ଭୁବନେଶ୍ବର: 23 ଜାନୁଆରୀ ନ୍ୟୁଜିଲାଣ୍ଡ ଗସ୍ତରେ ଯିବ ଭାରତୀୟ ମହିଳା ହକି ଦଳ । ତେବେ ନ୍ୟୁଜଲାଣ୍ଡ ଟୁର୍ ପାଇଁ 20 ଜଣିଆ ଭାରତୀୟ ଦଳର ଘୋଷଣା କରାଯାଇଛି । ଭାରତୀୟ ଟିମରେ ଓଡିଶାରୁ 3 ଖେଳାଳି ଅଛନ୍ତି । ସେମାନେ ହେଲେ ଦୀପଗ୍ରେସ ଏକ୍କା, ଲିଲିମା ମିଞ୍ଜ ଓ ନମିତା ଟପ୍ପୋ । ତେବେ ଏହି ଭାରତୀୟ ଦଳର ନେତୃତ୍ବ ଭାର ଷ୍ଟାର ଷ୍ଟାଇକର ରାନୀ ରାମପାଳଙ୍କ କାନ୍ଧରେ ରହିଛି ।

ତେବେ ଭାରତୀୟ ଦଳରେ ଓଡିଶାର 3 ଖେଳାଳିଙ୍କୁ ସ୍ଥାନ ମିଳିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ହକି ଇଣ୍ଡିଆ ମଙ୍ଗଳବାର ଏହି ଟିମର ଘୋଷଣା କରିଛି । ଗୋଲକିପର ସବିତା ଉପଅଧିନାୟକ ଦାୟିତ୍ବ ତୁଲାଇବେ । ଭାରତ ତା'ର ପ୍ରଥମ ମ୍ୟାଚ 25 ଜାନୁଆରୀରେ ଖେଳିବ । ଏହାପରେ 27 ଓ 29 ଜାନୁଆରୀରେ କିଓ୍ବି ଟିମ ସହ ମୁକାବିଲା କରିବ ।




ଭାରତର ମୁଖ୍ୟ କୋଚ ଶୋର୍ଡ ମାରିନ କହିଛନ୍ତି ଯେ, ଏହି ଗସ୍ତରେ ଟିମ ଭିତରେ କିପରି ପ୍ରତିସ୍ପର୍ଦ୍ଧା ବଢିବ ସେଥିପ୍ରତି ଧ୍ୟାନ ଦେବି । ଆମେ 20 ଖେଳାଳିଙ୍କ ସହ ଗସ୍ତ କରୁଛୁ କିନ୍ତୁ 16ଜଣ ସହ ଖେଳିବୁ । କାରଣ ଅଲମ୍ପିକରେ 16ଜଣ ସଦସ୍ୟ ଟିମରେ ଥାନ୍ତି । ଚ୍ୟାଲେଞ୍ଜିଙ୍ଗ୍ ମ୍ୟାଚରେ ବି ଖେଳାଳିଙ୍କୁ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପଡିବ ।
ଟିମ: ରାନୀ ରାମପାଳ(ଅଧିନାୟିକା), ସବିତା, ରଜନୀ, ଦୀପ ଗ୍ରେସ ଏକ୍କା,ଗୁରଜୀତ କୌର,ସଲିମା ଟେଟେ, ସୁଶୀଲା ଚାନୁ, ନିଶା, ନମିତା ଟପ୍ପୋ, ଉଦିତା,ମୋନିକା, ଲିଲିମା ମିଞ୍ଜ, ନେହା, ସୋନିକା,ଶର୍ମିଳା ଦେବୀ, ନବନୀତ କୌର,ଲାଲରେମ୍ସିୟାମୀ, ବନ୍ଦନା, ନବଜ୍ୟୋତ କୌର