ETV Bharat / sports

କୋରୋନା ଭାଇରସ: ଜୁନିୟର ୟୁରୋପିଆନ ଚମ୍ପିଆନସିପ ସ୍ଥଗିତ - 2020 European Championship

ମହାମାରୀ କୋରୋନା ଭାଇରସ ସଂକ୍ରମଣ ଭୟ ଯୋଗୁଁ ଆଉ ଏକ ମେଗା ଟୁର୍ଣ୍ଣାମେଣ୍ଟ ସ୍ଥଗିତ ହୋଇଛି । 2020 ଜୁନିୟର ୟୁରୋପିଅନ ଚମ୍ପିଆନସିପ ସ୍ଥଗିତ ଘୋଷଣା କରିଛି ୟୁରୋପିଅନ ସୁଟିଂ ଫେଡେରେସନ ।

2020 European Championship juniors postponed amid coronavirus pandemic
କୋରୋନା ଭାଇରସ: ଜୁନିୟର ୟୁରୋପିଅନ ଚମ୍ପିଆନସିପ ସ୍ଥଗିତ
author img

By

Published : Apr 21, 2020, 10:32 AM IST

ଲାଉସେନ: ମହାମାରୀ କୋରୋନା ଭାଇରସ ସଂକ୍ରମଣ ଭୟ ଯୋଗୁଁ ଆଉ ଏକ ମେଗା ଟୁର୍ଣ୍ଣାମେଣ୍ଟ ସ୍ଥଗିତ ହୋଇଛି । 2020 ଜୁନିୟର ୟୁରୋପିଆନ ଚମ୍ପିଆନସିପ ସ୍ଥଗିତ ଘୋଷଣା କରିଛି ୟୁରୋପିଆନ ସୁଟିଂ ଫେଡେରେସନ ।

ୟୁରୋପିଆନ ଜୁନିୟର ଚମ୍ପିଆନସିପର ଏହି ଟୁର୍ଣ୍ଣାମେଣ୍ଟରେ 25 ମିଟର ଓ 50 ମିଟର ରାଇଫଲ ଓ ପିସ୍ତଲ ଇଭେଣ୍ଟ ରହିଥିଲା। ଜୁନ 25ରୁ 2 ଜୁଲାଇ ପର୍ଯ୍ୟନ୍ତ ଏହି ଟୁର୍ଣ୍ଣାମେଣ୍ଟ କ୍ରୋଏସିଆରେ ଖେଳାଯିବା ନେଇ ସୂଚୀ ରହିଥିଲା । ତେବେ ଏହି ପ୍ରତିଯୋଗିତାର ପରିବର୍ତ୍ତିତ ସୂଚୀ ମଧ୍ୟ ସୁଟିଂ ଫେଡେରେସନ ପକ୍ଷରୁ ଘୋଷଣା ହୋଇଛି । 2020 ସେପ୍ଟେମ୍ବର 7-14 ନୂଆ ମ୍ୟାଚସୂଚୀ ରହିଛି । ତେବେ ଏନେଇ ଜୁଲାଇ ପ୍ରଥମ ସପ୍ତାହରେ ଚୁଡାନ୍ତ ନିଷ୍ପତି ହେବା ନେଇ କୁହାଯାଇଛି ।

ପୂର୍ବରୁ ଏପ୍ରିଲ 9ରେ ଅନ୍ତର୍ଜାତୀୟ ସୁଟିଂ ଫେଡେରେସନ(ISSF) ପକ୍ଷରୁ ୱାର୍ଲ୍ଡ ଚମ୍ପିଆନସିପକୁ ସ୍ଥଗିତ ଘୋଷଣା କରାଯାଇଛି । ଏହି ପ୍ରତିଯୋଗିତା ଜୁନ 9-19 ମଧ୍ୟରେ ଖେଳାଯିବା ନେଇ ସୂଚୀ ରହିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.