ହାଇଦ୍ରାବାଦ: ବିଶ୍ବ ହକି ମାନ୍ୟତାର 3 ନମ୍ବର ସ୍ଥାନରେ ଥିବା ଜର୍ମାନୀ, ଭାରତୀୟ ମହିଳା ହକି ଟିମକୁ 5-0ରେ ହରାଇଛି । ଜର୍ମାନୀ ଗସ୍ତରେ ଥିବା ଭାରତୀୟ ଟିମ 4ଟି ମ୍ୟାଚ ବିଶିଷ୍ଟ ଟୁର୍ର ଶନିବାର ଖେଳାଯାଇଥିବା ପ୍ରଥମ ମ୍ୟାଚରେ ପରାସ୍ତ ହୋଇଛି ।
-
The #IndianEves will come back stronger! 🇮🇳#IndiaKaGame #TourOfGermany #GERvIND pic.twitter.com/lZ21vJ2onN
— Hockey India (@TheHockeyIndia) February 27, 2021 " class="align-text-top noRightClick twitterSection" data="
">The #IndianEves will come back stronger! 🇮🇳#IndiaKaGame #TourOfGermany #GERvIND pic.twitter.com/lZ21vJ2onN
— Hockey India (@TheHockeyIndia) February 27, 2021The #IndianEves will come back stronger! 🇮🇳#IndiaKaGame #TourOfGermany #GERvIND pic.twitter.com/lZ21vJ2onN
— Hockey India (@TheHockeyIndia) February 27, 2021
ଘରୋଇ ଟିମ ପକ୍ଷରୁ ପିଆ ମାର୍ଟିନସ ମ୍ୟାଚର 10ମ ଓ 14ତମ ମିନିଟରେ ଗୋଲ୍ କରିଥିଲେ । ପରେ ପାଉଲାଇନ ହେଇଞ୍ଜ 28ତମ ମିନିଟରେ ଓ ଲିସା ଆଲଟେନବର୍ଗ 41ତମ ମିନିଟରେ ଗୋଲ୍ କରିଥିଲେ । ପ୍ରଥମ କ୍ବାର୍ଟରରେ ମ୍ୟାଚର ଦ୍ବିତୀୟ ମିନିଟରେ ହିଁ ଭାରତକୁ ପେନାଲିଟ କର୍ଣ୍ଣର ମିଳିଥିଲେ ମଧ୍ୟ ଗୋଲ୍ରେ ପରିଣତ ହୋଇପାରିନଥିଲା ।
ଏହାପରେ ଶେଷ ପର୍ଯ୍ୟନ୍ତ ଭାରତୀୟ ଖେଳାଳି ଗୋଲ୍ ପାଇଁ ସମସ୍ତ ପ୍ରକାର ପ୍ରୟାସ କରିଥିଲେ ମଧ୍ୟ ସଫଳ ହୋଇନଥିଲେ । ଫଳରେ 5-0ର ବଡ ବ୍ୟବଧାନରେ ମ୍ୟାଚ ଜିତିଥିଲା ଜର୍ମାନୀ । ରବିବାର ଉଭୟ ଟିମ ମଧ୍ୟରେ ଦ୍ବିତୀୟ ମୁକାବିଲା ଖେଳାଯିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ