ETV Bharat / sports

Vivek Sagar: ଜାଣନ୍ତୁ, ହସ୍ପିଟାଲ ବେଡ୍‌ରୁ କେମିତି ବନିଲେ ବିଶ୍ବକପ ଟିମର କ୍ୟାପଟେନ୍‌ - ବିବେକ ସାଗର ପ୍ରସାଦ ନ୍ୟୁଜ

ମିଡଫିଲ୍ଡର ବିବେକ ସାଗର ପ୍ରସାଦ ଭାରତୀୟ ପୁରୁଷ ହକି ଟିମର ଜଣେ ପ୍ରମୁଖ ସଦସ୍ୟ । ଟୋକିଓ ୨୦୨୦ ଅଲମ୍ପିକ୍‌ରେ ବ୍ରୋଞ୍ଜ ବିଜେତା ଭାରତୀୟ ହକି ଟିମର ସଦସ୍ୟ ରହିଥିଲେ ପ୍ରସାଦ । ଅଧିକ ପଢନ୍ତୁ

Who is Vivek Sagar Prasad? know about India's junior hockey team captain
Vivek Sagar: ଜାଣନ୍ତୁ, ହସ୍ପିଟାଲ ବେଡ୍‌ରୁ କେମିତି ବନିଲେ ବିଶ୍ବକପ ଟିମର କ୍ୟାପଟେନ୍‌
author img

By

Published : Nov 22, 2021, 10:18 PM IST

ଭୁବନେଶ୍ବର: ନଭେମ୍ବର ୨୪ରୁ ଐତିହାସିକ କଳିଙ୍ଗ ହକି ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ପୁରୁଷ କନିଷ୍ଠ ହକି ବିଶ୍ବକପ ୨୦୨୧ (Hockey Men’s Junior World Cup 2021) । ଏହି ମେଗା ଟୁର୍ନାମେଣ୍ଟ ମେଣ୍ଟରେ ରହିଛନ୍ତି ମୋଟ ୧୬ଟି ଟିମ । ସମ୍ମାନଜନକ ଟ୍ରଫି ପାଇଁ ଲଢେଇ କରିବେ ବିଶ୍ବର ଶ୍ରେଷ୍ଠ ପ୍ରତିଭାବାନ ହକି ଖେଳାଳି । ଏଥିପାଇଁ ସମସ୍ତ ଟିମ ଓଡିଶାରେ ପହଞ୍ଚି ସାରିଛନ୍ତି ।

ଏହି ଟୁର୍ନାମେଣ୍ଟର ଗତ ସଂସ୍କରଣରେ ଚମ୍ପିଆନ ହୋଇଥିଲା ଭାରତ । ଫଳରେ ଡିଫେଣ୍ଡିଂ ଚମ୍ପିଆନ ଭାବେ ଟୁର୍ନାମେଣ୍ଟରେ ଖେଳିବ ଭାରତ । ଭାରତୀୟ ଟିମ କାନାଡା, ଫ୍ରାନ୍ସ ଓ ପୋଲାଣ୍ଡ ସହିତ ପୁଲ୍‌ 'ବି' ରେ ରହିଛି ।

Who is Vivek Sagar Prasad? know about India's junior hockey team captain
ବିବେକ ସାଗର ପ୍ରସାଦ

ଭାରତୀୟ ଟିମର ନେତୃତ୍ବ ନେବେ ବିବେକ ସାଗର ପ୍ରସାଦ ( India's junior hockey team captain Vivek Sagar) । ନିକଟରେ ଅର୍ଜୁନ ଆୱାର୍ଡରେ ଭାରତ ସରକାର ବିବେକଙ୍କୁ ସମ୍ମାନିତ କରିଛନ୍ତି । ତେବେ ଜାଣନ୍ତୁ କିଏ ଏହି ବିବେକ ସାଗର ପ୍ରସାଦ ଯିଏ ହକି ବିଶ୍ବକପ ୨୦୨୧ରେ ଭାରତର ନେତୃତ୍ବ ନେବେ ।

ମିଡଫିଲ୍ଡର ବିବେକ ସାଗର ପ୍ରସାଦ ଭାରତୀୟ ପୁରୁଷ ହକି ଟିମର ଜଣେ ପ୍ରମୁଖ ସଦସ୍ୟ । ଟୋକିଓ ୨୦୨୦ ଅଲମ୍ପିକ୍‌ରେ ବ୍ରୋଞ୍ଜ ବିଜେତା ଭାରତୀୟ ହକି ଟିମର ସଦସ୍ୟ ରହିଥିଲେ ପ୍ରସାଦ । ଏଥିସହ ମାଲେସିଆରେ ଖେଳାଯାଇଥିବା ୨୧ ବର୍ଷରୁ କମ ସୁଲତାନ ଜୋହର କପ୍‌ର ସପ୍ତମ ସଂସ୍କରଣରେ ତୃତୀୟ ସ୍ଥାନରେ ରହିଥିବା ଭାରତୀୟ ଟିମର ନେତୃତ୍ବ ନେଇଥିଲେ ବିବେକ ।

ତେବେ 2021 Men's Junior Hockey World Cupରେ ବିବେକଙ୍କ ପରବର୍ତ୍ତୀ ନେତୃତ୍ବର ଅଗ୍ନୀପରୀକ୍ଷା ହେବ ।

ନଜର ପକାନ୍ତୁ ବିବେକଙ୍କ ହକି ଯାତ୍ରା ଉପରେ...

ପ୍ରଥମେ ନଜର କରିଥିଲେ ହକି କିମ୍ବଦନ୍ତୀ ଧ୍ୟାନଚାନ୍ଦଙ୍କ ପୁତ୍ର

ମଧ୍ୟପ୍ରଦେଶର ହୋସହାଙ୍ଗବାଦ ଜିଲ୍ଲାର ଚନ୍ଦନ ଗ୍ରାମରେ ପ୍ରସାଦଙ୍କ ଘର । ହକି କିମ୍ବଦନ୍ତୀ ଧ୍ୟାନଚାନ୍ଦଙ୍କ ପୁତ୍ର ଅଲମ୍ପିଆନ ଅଶୋକ କୁମାର ପ୍ରଥମେ ବର୍ଷ ୨୦୧୪ରେ ପ୍ରସାଦଙ୍କୁ ମହାରାଷ୍ଟ୍ରର ଆକୋଲାରେ ଏକ ଘରୋଇ ଟୁର୍ନାମେଣ୍ଟରେ ନଜର କରିଥିଲେ ।

ସେତେବେଳେ ପ୍ରସାଦଙ୍କ ବୟସ ଥିଲା ମାତ୍ର ୧୩, ତେବେ ସେ ତାଙ୍କ ଠାରୁ ଦୁଇଗୁଣା ବୟସ ଅଧିକ ଖେଳାଳିଙ୍କ ସହ ଖେଳୁଥିଲେ । ବଲ୍‌ ଉପରେ ତାଙ୍କର ଚମତ୍କାର ନିୟନ୍ତ୍ରଣ କୁମାରଙ୍କୁ ପ୍ରଭାବିତ କରିଥିଲା । ଏହାପରେ ତାଙ୍କୁ ସେ ଭୋପାଳ ଯିବାକୁ ପ୍ରସ୍ତାବ ଦେଇଥିଲେ ଯେଉଁଠାରେ ସେ ମଧ୍ୟପ୍ରଦେଶ ହକି ଏକାଡେମୀରେ ୩ ବର୍ଷ ପ୍ରଶିକ୍ଷଣ ଦେଇଥିଲେ ।

ଏକାଡେମୀରେ ପ୍ରଶିକ୍ଷଣ ସମୟରେ ପ୍ରସାଦଙ୍କ ପ୍ରଦର୍ଶନରେ ଆହୁରି ଅଧିକ ସୁଧାର ଆସିଥିଲା । ମାତ୍ର ୧୫ ବର୍ଷ ବୟସର ଥିବାବେଳେ ସେ ଜାତୀୟ ଚୟନକର୍ତ୍ତାଙ୍କ ଧ୍ୟାନ ଆକର୍ଷଣ କରିଥିଲେ । ୨୦୧୬ ଜୁନିଅର ବିଶ୍ବକପ କୋଚ୍‌ ଗ୍ରୁପ୍‌ରେ ତାଙ୍କୁ ସାମିଲ କରାଯାଇଥିଲା ମାତ୍ର ଏପରି କିଛି ସେଠାରେ ଘଟିଥିଲା ଯାହା ତାଙ୍କୁ ଟିମରେ ଖେଳିବାରୁ ବଞ୍ଚିତ କରିଥିଲା ।

କ୍ୟାରିୟର ଶେଷ ପରି ଦୁଃଖଦ ଘଟଣାକୁ କରିଥିଲେ ଅତିକ୍ରମ

କୁମାରଙ୍କ କହିବା ଅନୁଯାୟୀ, "ଏକାଡେମୀରେ ଅଭ୍ୟାସ ମ୍ୟାଚ୍‌ ଚାଲିଥିବାବେଳେ ବିବେକ କିଛି ଜଣ ଡିଫେଣ୍ଡରଙ୍କୁ ହଠାତ ପିଟିଥିଲେ ଓ ଗ୍ରାଉଣ୍ଡର ଆରପାଖକୁ ଦୌଡିବାକୁ ଲାଗିଥିଲେ । ଅନ୍ୟ ଖେଳାଳି ତାଙ୍କୁ ଧରିବାକୁ ଚେଷ୍ଟା କରୁଥିଲେ । ଯାହା କିଛି ଘଟିଗଲା ମୁଁ ଦେଖିପାରିନଥିଲି ମାତ୍ର ଯାହା ଘଟିଥିଲା ଅତି ଭୟାନକ ଥିଲା । ସେ (ବିବେକ) ନିଜେ ମଧ୍ୟ ଗଭୀର ଭାବେ ଆଘାତପ୍ରାପ୍ତ ହୋଇଥିଲେ । ପାଖରେ ଥିବା ଏକ ହସ୍ପିଟାଲରେ ତଙ୍କୁ ଭର୍ତ୍ତାକରାଗଲା ସେଠାରେ ତୁରନ୍ତ ଏକ ସର୍ଜରୀ କରାଯାଇଥିଲା ।"

ତେବେ ଏହି ଘଟଣା ପରେ ମାନସିକ ଅବସାଦକୁ ତୁରନ୍ତ ଅତିକ୍ରମ କରିଥିଲେ ବିବେକ । ଦମଦାର କମବ୍ୟାକ୍‌ ସହ ସୁଲତାନ ଜୋହର କପ ୨୦୧୭ରେ ଟିମର ନେତୃ୍ତ୍ବ ନେଇଥିଲେ ଓ ଟିମ ବ୍ରୋଞ୍ଜ ବିଜେତା କରାଇଥିଲେ ।

ଦ୍ବିତୀୟ ସର୍ବକନିଷ୍ଠ ଖେଳାଳି ଭାବେ ଭାରତୀୟ ଟିମରେ ଡେବ୍ୟୁ

ନ୍ୟୁଜିଲାଣ୍ଡରେ ଏକ ଚତ୍ରୁଦେଶୀୟ ନିମନ୍ତ୍ରଣ ଟୁର୍ନାମେଣ୍ଟରେ ମାତ୍ର ୧୭ ବର୍ଷ ୧୦ ମାସ, ୨୨ ଦିନରେ ସେ ଜାତୀୟ ଟିମରେ ଡେବ୍ୟୁ କରିଥିଲେ । ଏହା ତାଙ୍କୁ ଜାତୀୟ ଟିମରେ ଡେବ୍ୟୁ କରିବାରେ ଦ୍ବିତୀୟ ସର୍ବକନିଷ୍ଠ ଖେଳାଳି କରିଥିଲା । ପୂର୍ବରୁ ଏହି ରେକର୍ଡ ପୂର୍ବତନ କ୍ୟାପଟେନ ସର୍ଦ୍ଦାର ସିଂହଙ୍କ ନାମରେ ରହିଥିଲା । ୧୭ ବର୍ଷ ୧୦ମାସ ୧୧ ଦିନରେ ସର୍ଦ୍ଦାର ସିଂହ ଜାତୀୟ ଟିମରେ ଡେବ୍ୟୁ କରିଥିଲେ ।

FIH ଦ୍ବାରା ସମ୍ମାନିତ

ପ୍ରଭାବୀ ପ୍ରଦର୍ଶନ ପାଇଁ ପ୍ରସାଦ ୨୦୧୯ ବର୍ଷର FIH ପୁରୁଷ ରାଇଜିଂ ଷ୍ଟାର ଖେଳାଳି ହୋଇଥିଲେ । ୨୦୧୯ରେ ଖେଳିଥିବା ସମସ୍ତ ଟୁର୍ନାମେଣ୍ଟରେ ସେ ୬ଟି ଗୋଲ୍‌ କରିଥିଲେ ଓ FIH ପୁରୁଷ ସିରିଜ ଫାଇନାଲରେ ଟୁର୍ନାମେଣ୍ଟର ଶ୍ରେଷ୍ଠ ଯୁବ ଖେଳାଳି ଭାବେ ପୁରସ୍କୃତ ହୋଇଥିଲେ ।

ମିଡଫିଲ୍ଡର ପ୍ରସାଦ ମଧ୍ୟ ଟୋକିଓ ୨୦୨୦ ଅଲମ୍ପିକ୍‌ରେ ଭାରତର ବ୍ରୋଞ୍ଜ ବିଜୟରେ ପ୍ରମୁଖ ଭୁମିକା ନିଭାଇଥିବାରୁ FIH Young Player of the Year ହୋଇଥିଲେ ।

ଟୋକିଓ ୨୦୨୦ରେ ସ୍ବପ୍ନ ପୂରଣ

ଟୋକିଓ ୨୦୨୦ ପ୍ରସାଦଙ୍କ ପଦାର୍ପଣ ଅଲମ୍ପିକ ଟୁର୍ନାମେଣ୍ଟ ଥିଲା । ଆର୍ଜେଣ୍ଟିନା ବିପକ୍ଷରେ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌ର ୩-୧ରେ ବିଜୟରେ ପ୍ରସାଦ ଗୋଟିଏ ଗୋଲ୍‌ କରିଥିଲେ । ଅଲମ୍ପିକ ପଦକ ବିଜୟ ପୋଡିୟମରେ ପହଞ୍ଚିବା ପରେ ସେ ତାଙ୍କ ଜୀବନକୁ ବଦଳାଇଛନ୍ତି । କାରଣ ପରିବାର ପାଇଁ ଏକ ପକ୍କା ଘର କରିବାର ସ୍ବପ୍ନ ପୂରଣ ଦେଖିଥିଲେ ।

"ମିଳିଥିବା ଟଙ୍କାରେ ଏକ ଘର ତିଆରି କରିବାକୁ ଯାଉଛି । ସିମେଣ୍ଟ ସିଟ୍‌ ଘରେ ବର୍ତ୍ତମାନ ମୋ ପରିବାର ରହୁଛନ୍ତି । ଅଧିକ ରୁମ୍‌ ମଧ୍ୟ ନାହିଁ । ପରିବାର ପାଇଁ ଏକ ଭଲ ଘର ପାଇଁ ସ୍ବପ୍ନ ରହିଛି । ତେବେ ନିଜ ଗାଁ ଚନ୍ଦନରେ ରହିବାକୁ ଚାହେଁ , ଗାଁ ଛାଡିବାକୁ ଚାହେଁନାହିଁ "ବୋଲି ଗଣମାଧ୍ୟମରେ ଅଲମ୍ପିଆନ ବିବେକ ପ୍ରତିକ୍ରିୟା ରଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.