ETV Bharat / sports

Junior Hockey WC: ଚିଲିକୁ ୫-୧ ଗୋଲରେ ହରାଇଲା ଦକ୍ଷିଣ ଆଫ୍ରିକା

author img

By

Published : Nov 26, 2021, 1:07 PM IST

କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଜୁନିୟର ବିଶ୍ୱକପ ହକିର (juniorhockeyworldcup) ତୃତୀୟ ଦିନର ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଓ ଚିଲି ମଧ୍ୟରେ ମୁକାବିଲା ହୋଇଥିଲା । ୫-୧ଗୋଲରେ ଚିଲିକୁ (chile) ପରାସ୍ତ କରିଛି ଦକ୍ଷିଣ ଆଫ୍ରିକା (Southafrica) । ଅଧିକ ପଢନ୍ତୁ

ଚିଲିକୁ ୫-୧ ଗୋଲରେ ହରାଇଲା ଦକ୍ଷିଣ ଆଫ୍ରିକା
ଚିଲିକୁ ୫-୧ ଗୋଲରେ ହରାଇଲା ଦକ୍ଷିଣ ଆଫ୍ରିକା

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଜୁନିୟର ବିଶ୍ୱକପ ହକିର (Junior Hockey WC) ତୃତୀୟ ଦିନର ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଓ ଚିଲି ମଧ୍ୟରେ ମୁକାବିଲା ହୋଇଥିଲା । ୫-୧ଗୋଲରେ ଚିଲିକୁ (Chile) ପରାସ୍ତ କରିଛି ଦକ୍ଷିଣ ଆଫ୍ରିକା (South Africa) । ଦକ୍ଷିଣ ଆଫ୍ରିକା ପ୍ରଥମ ବିଜୟ ସ୍ୱାଦ ଚାଖିଛି । ପୂର୍ବରୁ ଦକ୍ଷିଣ ଆଫ୍ରିକା ପ୍ରଥମ ମ୍ୟାଚରେ ବେଲଜିୟମ ନିକଟରୁ ୧-୫ ଗୋଲରେ ହାରିଥିଲା ।

ପ୍ରଥମ କ୍ୱାର୍ଟର ସାତ ମିନିଟରେ ଦକ୍ଷିଣ ଆଫ୍ରିକା ଗୋଟିଏ ଦମଦାର ଗୋଲ ଦେଇ ଚିଲି ଉପରେ ଚାପ ପକାଇଥିଲା । ଦଳ ପକ୍ଷରୁ ଇଦ୍ରିସ୍ ଅବଦୁଲା ଏହି ଗୋଲ କରିଥିଲେ। ତାପରେ ଉଭୟ ଦଳ ମଧ୍ୟରେ ଆକ୍ରମଣ ଓ ପ୍ରତି ଆକ୍ରମଣ ଚାଲିଲା । କିନ୍ତୁ ଆଉ କାହାକୁ ସଫଳତା ମିଳିନଥିଲା । ପ୍ରଥମ କ୍ୱାର୍ଟର ଶେଷରେ ଦକ୍ଷିଣ ଆଫ୍ରିକା ୧-୦ଗୋଲରେ ଆଗୁଆ ରହିଥିଲା । ଦ୍ୱିତୀୟ କ୍ୱାର୍ଟରରେ ଉଭୟ ଦଳ ନୂଆ ରଣନୀତି ନେଇ ପୁଣି ଥରେ ପଡିଆକୁ ଓହ୍ଲାଇଥିଲେ । ଦୀର୍ଘ ୧୫ମିନିଟ ଧରି ଲଢେଇ ଚାଲିଲା। ହେଲେ କେହି କାହାରିକୁ ଗୋଲ୍ ଦେଇପାରିନଥିଲେ । ହାଫ ଟାଇମ ଶେଷ ସୁଦ୍ଧା ମ୍ୟାଚର ସମାନ ସ୍ଥିତି ରହିଥିଲା ।

ତୃତୀୟ କ୍ୱାର୍ଟରରେ ମୋଟ ୪ଟି ଗୋଲ ହୋଇଥିଲା । ସେଥିମଧ୍ୟରୁ ଦକ୍ଷିଣ ଆଫ୍ରିକା ୩ଟି ଏବଂ ଚିଲି ଗୋଟିଏ ଗୋଲ ସ୍କୋର କରିଥିଲା । ୩୬ମିନିଟରେ ପିଟର ଜାର୍ଭିସ ଦଳୀୟ ଦ୍ୱିତୀୟ ଗୋଲ, ୪୨ ମିନିଟରେ କାମେରନ ଫୋରଷ୍ଟିୟର ଦଳୀୟ ତୃତୀୟ ଗୋଲ ଏବଂ ୪୫ମିନିଟରେ ଜ୍ୟାକ୍ ଭାନ ତନ୍ଦର ଦଳୀୟ ଚତୁର୍ଥ ଗୋଲ ସ୍କୋର କରିଥିଲେ। ସେପଟେ ଚିଲି ଗୋଟିଏ ଗୋଲରେ ଖାତା ଖୋଲିଥିଲା। ୩୮ମିନିଟରେ ଅଗଷ୍ଟିନ୍ ଅମୋରୋସୋ ଏହି ଗୋଲଟି କରିଥିଲେ । ତୃତୀୟ କ୍ୱାର୍ଟର ଶେଷ ସୁଦ୍ଧା ଦକ୍ଷିଣ ଆଫ୍ରିକା ୪-୧ ଗୋଲରେ ମ୍ୟାଚକୁ ନିଜ କବଜାକୁ ନେଇଥିଲା ।

ଚତୁର୍ଥ କ୍ୟାର୍ଟର ଗୋଟିଏ ଗୋଲ ସ୍କୋର ହୋଇଥିଲା । ୫୯ ମିନିଟରେ ବ୍ୟକ୍ତିଗତ ଦ୍ୱିତୀୟ ଗୋଲ ଏବଂ ଦଳୀୟ ପଞ୍ଚମ ଗୋଲ ଦେଇଥିଲେ ଫୋରଷ୍ଟିୟର । ଏଥିସହ ଦକ୍ଷିଣ ଆଫ୍ରିକା ମୁକାବିଲାକୁ ୫-୧ ଗୋଲରେ ଜିତିନେଇଥିଲା। ବ୍ୟକ୍ତିଗତ ଦୁଇଟି ଗୋଲ କରିଥିବା ଫୋରଷ୍ଟିୟର୍ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି । ଶନିବାର ଦକ୍ଷିଣ ଆଫ୍ରିକା ତାର ଶେଷ ଲିଗ୍ ମ୍ୟାଚରେ ମାଲେସିଆକୁ ଭେଟିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.