ETV Bharat / sports

ଟୋକିଓ ଅଲମ୍ପିକ ଟେଷ୍ଟ: ଘରୋଇ ଦଳକୁ 3-6 ମାତ୍‌ ଦେଲା ହରମନପ୍ରୀତ ବାହିନୀ

ଆଜି ଭାରତୀୟ ପୁରଷ ହକି ଦଳ ଟ୍ରୁପରେ ଦମ୍‌ଦାର ପ୍ରଦର୍ଶନ କରି ଘରୋଇ ଦଳ ଜାପାନକୁ 6-3 ଗୋଲ୍‌ରେ ମାତ୍‌ ଦେଇଛି । ଏହି ମ୍ୟାଚରେ ଓଡିଆ ପୁଅ ଡିଫେଣ୍ଡର ନିଲମ ଖେସ୍‌ ପେନାଲଣ୍ଟିକୁ ଗୋଲରେ ପରିଣତ କରିବାରେ ସଫଳ ହୋଇଥିଲେ ।

author img

By

Published : Aug 20, 2019, 1:02 PM IST

ଡିଜାଇନ ଫଟୋ

ଟୋକିଓ: ପୁଣି ଗର୍ଜିଲା ହରମନପ୍ରୀତ ବାହିନୀ । ପୂର୍ବ ମ୍ୟାଚର ତ୍ରୁଟିକୁ ସୁଧାରି ଟ୍ରୁପ୍‌ରେ ଘରୋଇ ଦଳ ଜାପାନକୁ ପରାସ୍ତ କରିଛି । ଏଥିସହ ଭାରତୀୟ ପୁରଷ ହକି ଦଳ ଫାଇନାଲ ମ୍ୟାଚରେ ନିଜର ସ୍ଥାନ ପକ୍କା କରିଛି । ଆଜିର ମ୍ୟାଚରେ ଭାରତ 6-3 ଗୋଲ୍‌ରେ ଜାପାନକୁ ମାତ୍‌ ଦେଇଛି । ଦଳ ପକ୍ଷରୁ ସର୍ବାଧିକ ଗୋଲ୍‌ ମନଦୀପ ସିଂ କରିଥିଲେ।

ଆଜି ଟୋକିଓ ଅଲମ୍ପିକ ଟେଷ୍ଟ ଇଭେଣ୍ଟର 3ୟ ମ୍ୟାଚରେ ଭାରତୀୟ ପୁରୁଷ ହକି ଦଳ ଜାପାନ ସହ ମୁକାବିଲା କରିଥିଲା । ଖେଳ ଆରମ୍ଭରୁ ଭାରତୀୟ ଖେଳାଳୀ ଆଟାକ୍‌ ମୁଡରେ ରହି ବିପକ୍ଷ ଦଳକୁ ଚାପରେ ରଖିଥିଲା। ମ୍ୟାଚ ଆରମ୍ଭର 3ମିନିଟ୍‌ରେ ଭାରତ ପକ୍ଷରୁ ନିଳକାନ୍ତ ଶର୍ମା ପ୍ରଥମ ଗୋଲ କରିଥିଲେ । ଏହାପରେ ପରେ ତୁରନ୍ତ ପୁଣି ଭାରତ ପକ୍ଷରୁ 7ମିନିଟ୍‌ ଓ 9ମିନିଟ୍‌ରେ କ୍ରମାଗତ ଭାବେ ନିଲମ ଖେସ୍‌ ଓ ମନଦୀପ ଗୋଲ କରି 3-0ରେ ଆଗୁଆ ରହିଥିଲା ।

ଟୋକିଓ ଅଲମ୍ପିକ
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ଏହାପରେ 2ୟ କ୍ବାର୍ଟର ଆରମ୍ଭର 25ମିନିଟ୍‌ରେ ଜାପାନ ଭାରତକୁ ପ୍ରଥମ ଗୋଲ ଦେଇ ସ୍କୋର 3-1 କରିଥିଲା । ଏହାପରେ ପୁଣି 29ମିନିଟ୍‌ ଓ 30ମିନିଟ୍‌ରେ ମନଦୀପ ସିଂ 2ଟିଗୋଲ କରି ସ୍କୋର 5-1 କରିଥିଲେ । 3ୟ କ୍ବାର୍ଟରରେ ଜାପାନ ପକ୍ଷରୁ 2ୟ ଗୋଲ କରି ସ୍କାରକୁ2-5କୁ ଆଣିଥିଲେ । ମ୍ୟାଚର 41ମିନିଟ୍‌ରେ ଗୁରସାହିବଜିତ ସିଂ ଗୋଲ କରି ସ୍କୋରକୁ 6-2କୁ ଆଣିଥିଲେ । ତେବେ ଅନ୍ତିମ କ୍ବାଟରରେ ଜାପାନ ପକ୍ଷରୁ ଆଉ ଏକ ଗୋଲ କରି ସ୍କୋର 3-6କୁ ଆଣିଥିଲେ।ଆଜିର ବିଜୟ ପରେ ଆସନ୍ତାକାଲି ଭାରତ ଫାଇନାଲ ମ୍ୟାଚ ଖେଳିବ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.