ETV Bharat / sports

ଧ୍ୟାନଚାନ୍ଦଙ୍କୁ ଭାରତରତ୍ନ କାହିଁକି ନୁହେଁ, ପୂର୍ବତନ ହକି କ୍ୟାପଟେନଙ୍କ ପ୍ରଶ୍ନ - Bharat Ratna

କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ଏକମାତ୍ର କ୍ରୀଡାବିତ ଭାବେ ଏଯାବତ ଭାରତରତ୍ନରେ ସମ୍ମାନିତ ହୋଇଛନ୍ତି । ଅଧିକ ପଢନ୍ତୁ...

Why not Bharat Ratna for Dhyan Chand, asks former hockey captain Govinda
ଧ୍ୟାନଚାନ୍ଦଙ୍କୁ ଭାରତ ରତ୍ନ କାହିଁକି ନୁହେଁ, ପୂର୍ବତନ ହକି କ୍ୟାପଟେନଙ୍କ ପ୍ରଶ୍ନ
author img

By

Published : Jan 10, 2021, 8:32 PM IST

ହାଇଦ୍ରାବାଦ: ହକିର ଯାଦୁଗର ଧ୍ୟାନଚାନ୍ଦ ଥିଲେ ଜଣେ "ମହାନ ବ୍ୟକ୍ତିତ୍ବ ଓ ମହାନ ଖେଳାଳି" ଏବଂ ଏହା ଆଶ୍ଚର୍ଯ୍ୟକର ଯେ, ଏଯାବତ ତାଙ୍କୁ ଭାରତର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତ ରତ୍ନରେ ସମ୍ମାନିତ କରାଯାଇନାହିଁ । ଏହା କହିଛନ୍ତି ପୂର୍ବତନ ଭାରତୀୟ ହକି ଟିମର କ୍ୟାପଟେନ ବି.ପି ଗୋବିନ୍ଦା ।

ଦେଶ ପାଇଁ ପୁରସ୍କାର, ସମ୍ମାନ ସହ ଗୌରବାନ୍ବିତ କରିଥିବା ବ୍ୟକ୍ତିଙ୍କୁ ସ୍ବୀକୃତି ଜଣାଇ ଭାରତ ରତ୍ନ ପ୍ରଦାନ କରାଯାଇଛି ଏବଂ ଏହାର ସୁପାରିଶ, ନାମାଙ୍କନ ଏହା ଉପରେ ଆଧାରିତ। ଯେତେବେଳେ ଏତେସଂଖ୍ୟାରେ ଲୋକେ ଧ୍ୟାନଚାନ୍ଦ ଭାରତ ରତ୍ନ ପାଇଁ ସୁପାରିଶ କରୁଛନ୍ତି, କାହିଁ ବି ଏଯାବତ ଏହି ସମ୍ମାନ ପ୍ରଦାନ କରାଯାଉନାହିଁ । 1975 ବିଶ୍ବକପ ବିଜେତା ଭାରତୀୟ ଟିମର ସଦସ୍ୟ ରହିଛନ୍ତି ଗୋବିନ୍ଦା ।

"ସମଗ୍ର ବିଶ୍ବରେ ହକିର ଯାଦୁକର ଭାବରେ ଜଣେ ପ୍ରତିଦ୍ଧି ଅର୍ଜନ କରିଛନ୍ତି । ଏବେ ସବୁପରେ ମଧ୍ୟ କାହିଁକି ତାଙ୍କୁ ଏହି ସମ୍ମାନ ମିଳିପାରିନାହିଁ । ତାଙ୍କୁ ମିଳିବା ଉଚିତ ନୁହେଁ କି ? ଅନେକ ଜଣ ଧ୍ୟାନଚାନ୍ଦଙ୍କୁ ଫୁଟବଲର ପେଲେଙ୍କ ସହ ତୁଳନା କରନ୍ତି । ମୁଁ 'ଦାଦା' ଙ୍କୁ ଜାଣେ , ଏନଆଇସ ପଟିଆଲାରେ ତାଙ୍କୁ ଭେଟିଥିଲି , ତାଙ୍କୁ ସମଗ୍ର ବିଶ୍ବ ଜାଣେ, ମାତ୍ର ସେ କାହାରିକୁ ଏପରି ଦେଖାଇନଥାନ୍ତି ।" ଏହା କହିଛନ୍ତି । 1973 ଟୁର୍ଣ୍ଣାମେଣ୍ଟରେ ରନର୍ସ ଅପ ଓ 1972 ମୁନୀଚ ଅଲମ୍ପିକ୍ସରେ ବ୍ରୋଞ୍ଜ ପଦକ ବିଜେତା ଭାରତୀୟ ଦଳ ସଦସ୍ୟ ରହିଥିବା 69 ବର୍ଷୀୟ ଗୋବିନ୍ଦା ।

ଖେଳାଳି ଭାବେ ହକି ଖେଳିବା ବନ୍ଦ କରିବା ପରେ, ଏନଆଇସ ପଟିଆଲାରେ ମୁଖ୍ୟ ହକି କୋଚ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ଏକମାତ୍ର ଖେଳାଳି ଭାବେ ଏଯାବତ ଭାରତ ରତ୍ନରେ ସମ୍ମାନିତ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.