ETV Bharat / sports

ସଠିକ ସମୟ ଚୟନ ଅଲମ୍ପିକ୍ସରେ ପ୍ରଭାବୀ ପ୍ରଦର୍ଶନର ମନ୍ତ୍ର: ନବଜୋତ କୌର - ଟୋକିଓ ଅଲମ୍ପିକ୍ସ

ଉପଯୁକ୍ତ ସମୟରେ ସଠିକ ନିଷ୍ପତ୍ତି ସହ ଅଲମ୍ପିକ ଗେମ୍ସରେ ପ୍ରଭାବୀ ପ୍ରଦର୍ଶନ ଗୁରୁତ୍ବପୂର୍ଣ୍ଣ ହେବ ବୋଲି କହିଛନ୍ତି ମହିଳା ହକି ଟିମ ଇଣ୍ଡିଆର ଫରୱାର୍ଡ ଖେଳାଳି ନବଜୋତ କୌର । ଅଧିକ ପଢନ୍ତୁ...

Peaking at right time will be crucial to perform well at Olympics: Navjot Kaur
ସଠିକ ସମୟ ଚୟନ ଅଲମ୍ପିକ୍ସରେ ପ୍ରଭାବୀ ପ୍ରଦର୍ଶନର ମନ୍ତ୍ର: ନବଜୋତ କୌର
author img

By

Published : Oct 27, 2020, 8:48 PM IST

ବେଙ୍ଗାଲୁରୁ: ମହିଳା ହକି ଟିମ ଇଣ୍ଡିଆର ଫରୱାର୍ଡ ଖେଳାଳି ନବଜୋତ କୌର ଟୋକିଓ ଅଲମ୍ପିକ୍ସକୁ ନେଇ ରଖିଛନ୍ତି ବଡ ବୟାନ । ଉପଯୁକ୍ତ ସମୟରେ ସଠିକ ନିଷ୍ପତ୍ତି ସହ ଅଲମ୍ପିକ ଗେମ୍ସରେ ପ୍ରଭାବୀ ପ୍ରଦର୍ଶନ ଗୁରୁତ୍ବପୂର୍ଣ୍ଣ ହେବ ବୋଲି କହିଛନ୍ତି ନବଜୋତ ।

ଏଯାବତ ଜାତୀୟ ଟିମରେ 170 ମ୍ୟାଚ ଖେଳିସାରିଛନ୍ତି କୌର । ବ୍ୟକ୍ତିଗତ ସ୍ତରର କୌଣସି ଖେଳାଳି ନୁହଁନ୍ତି ବରଂ ସଂପୂର୍ଣ୍ଣ ଟିମ ଫର୍ମକୁ ଫେରିବା ଜରୁରୀ ।

ସମୟ ସହ ତାଳ ଦେଇ ଶକ୍ତିଶାଳୀ ହେଉଛି ଟିମ । ଏହା ସମସ୍ତଙ୍କ ପାଇଁ ଶୁଭ ସଙ୍କେତ । ସଂପୂର୍ଣ୍ଣ ଶକ୍ତି ସହ ଅଲମ୍ପିକରେ ଖେଳିବାକୁ ହେବ । ଟୋକିଓ ଅଲମ୍ପିକ୍ସ ପୂର୍ବରୁ ଜାତୀୟ କ୍ୟାମ୍ପର ଆୟୋଜନ ଓ ପ୍ରସ୍ତୁତି ପାଇଁ ପର୍ଯ୍ୟାପ୍ତ ସମୟ ଉପଲବ୍ଧ କରିଥିବାରୁ ହକି ଇଣ୍ଡିଆ ଓ ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆକୁ କୃତଜ୍ଞତା ଜଣାଇଛନ୍ତି ନବଜୋତ ।

ଆଗାମୀ ଦିନରେ ବ୍ୟକ୍ତିଗତ ସ୍ତରରେ କେଉଁସବୁ ଲକ୍ଷ୍ୟ ରହିଛି ପ୍ରଶ୍ନର ଉତ୍ତରରେ, ନବଜୋତ କହିଛନ୍ତି, ଟିମର ବିଜୟରେ ଅଧିକ ଯୋଗଦାନ ଦେବାକୁ ଲକ୍ଷ୍ୟ ଥିବା କହିଛନ୍ତି 25 ବର୍ଷିୟା ଷ୍ଟାର ଖେଳାଳି ।

ଅଲମ୍ପିକକୁ ନେଇ ସମସ୍ତ ପ୍ରସ୍ତୁତି ପର୍ବ ଚୁଡାନ୍ତ । ତେବେ ଏହା ଗୁରୁତ୍ବପୂର୍ଣ୍ଣ ଯେ,ସମସ୍ତ ସଦସ୍ୟଙ୍କୁ ବ୍ୟକ୍ତିଗତ ଭାବେ ନିଜର ଦାୟିତ୍ବକୁ ବୁଝିବାକୁ ହେବ । କୋଚ ଓ ସିନିୟର ଖେଳାଳି ସକରାତ୍ମକ ରଣନୀତି ପ୍ରସ୍ତୁତ କରିବା ଏହ ଏହାକୁ କାର୍ଯ୍ୟକାରୀ କରିବାକୁ ପ୍ରୟାସ ଜାରି ରଖିଥିବା କହିଛନ୍ତି ନବଜୋତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.