ETV Bharat / sports

ଗ୍ରେଟ ବ୍ରିଟେନ ଓ ଭାରତ ମଧ୍ୟରେ ତୃତୀୟ ହକି ମ୍ୟାଚ ଡ୍ର' - india vs great britain

ଗ୍ରେଟ ବ୍ରିଟେନ ବିପକ୍ଷରେ ତୃତୀୟ ମ୍ୟାଚକୁ କେବଲ ଡ୍ର' ରଖିବାରେ ସକ୍ଷମ ହୋଇଛି ଭାରତୀୟ ହକି ଟିମ୍। ବର୍ତ୍ତମାନ ୟୁରୋପ ଗସ୍ତରେ ରହିଛି ଭାରତୀୟ ହକି ଦଳ। ଅଧିକ ପଢ଼ନ୍ତୁ...

ଗ୍ରେଟ ବ୍ରିଟେନ ଓ ଭାରତ ମଧ୍ୟରେ ତୃତୀୟ ହକି ମ୍ୟାଚ ଡ୍ର'

author img

By

Published : Mar 7, 2021, 6:57 PM IST

ବେଲଜିୟମ: ଗ୍ରେଟ ବ୍ରିଟେନ ବିପକ୍ଷରେ ତୃତୀୟ ମ୍ୟାଚକୁ କେବଲ ଡ୍ର' ରଖିବାରେ ସକ୍ଷମ ହୋଇଛି ଭାରତୀୟ ହକି ଟିମ୍। ବର୍ତ୍ତମାନ ୟୁରୋପ ଗସ୍ତରେ ରହିଛି ଭାରତୀୟ ହକି ଦଳ। ଦୁଇ ଦଳ ମଧ୍ୟରେ ଏକ ସଂଘର୍ଶପୂର୍ଣ୍ଣ ମ୍ୟାଚ ଦେଖିବାକୁ ମିଳିଛି। ମ୍ୟାଚର ଶେଷ ବେଳକୁ ଭାରତୀୟ ଷ୍ଟ୍ରାଇକର ସିମରନଜିତ ସିଂହ ଗୋଟିଏ ଗୋଲ ଦେଇ ମ୍ୟାଚକୁ ବରାବରରେ ଶେଷ କରିଛନ୍ତି।

ମ୍ୟାଚ ଆରମ୍ଭ ହେବା ମାତ୍ର 10ତମ ମିନିଟରେ ଗ୍ରେଟ ବ୍ରିଟେନ ଦଳକୁ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା। ତେବେ ଏହାର ଉପଯୋଗ କରି ପାରିନଥିଲା ଗ୍ରେଟ ବ୍ରିଟେନ ଦଳ। ଭାରତୀୟ ଗୋଲ କିପର ପେନାଲ୍ଟି କର୍ଣ୍ଣରକୁ ଗୋଲ ହେବାରୁ ରକ୍ଷା କରିଥିଲେ। ପ୍ରଥମ କ୍ବାର୍ଟରରେ କୌଣସି ଦଳ କାହାକୁ ଗୋଲ ଦେଇ ପାରିନଥିଲେ।

ଦ୍ବିତୀୟ କ୍ବାର୍ଟରରେ ମଧ୍ୟ ଦଳ ଆକ୍ରାତ୍ମକ ଖେଳ ଜାରି ରଖିଥିଲା। ଏହି କ୍ବାର୍ଟରରେ ମଧ୍ୟ ଦଳକୁ ପେନାଲ୍ଟି ସୁଟ ଆଉଟ ମିଳିଥିଲା। ତେବେ ଭାରତ ମଝବୁତ ଡିଫେଣ୍ଡ ଯୋଗୁଁ ଗୋଲ ଦେବାରେ ଅସଫଳ ହୋଥିଲା ଗ୍ରେଟ ବ୍ରିଟେନ। ଅନ୍ୟପଟେ ଭାରତକୁ ମଧ୍ୟ ଗୋଲ ଦେବାକୁ ବହୁ ସୁଯୋଗ ମିଳିଥିଲା। ତେବେ ଏହି ସବୁ ସୁଯୋଗକୁ ହାତଛଡ଼ା କରି ଦେଇଥିଲା ଦଳ।

ଦ୍ବିତୀୟ କ୍ବାର୍ଟରର ଶେଷ ବେଳକୁ ବିପକ୍ଷ ଦଳର ଏଲାନ ଫୋରସିଥ ଭାରତୀୟ ଦଳକୁ ଏକ ଗୋଲ ଦେବାରେ ସକ୍ଷମ ହୋଇଥିଲେ। ଏହାପରେ ମ୍ୟାଚରେ 1-0 ଗୋଲରେ ଆଗୁଆ ରହିଥିଲା ଗ୍ରେଟ ବ୍ରିଟେନ। କିନ୍ତୁ ମ୍ୟାଚର 57ତମ ମିନିଟରେ ଭାରତୀୟ ଷ୍ଟ୍ରାଇକର ସିମରନଜିତ ସିଂହ ଗ୍ରେଟ ବ୍ରିଟେନ ଏକ ଗୋଲ ଦେବାରେ ସଫଳ ହୋଇଥିଲେ। ଫଳରେ ମ୍ୟାଚ 1-1 ବରାବରରେ ଶେଷ ହୋଇଥିଲା। ଆସନ୍ତା ସୋମବାର ୟୁରୋପ ଗସ୍ତରେ ଶେଷ ମ୍ୟାଚ ଖେଳିବ ଭାରତୀୟ ହକି ଦଳ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.