ଟୋକିଓ: ଭାରତୀୟ ମହିଳା ହକି ଟିମର ମୁଖ୍ୟ କୋଚ୍ ଶୋର୍ଡ ମାରିଜିନଙ୍କ ଇସ୍ତଫା ଘୋଷଣା । ଗ୍ରେଟ ବ୍ରିଟେନ ବିପକ୍ଷ କଡା ପ୍ରତିନ୍ଦ୍ବନ୍ଦ୍ବୀତା ପୂର୍ଣ୍ଣ ବ୍ରୋଞ୍ଜ ପଦକ ମ୍ୟାଚ୍ରେ ଭାରତ ୩-୪ରେ ଅଳ୍ପକେ ବିଜୟରୁ ବଞ୍ଚିତ ହୋଇଛି ।
ଏହାର କିଛି ଘଣ୍ଟା ପରେ ନେଦରଲାଣ୍ଡର ପୂର୍ବତନ ଖେଳାଳି ମାରିଜିନ ଅନଲାଇନ ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ମହିଳା ଟିମ ସହ ଏହା ଶେଷ ମ୍ୟାଚ ଥିଲା ବୋଲି କହିଛନ୍ତି । ମାରିଜିନଙ୍କ ନେତୃତ୍ବରେ ଭାରତୀୟ ମହିଳା ହକି ଟିମ ଅଲମ୍ପିକରେ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛି ।
ଏହା ଜଣାପଡିଛି ଯେ, ମାରିଜିନ ଓ ଟିମର ବିଷ୍ଲେଷଣାତ୍ମକ କୋଚ୍ଙ୍କୁ ଭାରତୀୟ ଖେଳ ପ୍ରାଧୀକରଣ(SAI) ଦ୍ବାରା କାର୍ଯ୍ୟକାଳ ବୃଦ୍ଧି ପାଇଁ ସୂଚନା ଦିଆଯାଇଥିଲା, ମାତ୍ର ୪୭ ବର୍ଷୀୟ ମୁଖ୍ୟ କୋଚ ମାରିଜିନ ବ୍ୟକ୍ତିଗତ କାରଣରୁ ଏହି ପ୍ରସ୍ତାବକୁ ଅସ୍ବୀକାର କରିଛନ୍ତି । ବର୍ଷ ୨୦୧୭ରେ ମାରିଜିନଙ୍କୁ ଭାରତୀୟ ମହିଳା ହକି ଟିମର ମୁଖ୍ୟ କୋଚ୍ ନିଯୁକ୍ତ କରାଯାଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ