ETV Bharat / sports

Olympics Hockey: ବିଶ୍ବମଞ୍ଚରେ ପୁଣି ବ୍ରିଟିଶକୁ ହରାଇବାକୁ ପ୍ରସ୍ତୁତ ଭାରତ - ଟୋକିଓ ଅଲମ୍ପିକ ୨୦୨୦

ଭାରତୀୟ ପୁରୁଷ ହକି ଟିମ ଅଲମ୍ପିକ ହକି ପ୍ରତିଯୋଗିତାର କ୍ବାର୍ଟର ଫାଇନାଲ ମ୍ୟାଚ ଗ୍ରେଟ ବ୍ରିଟେନ ବିପକ୍ଷରେ ଖେଳିବ । ଅଧିକ ପଢନ୍ତୁ...

Olympics Hockey: India gear up for tricky British challenge
Olympics Hockey: ବିଶ୍ବମଞ୍ଚରେ ପୁଣି ବ୍ରିଟିଶଙ୍କୁ ହରାଇବାକୁ ପ୍ରସ୍ତୁତ ଭାରତ
author img

By

Published : Aug 1, 2021, 4:29 PM IST

ଟୋକିଓ: ଭାରତର ସ୍ବର୍ଣ୍ଣିମ ସଫଳତମ କ୍ରୀଡା ଯାତ୍ରାରେ ଆଜିର(ଅଗଷ୍ଟ ୧ ରବିବାର) ସନ୍ଧ୍ୟା ସ୍ବତନ୍ତ୍ର ହେବାକୁ ଯାଉଛି । ବିଜୟ ସଫଳତାର ଇତିହାସରେ ସାମିଲ ହେବ ତ ପରାଜୟ ସୁବର୍ଣ୍ଣ ସୁଯୋଗର ଅବଶୋଷ ହୋଇଯିବ । ଭାରତୀୟ ପୁରୁଷ ହକି ଟିମ ଅଲମ୍ପିକ ହକି ପ୍ରତିଯୋଗିତାର କ୍ବାର୍ଟର ଫାଇନାଲ ମ୍ୟାଚ ଖେଳିବ । ଅନ୍ୟପଟେ ରିଓ ଅଲମ୍ପିକରେ ରୌପ୍ୟ ପଦକ ଜିତିଥିବା ପିଭି ସିନ୍ଧୁ ଟୋକିଓ ଅଲମ୍ପିକ ବ୍ୟାଡମିଣ୍ଟନ ସିଙ୍ଗଲ୍ସର ବ୍ରୋଞ୍ଜ ପଦକ ମ୍ୟାଚ ଖେଳିବେ

ହକି କ୍ବାର୍ଟର ଫାଇନାଲରେ ଭାରତ ସାମ୍ନାରେ ରହିଛି ଗ୍ରେଟ ବ୍ରିଟେନ । ଗ୍ରେଟ ବ୍ରିଟେନ ଓ ଭାରତ ମଧ୍ୟରେ ହକି ପ୍ରତିନ୍ଦ୍ବନ୍ଦ୍ବୀତା ବେଶ ପୁରୁଣା । ଅଗଷ୍ଟ ୧୨, ୧୯୪୮ରେ ଅର୍ଥାତ ବ୍ରିଟିଶ ଶାସନରୁ ମୁକ୍ତ ହୋଇ ଭାରତ ସ୍ବାଧିନ ହେବାର ପ୍ରାୟ ୧ ବର୍ଷ ପରେ ବଲବୀର ସିଂହ ସିନିୟରଙ୍କ ନେତୃତ୍ବରେ ଲଣ୍ଡନରର ୱିମ୍ବଲେ ଷ୍ଟାଡିୟମରେ ଆୟୋଜକ ଟିମକୁ ୪-୦ରେ ହରାଇ ସ୍ବାଧୀନ ଭାରତର ପ୍ରଥମ ସ୍ବର୍ଣ୍ଣ ପଦକ ଜିତିଥିଲା । ଦେଶ ସ୍ବାଧିନ ହୋଇଥିବା ପବିତ୍ର ଦିନର ପ୍ରାୟ ଦୁଇ ସପ୍ତାହ ପୂର୍ବରୁ Oi ଷ୍ଟାଡିୟମରେ ଦୁଇଟିମ କ୍ବାର୍ଟରଫାଇନାଲରେ ମୁହାଁମୁହିଁ ହେଉଛନ୍ତି ।

ହେଡ୍‌ ଟୁ ହେଡ---- ଭାରତ ବନାମ ଗ୍ରେଟ ବ୍ରିଟେନ:

  • ଉଭୟ ଟିମ ଅଲମ୍ପିକରେ ୮ ଥର ମୁହାଁମୁହିଁ ହୋଇଛନ୍ତି ।
  • ଭାରତ ୪ଟି ବିଜୟୀ ହୋଇଥିବାବେଳେ ୪ଟି ଡ୍ର ରହିଛି ।
  • ଗ୍ରେଟ ବ୍ରିଟେନ ଅଲମ୍ପିକରେ ଭାରତକୁ ହରାଇବାରେ ସଫଳ ହୋଇନାହିଁ ।
  • ଭାରତ ୧୮ଟି ଗୋଲ୍‌ କରିଥିବାବେଳେ ବ୍ରିଟିଶ ଟିମ ନାମରେ ରହିଛି ୧୩ଟି ଗୋଲ୍‌ ।
  • ବିଶ୍ବ ହକି ମାନ୍ୟତାର ୩ନମ୍ବର ସ୍ଥାନରେ ରହିଛି ଭାରତ, ଅନ୍ୟପଟେ ୬ ନମ୍ବର ସ୍ଥାନରେ ରହିଛି ଗ୍ରେଟ ବ୍ରିଟେନ ।

ତିନିଥରର ଚମ୍ପିଆନ ଗ୍ରେଟ ବ୍ରିଟେନ ୧୯୮୮ ସିଓଲ ଅଲମ୍ପିକ ଠାରୁ ପଦକ ବିଜୟ ପୋଡିୟମ ଓ ସ୍ବର୍ଣ୍ଣ ପଦକ ଲକ୍ଷ୍ୟରେ ରହିଛି । ଅନ୍ୟପଟେ ମନପ୍ରୀତ ସିଂହ ଆଣ୍ଡ କୋ ଭାରତର ୪୧ ବର୍ଷର ଅଲମ୍ପିକ ହକି ପଦକ ମରୁଡିକୁ ଶେଷ କରିବା ଲକ୍ଷ୍ୟରେ ରହିଛନ୍ତି । ଭାରତ ଶେଷ ତଥା ଅଷ୍ଟମ ସ୍ବର୍ଣ୍ଣ ପଦକ ୧୯୮୦ ମସ୍କୋ ଅଲମ୍ପିକରେ ହାସଲ କରିଥିଲା । ଏହାପରେ ତିନୋଟି ଦଶନ୍ଧି ବିତିଯାଇଥିଲେ ମଧ୍ୟ ଉଭୟ ଟିମ ପୂର୍ବ ଗୌରବକୁ ଦୋହରାଇବାରେ ବିଫଳ ହୋଇଛନ୍ତି । ମାତ୍ର ଏହି ଦିଗରେ ଏକ ଯାତ୍ରା ରବିବାର ସନ୍ଧ୍ୟାରେ ଆରମ୍ଭ କରିବେ ଦୁଇ ଟିମ ।

ଗ୍ରୁପ ପର୍ଯ୍ୟାୟରେ କେବଳ ଅଷ୍ଟ୍ରେଲିଆ ଠାରୁ ଭାରତକୁ ପରାଜ୍ୟ ମିଳିଛି । ୫ଟି ଗ୍ରୁପ ପର୍ଯ୍ୟାୟ ମ୍ୟାଚରୁ ୪ଟି ରେ ବିଜୟୀ ହୋଇଛି ।

ଗ୍ରେଟ ବ୍ରିଟେନ ଶୁକ୍ରବାର ବେଲଜିୟମ ବିପକ୍ଷ ମ୍ୟାଚକୁ ୨-୨ରେ ଡ୍ର ରଖିବା ସହ ପୁଲ ବି' ର ତୃତୀୟରେ ରହିବା ସହ ଶୀର୍ଷ ୮ରେ ସ୍ଥାନ ହାସଲ କରିଛି । ଆଡାମ ଡିକ୍ସନ ମାର୍ଶାଲ୍ଡଙ୍କ ଟିମ ଲିଗ ପର୍ଯ୍ୟାୟରେ ଦୁଇଟି ବିଜୟ ଓ ଦୁଇଟି ପରାଜୟର ସାମ୍ନା କରିଛି ଓ ଶେଷ ମ୍ୟାଚରେ ଡ୍ରରେ ଶେଷ ହୋଇଥିଲା ।

୫ବର୍ଷ ତଳେ ରିଓରେ ଏହି ପର୍ଯ୍ୟାୟରେ ନିରାଶ ହୋଇଥିବା ଭାରତ, ଗ୍ରେଟ ବ୍ରିଟେନ ପାଇଁ ବଡ ଚ୍ୟାଲେଞ୍ଜ ହୋଇପାରେ । ପ୍ରାୟ ସମସ୍ତ ଖେଳାଳି ଭଲ ପ୍ରଦର୍ଶନ କରିଛନ୍ତି ଓ ଲିଗ ପର୍ଯ୍ୟାୟରେ ଥିବା ଦୁର୍ବଳତାକୁ ଶୀଘ୍ର ଶେଷ କରିବାକୁ ସଫଳ ହୋଇଛି ଭାରତ ।

ଫଳରେ ଉଭୟ ଟିମ ମଧ୍ୟରେ କଡା ମୁକାବିଲା ହେବାର ସମ୍ଭାବନା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.