ଚିକାଗୋ: ମହାମାରୀ କୋରୋନା ଭାଇରସ ସଂକ୍ରମଣ ଭୟ ଯୋଗୁଁ ବାତିଲ ହେଲା ଆଉ ଏକ ମେଗା ଇଭେଣ୍ଟ । ସଦସ୍ୟ ସୂଚନା ଅନୁଯାୟୀ 2020 ଚିକାଗୋ ମାରାଥନ ସମେତ ସମସ୍ତ ରେସ ଦୌଡ ଇଭେଣ୍ଟକୁ ବାତିଲ ଘୋଷଣା କରାଯାଇଛି । ଏନେଇ ମଙ୍ଗଳବାର ଆୟୋଜକ କମିଟି ଘୋଷଣା କରିଛନ୍ତି ।
ମାରାଥନ ପାଇଁ ପଞ୍ଜିକରଣ କରିଥିବା ସମସ୍ତ ପ୍ରତିଯୋଗୀଙ୍କ ପାଇଁ ମଧ୍ୟ ଆୟୋଜକ କମିଟି ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି । ପଞ୍ଜିକରଣ ଅର୍ଥକୁ ପ୍ରତିଯୋଗୀ ଫେରାଇ ନେଇପାରିବେ କିମ୍ବା ଭବିଷ୍ୟତରେ 2021, 2022 କିମ୍ବା 2023 ମାରାଥନ ପାଇଁ ଏହାକୁ ଦେୟ ଭାବେ ଗ୍ରହଣ କରିପାରିବେ ।
ଅକ୍ଟୋବର 11ରେ 26-ମାଇଲ ଦୂରତାର ଦୌଡ ଇଭେଣ୍ଟ ହେବାନେଇ ପୂର୍ବରୁ ସୂଚୀ ରହିଥିଲା । 2020 ବ୍ୟାଙ୍କ ଅଫ ଆମେରିକା ଚିକାଗୋ ମାରାଥନ ଅକ୍ଟୋବର 11 ରବିବାର ହେବାନେଇ ଧାର୍ଯ୍ୟ କରାଯାଇଥିଲା ।