ETV Bharat / sports

ହକି ସିରିଜ ଫାଇନାଲ୍ସ: ପହଞ୍ଚିଲା ଦକ୍ଷିଣ ଆଫ୍ରିକା - south afrika

ଦକ୍ଷିଣ ଆଫ୍ରିକା ହକି ଦଳ ପୁରୁଷ FIH ହକି ସିରିଜ ଫାଇନାଲ୍ସ ପାଇଁ ଓଡିଶାରେ ପହଞ୍ଚିଛି । ରାତି 9ଟାରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିଛି ଦଳ ।

ଫଟୋ ସୌଜନ୍ୟ- ପ୍ରତିନିଧି ଭୁବନେଶ୍ବର
author img

By

Published : Jun 3, 2019, 12:02 AM IST

ଭୁବନେଶ୍ବର: କ୍ରିକେଟ ବିଶ୍ବକପରେ ଦକ୍ଷିଣ ଆଫ୍ରିକା ଦଳ 2ୟ ପରାଜୟ ବରଣ କରିଥିବା ବେଳେ ଦେଶର ହକି ଦଳ ପୁରୁଷ FIH ହକି ସିରିଜ ଫାଇନାଲ୍ସ ପାଇଁ ଓଡିଶାରେ ପହଞ୍ଚିଛି । ରାତି 9ଟାରେ ସ୍ଥାନୀୟ ବିମାନବନ୍ଦରରେ ପହଞ୍ଚିଛି ଦଳ । ହକି ବିଶ୍ୱକପ ପରେ ପୁଣି ଥରେ ଓଡିଶା ଆସିଥିବାରୁ ବେଶ ଭଲ ଲାଗୁଥିବା କହିଛନ୍ତି ଦଳର ଅଧିନାୟକ ଟିମ୍‌ ଦୃମୋଣ୍ଡ ।

ଭିଡିଓ ସୌଜନ୍ୟ- ପ୍ରତିନିଧି ଭୁବନେଶ୍ବର

ତେବେ ଆଉ ଅଳ୍ପ ସମୟ ଥିବାରୁ ଆଜି ବିଶ୍ରାମ ନେବା ପରେ ଆସନ୍ତାକାଲିଠାରୁ ଅଭ୍ୟାସ ଆରମ୍ଭ କରାଯିବା ବୋଲି କହିଛନ୍ତି ଦଳର ଅଧିନାୟକ । ଦଳ କେବେ ହେଲେ ବି ଅଲମ୍ପିକ ମେଡାଲ ହାସଲ କରି ନଥିବା ବେଳେ ତାକୁ ଫୋକ୍ସରେ ରଖି ଏହି ପ୍ରତିଯୋଗିତାର ପ୍ରତି ମ୍ୟାଚର ପିଛା କରି ଖେଳିବାକୁ କହିଛନ୍ତି ଅଧିନାୟକ । ପ୍ରତିଯୋଗିତାରେ ତାଙ୍କ ଠାରୁ ଜାପାନ ଓ ଭାରତ ଭଳି ବିଶ୍ଵମାନ୍ୟତାରେ ଉଚ୍ଚରେ ଥିବା ଦଳ ରହିଥିବା ବେଳେ ଫାଇନାଲ୍ସରେ ଭାରତ ସହ ଖେଳିବାକୁ ସେ ଆଶା ରଖିଥିବା କହିଛନ୍ତି ।

ସୂଚନାଯୋଗ୍ୟ କି ଆସନ୍ତା 6 ତାରିଖରୁ ଆରମ୍ଭ ହେବାକୁ ଥିବା ଏହି ପ୍ରତିଯୋଗିତା ପାଇଁ ଅନ୍ୟ ସବୁ ବିଦେଶୀ ଦଳ ଆସି ସାରିଥିବା ବେଳେ ଆସନ୍ତାକାଲି ରାତି 8ଟାରେ ମେକ୍ସିକୋ ଟିମ ପହଞ୍ଚିବ ବୋଲି ସୂଚନା ମିଳିଛି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ଭୁବନେଶ୍ୱର:ହକି ପୁରୁଷ ବିଭାଗ ସିରିଜ ଫାଇନାଲ ପାଇଁ ଷଷ୍ଠ ବିଦେଶୀ ଦଳ ଭାବେ ଆଜି ରାତି 9ଟା ରେ ଭୁବନେଶ୍ୱର ରେ ପହଞ୍ଚିଛି ଦକ୍ଷିଣ ଆଫ୍ରିକା ହକି ଦଳ।ଗତ ବିଶ୍ୱକପ ପରେ ପୁଣି ଥରେ ଓଡିଶା ଆସିଥିବାରୁ ବେଶ ବେଶ ଭଲ ଲାଗୁଥିବା କହିଛନ୍ତି ଦଳର ଅଧିନାୟକ ଟିମ ଡ଼ଦ୍ରୁମଣ୍ଡ।  
ଭୁବନେଶ୍ୱର ବିମାନ ବନ୍ଦରରେ ଅବତରଣ ପରେ ସାମ୍ବାଦିକମାନଙ୍କ ସହ ଆଲୋଚନା କରିବା ବେଳେ ସେ ଦଳ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି।ତେବେ ଆଉ ଅଳ୍ପ ସମୟ ଥିବାରୁ ଆଜି ବିଶ୍ରାମ ନେବା ପରେ କାଲିଠାରୁ ଅଭ୍ୟାସ ଆରମ୍ଭ କରିଦେବୁ ବୋଲି କହିଛନ୍ତି।ଦଳ କେବେ ହେଲେ ବି ଅଲମ୍ପିକ ମେଡାଲ ହାସଲ କରି ନଥିବା ବେଳେ ତାକୁ ଫୋକ୍ସ ରେ ରଖି ଏହି ପ୍ରତିଯୋଗିତାର ପ୍ରତି ମ୍ୟାଚ ବାଇ ମ୍ୟାଚ ପିଛା କରି ଖେଳିବାକୁ କହିଛନ୍ତି ଟିମ।ପ୍ରତିଯୋଗିତାରେ ତାଙ୍କ ଠାରୁ ଜାପାନ ଓ ଭାରତ ଭଳି ବିଶ୍ଵମାନ୍ୟତାରେ ଉଚ୍ଚରେ ଥିବା ଦଳ ରହିଥିବା ବେଳେ ଫାଇନାଲ୍ ରେ ଭାରତ ସହ ଖେଳିବାକୁ ସେ ଆଶାରଖିଥିବା କହିଛନ୍ତି।
ସୂଚନାଯୋଗ୍ୟ କି ଆସନ୍ତା 6 ତାରିଖରୁ ଆରମ୍ଭ ହେବାକୁ ଥିବା ଏହି ପ୍ରତିଯୋଗିତା ପାଇଁ ଅନ୍ୟ ସବୁ ବିଦେଶୀ ଦଳ ଆସି ସାରିଥିବା ବେଳେ ଆସନ୍ତାକାଲି ରାତି 8ଟା ରେ ମେକ୍ସିକୋ ଟିମ ପହଞ୍ଚିବ ବୋଲି ସୂଚନା ମିଳିଛି।
Laxmikanta Das
Bhubaneswar
Visual already sent by mojo
Byte-Coach-Tim Drummond.
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.