ETV Bharat / sports

‘ଭଲ ଖେଳିଲେ ଟୋକିଓ ଅଲମ୍ପିକ୍ସରେ ଇତିହାସ ରଚିବୁ’ - ମିଡଫିଲ୍ଡର ନିକ୍କି ପ୍ରଧାନ

ଟୋକିଓ ଅଲମ୍ପିକ୍ସରେ ନିଜର ସମସ୍ତ ସାମର୍ଥ୍ୟ ସହ ଭାରତୀୟ ମହିଳା ହକି ଦଳ ଖେଳିଲେ ନିଶ୍ଚିତ ଇତିହାସ ରଚିବ ବୋଲି କହିଛନ୍ତି ଭାରତୀୟ ମହିଳା ହକି ଦଳରେ ମିଡଫିଲ୍ଡର ନିକ୍କି ପ୍ରଧାନ । ଅଧିକ ପଢ଼ନ୍ତୁ...

Will certainly create history in Tokyo
‘ଭଲ ଖେଳିଲେ ଟୋକିଓ ଅଲମ୍ପିକ୍ସରେ ରଚିବୁ ଇତିହାସ’
author img

By

Published : Nov 11, 2020, 1:29 AM IST

ବେଙ୍ଗାଲୁରୁ: ଭାରତୀୟ ମହିଳା ହକି ଦଳରେ ମିଡଫିଲ୍ଡର ନିକ୍କି ପ୍ରଧାନ ବିଶ୍ବାସ କରନ୍ତି ଯେ ଆସନ୍ତା ବର୍ଷ ଟୋକିଓରେ ହେବାକୁ ଥିବା ଅଲିମ୍ପିକ୍ସ ପୂର୍ବରୁ ଭାରତୀୟ ମହିଳା ହକି ଦଳ ନିଶ୍ଚିତ ଭାବେ ଶୀର୍ଷ ଦଳ ବିପକ୍ଷରେ ବହୁ ସଂଖ୍ୟକ ମ୍ୟାଚରେ ଭଲ ପ୍ରଦର୍ଶନ ଆବଶ୍ୟକ କରିବ ।

ପ୍ରଧାନ କହିଛନ୍ତି, ‘‘ଗତ ଚାରିବର୍ଷ ମଧ୍ୟରେ ଆମ ପାଖରେ ଯାହା ସାମର୍ଥ୍ୟ ଥିଲା ତାହା ଆମେ ଖେଳ ପ୍ରତି ଦେଇ ଏକ ଭଲ ଟିମ ହେବା ଦିଗରେ କାର୍ଯ୍ୟ କରିଛୁ ଏବଂ ବର୍ତ୍ତମାନ ବିଶ୍ବର ଯେକୌଣସି ଦଳ ସହ ଆମେ ଖେଳିବା ପାଇଁ ପ୍ରସ୍ତୁତ । ଯଦି ଆମେ ଆମର ସାମର୍ଥ୍ୟ ସହ ଖେଳିବୁ ତେବେ ଟୋକିଓରେ ନିଶ୍ଚିତ ଇତିହାସ ସୃଷ୍ଟି କରିବୁ ।’’

ଜାତୀୟ ଦଳ ପାଇଁ 100 ରୁ ଅଧିକ ମ୍ୟାଚ୍ ଖେଳିଥିବା ପ୍ରଧାନ କହିଛନ୍ତି ଯେ କୋଭିଡ -19 ମହାମାରୀ କାରଣରୁ ହୋଇଥିବା ବିରତି ତାଙ୍କ ପାଇଁ ଠିକ୍ ସମୟରେ ଆସିଛି । କାରଣ ସେ ଭାରତୀୟଦଳ ଯେତେବେଳେ ପୁଣି ହକି ଖେଳିବା ଆରମ୍ଭ କରିବେ ସେତେବେଳେ ସେ ନିଜ କ୍ୟାରିଅରକୁ କିପରି ଆଗକୁ ନେବାକୁ ଚାହୁଁଛନ୍ତି ସେ ବିଷୟରେ ଚିନ୍ତା କରିବାର ସମୟ ତାଙ୍କୁ ମିଳିଛି ।

‘‘ବେଳେବେଳେ ଯେବେ ଆମେ ଟୁର୍ନାମେଣ୍ଟ ପରେ ଟୁର୍ନାମେଣ୍ଟ ଖେଳୁ, ଆମ ଖେଳର କିଛି ଦିଗ ବିଷୟରେ ଚିନ୍ତା କରିବା ନେଇ ଆମକୁ ସମୟ ମିଳେ ନାହିଁ । ମୁଁ ଭାବିଲି ବ୍ରେକ୍ ମୋ ପାଇଁ ଠିକ୍ ସମୟରେ ଆସିଛି ଯେହେତୁ ମୁଁ 100 ମ୍ୟାଚ ଖେଳିବାର ମାଇଲଖୁଣ୍ଟ ଅତିକ୍ରମ କରିଥିଲି,’’ ବୋଲି ମିଡଫିଲ୍ଡର କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ‘‘ମୁଁ ଯେତେବେଳେ ପିଚ୍ ଠାରୁ ଦୂରରେ ଥିଲି, ସେତେବେଳେ ମୋର ପ୍ରଥମ 100 ଟି ମ୍ୟାଚ୍‌ରେ ମୁଁ କେଉଁ ପ୍ରକାରର ଭୁଲ୍ କରିଥିଲି ଏବଂ ମୁଁ ସେଗୁଡ଼ିକୁ କିପରି ସଂଶୋଧନ କରିପାରିବି ସେ ବିଷୟରେ ଚିନ୍ତା କରିବାର ସୁଯୋଗ ପାଇଲି।’’

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.