ନୂଆଦିଲ୍ଲୀ: ଏସିଆନ ଜୁନିଅର ବକ୍ସିଂ ଚମ୍ପିଆନସିପର ଫାଇନାଲରେ ପହଞ୍ଚିଲେ ୩ ଭାରତୀୟ ଖେଳାଳି । ଜୁନିଅର ମହିଳା ବିଭାଗର ବିଭିନ୍ନ ବର୍ଗରେ ଭାରତର ୩ ଖେଳାଳି ସେମିଫାଇନାଲରେ ବିଜୟୀ ହୋଇଛନ୍ତି । ୪୮ କେଜି ବର୍ଗରେ ଭାରତର ବିଶୁ ମଙ୍ଗୋଲିୟାର ଖେଳାଳିଙ୍କୁ ମାତ ଦେଇଛନ୍ତି । ପ୍ରଥମ ରାଉଣ୍ଡରେ ହିଁ ବିଶୁ ଜୋରଦାର ପ୍ରହାର ଆରମ୍ଭ କରିଥିଲେ । ଫଳରେ ମ୍ୟାଚ ଅଧାରୁ ହିଁ ତାଙ୍କୁ ବିଜେତା ଘୋଷଣା କରାଯାଇଥିଲା ।
ସେହିଭଳି ୫୨ କେଜି ଓ ୬୦ କେଜି ବର୍ଗରେ ତନୁ ଓ ନିକିତା ଯଥାକ୍ରମେ ନେପାଳ ଓ ଉଜବେକିସ୍ତାନର ଖେଳାଳିଙ୍କୁ ମାତ ଦେଇଛନ୍ତି । ଫଳରେ ଦୁହେଁ ଫାଇନାଲରେ ପହଞ୍ଚି ପାରିଛନ୍ତି । ଏହାପୂର୍ବରୁ ଭାରତର ଅନ୍ୟ ୭ ଜଣ ମହିଳା ଖେଳାଳି ପଦକ ପାଇଁ ମ୍ୟାଚକୁ ଉନ୍ନିତ ହୋଇ ସାରିଛନ୍ତି । ୪୬ କେଜି ବର୍ଗରେ ମୁସ୍କାନ, ୫୭ କେଜି ବର୍ଗରେ ଆଞ୍ଚଳ ସୈନୀ, ୬୩ କେଜି ବର୍ଗରେ ମାହି ରାଘବ, ୭୦ କେଜି ବର୍ଗରେ ପ୍ରାଞ୍ଜଳ ଯାଦବ ଓ ୮୧ କେଜି ବର୍ଗରେ ସଞ୍ଜନା ଏସିଆନ ଜୁନିଅର ବକ୍ସିଂ ଚମ୍ପିଆନସିପର ଫାଇନାଲରେ ପହଞ୍ଚିଛନ୍ତି ।
ସେପଟେ ପୁରୁଷ ବିଭାଗରେ ୫୪ କେଜି ବର୍ଗରେ ଆଶିଷ, ୫୭ କେଜି ବର୍ଗରେ ଅଂଶୁଲ ନିଜ ନିଜ ସେମିଫାଇନାଲ ମ୍ୟାଚରେ ପରାଜିତ ହୋଇଛନ୍ତି । ତେବେ ୬୬ କେଜି ବର୍ଗରେ ଅଙ୍କୁଶ, ୪୮ କେଜି ବର୍ଗରେ ରୋହିତ ଚମୋଲୀ, ୭୦ କେଜି ବର୍ଗରେ ଗୌରବ ସୈନୀ, ଭାରତ ଜୁନ ୮୧ କେଜି ବର୍ଗରେ ଫାଇନାଲରେ ପହଞ୍ଚିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ