ETV Bharat / sports

ଅଲମ୍ପିକ୍ସ ଉଦ୍‌ଘାଟନୀ ଉତ୍ସବ ଷ୍ଟାଡିୟମରେ 20,000 ଦର୍ଶକଙ୍କୁ ଅନୁମତି

author img

By

Published : Jun 20, 2021, 10:59 PM IST

ଜୁଲାଇ 23ରେ ନ୍ୟାସନାଲ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ଅଲମ୍ପିକ୍ସ ଉଦ୍‌ଘାଟନୀ ଉତ୍ସବରେ 20,000 ଦର୍ଶକଙ୍କୁ ଅନୁମତି । ଅଧିକ ପଢନ୍ତୁ...

20K people could be allowed for Olympics opening ceremony
ଅଲମ୍ପିକ୍ସ ଉଦ୍‌ଘାଟନୀ ଉତ୍ସବ ଷ୍ଟାଡିୟମରେ 20,000 ଦର୍ଶକଙ୍କୁ ଅନୁମତି

ଟୋକିଓ: ଟୋକିଓ ଅଲମ୍ପିକ ଆୟୋଜକ କମିଟିର ବଡ ନିଷ୍ପତ୍ତି । ଜୁଲାଇ 23ରେ ନ୍ୟାସନାଲ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ଅଲମ୍ପିକ୍ସ ଉଦ୍‌ଘାଟନୀ ଉତ୍ସବରେ 20,000 ଦର୍ଶକଙ୍କୁ ଅନୁମତି ମିଳିଛି । ଅନ୍ୟପଟେ ଅଲମ୍ପିକ୍ସ ଓ ପାରାଅଲମ୍ପିକ୍ସର ବିଭିନ୍ନ ଇଭେଣ୍ଟ ସମୟରେ କେତେ ସଂଖ୍ୟକ ଦର୍ଶକ ଉପସ୍ଥିତ ରହିବେ, ସେନେଇ ଆୟୋଜକ କମିଟି ସୋମବାର ନିଷ୍ପତ୍ତି ନେବ ।

କୋଭିଡ-19 ସଂକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି ଅଲମ୍ପିକ୍ସ ଓ ପାରାଅଲମ୍ପିକ୍ସ ଭଳି ମେଗା ଇଭେଣ୍ଟ ଖାଲି ଷ୍ଟାଡିୟମରେ ବିନା ଦର୍ଶକରେ ଆୟୋଜନ ନେଇ ଅନେକ ପ୍ରଶ୍ନ ଉଠାଇଛନ୍ତି ।

ଦେଶରେ କୋରୋନା ସଂକ୍ରମଣ ସ୍ଥିତି ସଙ୍ଗୀନ ହେଲେ ସମସ୍ତ ଫ୍ୟାନ୍ସଙ୍କୁ ଷ୍ଟାଡିୟମ ବାରଣ କରାଯିବା ନେଇ ସରକାର ବିଚାର କରୁଥିବା କହିଛନ୍ତି, ଜାପାନର ମୁଖ୍ୟ କ୍ୟାବିନେଟ୍‌ ସଚିବ କାସନୋବୁ । ବିଦେଶୀ ପ୍ରଶଂସକଙ୍କୁ ପୂର୍ବରୁ ଅଲମ୍ପିକ୍ସ ଖେଳକୁ ଷ୍ଟାଡିୟମରେ ଉପଭୋଗ କରିବା ଉପରେ ପ୍ରତିବନ୍ଧକ ଲାଗିସାରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.