୋତି ପ୍ରଧାନ, ଜାଡୁ ବୁଡେକ୍ ପ୍ରତ୍ୟେକ ୧୦ଟି ପଦକ ଜିତିଥିବାବେଳେ ସିନିୟର ବର୍ଗରେ ପ୍ରତୀସା ରୟ ଏବଂ ଶୁଭ୍ରାଷ୍ଣୁ ପାତ୍ର ୫ଟି ପଦକ ଜିତିଛନ୍ତି ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ