ETV Bharat / sports

Paralympics 2020: ଟୋକିଓ ଅଭିମୁଖେ ୫୪ ଜଣିଆ ଶକ୍ତିଶାଳୀ ଟିମ ଇଣ୍ଡିଆ - ପ୍ରମୋଦ ଭଗତ ନ୍ୟୁଜ

ଆଗାମୀ ଟୋକିଓ ପାରାଲମ୍ପିକ୍‌ସ ୨୦୨୦ ପାଇଁ ୫୪ ଜଣିଆ ଶକ୍ତିଶାଳୀ ଟିମ ପଠାଇଲା ଭାରତ । ଅଧିକ ପଢନ୍ତୁ...

54-member Indian team for Tokyo Paralympics accorded warm send-off
Paralympics 2020: ଟୋକିଓ ଅଭିମୁଖେ ୫୪ ଜଣିଆ ଶକ୍ତିଶାଳୀ ଟିମ ଇଣ୍ଡିଆ
author img

By

Published : Aug 12, 2021, 9:53 PM IST

ନୂଆଦିଲ୍ଲୀ: ଆଗାମୀ ଟୋକିଓ ପାରାଲମ୍ପିକ୍‌ସ ୨୦୨୦ ପାଇଁ ୫୪ ଜଣିଆ ଶକ୍ତିଶାଳୀ ଟିମ ପଠାଇଲା ଭାରତ । ଟିମରେ ରହିଛନ୍ତି ରିଓ ପାରାଲମ୍ପିକ୍‌ରେ ସ୍ବର୍ଣ୍ଣ ପଦକ ବିଜେତା ମାରିୟାପ୍ପନ ଥାଙ୍ଗାଭେଲୁ(ହାଇ ଜମ୍ପ୍‌) ଓ ବିଶ୍ବ ଚମ୍ପିଆନ ସନ୍ଦୀପ ଚୌଧୁରୀ (ଜାଭେଲିନ ଥ୍ରୋ) ।

ଅଗଷ୍ଟ ୨୪ରେ ଟୋକିଓ ପାରାଲମ୍ପିକର ଉଦଘାଟନ ହେବ ଓ ଉଦଘାଟନୀ ସମାରୋହରେ ଭାରତର ଧ୍ବଜାବାହକ ରହିବେ ମାରିୟାପ୍ପନ ।

କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର ଓ ଜାତୀୟ ପରିଚାଳନା ବୋର୍ଡ ଅଧିକାରୀଙ୍କ ଉପସ୍ଥିତିରେ ଖେଳାଳିଙ୍କୁ ବିଦାୟ ଶୁଭେଚ୍ଛା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଦେଶର ପାରା ଆଥଲେଟ୍‌ ମାନେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବେ ବୋଲି ଆଶାବାଦୀ ଥିବା କହିଛନ୍ତି କେନ୍ଦ୍ର କ୍ରୀଡାମନ୍ତ୍ରୀ ।

ବାୟୋ ବବଲ ମଧ୍ୟରେ ଥିବାରୁ ଟୋକିଓ ଉଡାଣ ଭରିଥିବା ଖେଳାଳି ଭର୍ଚୁଆଲରେ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

ପାରା ଆଥଲେଟ୍‌ଙ୍କ ମହତ୍ବକାଂକ୍ଷା ଓ ଆତ୍ମବିଶ୍ବାସ ୧୩୦ କୋଟି ଭାରତୀୟଙ୍କୁ ପ୍ରେରଣା ଦିଏ । ଏହା ଗୌରବ ଓ ସନ୍ତୋଷର ବିଷୟ । ଖେଳାଳିଙ୍କ ଅସୀମ ସାହସ ଆଗରେ ବଡ ଆହ୍ବାନ ଟଳିଯାଇଥାଏ କହିଛନ୍ତି କେନ୍ଦ୍ର କ୍ରୀଡାମନ୍ତ୍ରୀ ଠାକୁର । ଠାକୁର ଆହୁରି କହିଛନ୍ତି, ଗତ ସଂସ୍କରଣ ଠାରୁ ଚଳିତ ଥର ତିନିଗୁଣା ଅଧିକ ସଂଖ୍ୟକ ଖେଳାଳି ଭାରତୀୟ ଟିମରେ ରହିଛନ୍ତି । ଖେଳାଳିଙ୍କ ଦକ୍ଷତା ଉପରେ ସଂପୂର୍ଣ୍ଣ ଭରସା ରହିଛି । ଏଯାବତ ରହିଥିବା ପ୍ରଦର୍ଶନ ଠାରୁ ଏଥର ସର୍ବଶ୍ରେଷ୍ଠ ହେବ ବୋଲି ଆଶା ଥିବା କହିଛନ୍ତି ଠାକୁର ।

ଭାରତୀୟ ପାରାଲମ୍ପିକ କମିଟି(PCI) ର ଅଧ୍ୟକ୍ଷା ଦୀପା ମଲିକ ରିଓରେ ରୌପ୍ୟ ପଦକ ଜିତିଥିଲେ । ଭାରତୀୟ ଖେଳାଳି ଶ୍ରେଷ୍ଠ ଫର୍ମରେ ଥିବାରୁ ଟୋକିଓ ୨୦୨୦ ପାରାଲମ୍ପିକରେ ରେକର୍ଡ ସଂଖ୍ୟକ ପଦକ ଭାରତକୁ ମିଳିବ ବୋଲି ଦୀପା କହିଛନ୍ତି ।

ଅଗଷ୍ଟ ୨୪ରୁ ଟୋକିଓ ପାରାଲମ୍ପିକ୍‌ସ ଆରମ୍ଭ ହେବାଥିବାବେଳେ ସେପ୍ଟେମ୍ବର ୨୪ ପର୍ଯ୍ୟନ୍ତ ଚାଲିବ । ତେବେ ଅଗଷ୍ଟ ୨୭ରୁ ପୁରୁଷ ଓ ମହିଳା ତୀରନ୍ଦାଜ ଇଭେଣ୍ଟରୁ ଭାରତ ଅଭିଯାନ ଆରମ୍ଭ କରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.