ETV Bharat / sports

ନବୀନଙ୍କ ବଡ ଘୋଷଣା, ଓଡିଶାରେ ଜୁନିଅର ବିଶ୍ବକପ ହକି

author img

By

Published : Sep 23, 2021, 6:23 PM IST

Updated : Sep 23, 2021, 8:32 PM IST

ପୁରୁଷ ଜୁନିୟର ହକି ବିଶ୍ବକପ ଆୟୋଜନ କରିବ ଓଡିଶା । ଅଧିକ ପଢନ୍ତୁ...

Odisha to host junior mens Hockey World cup
ଓଡିଶାରେ ଜୁନିଅର ବିଶ୍ବକପ ହକି

ଭୁବନେଶ୍ବର: ପୁରୁଷ ଜୁନିଅର ହକି ବିଶ୍ବକପ ଆୟୋଜନ କରିବ ଓଡିଶା । ଲୋକସେବା ଭବନରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନଭେମ୍ବର ୨୪ରୁ ଡିସେମ୍ବର ୫ ପର୍ଯ୍ୟନ୍ତ ଏହି ମେଗା ଟୁର୍ଣ୍ଣାମେଣ୍ଟ କଳିଙ୍ଗ ଷ୍ଟାଡିୟମ, ଭୁବନେଶ୍ବରରେ ଖେଳାଯିବ ।

  • Happy to announce that #KalingaStadium, #Bhubaneswar will be hosting the FIH Junior Men's Hockey World Cup from 24th November to 5th December, 2021. As the reigning champions, our team will take advantage of the home ground and emerge victorious again. Best wishes to the team. pic.twitter.com/9s6ekxXuui

    — Naveen Patnaik (@Naveen_Odisha) September 23, 2021 " class="align-text-top noRightClick twitterSection" data=" ">

ଭୁବନେଶ୍ବରକୁ ଫେରିଲା ହକିର ଆଉ ଏକ ମହାକୁମ୍ଭ । ନଭେମ୍ବର ୨୪ରୁ ଡିସେମ୍ବର ୫ ମ୍ୟାଚ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ଦ୍ଵାଦଶତମ ଜୁନିଅର ପୁରୁଷ ବିଶ୍ଵକପ ହକି । ବିଶ୍ବକପର ଟ୍ରଫି ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକସଭା ଭବନର ନୂଆ କନଭେନସନ ହଲରେ ଉନ୍ମୋଚନ ହୋଇଛି ଟ୍ରଫି । FIH ସଭାପତି ନରେନ୍ଦ୍ର ବାତ୍ରା, ରାଜ୍ୟ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । କୋଭିଡ କଟକଣାରେ ଦର୍ଶକ ନେବେ ବିଶ୍ବକପର ମଜା ।

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ଓଡିଶା ଆୟୋଜନ କରିବ ଜୁନିଅର ହକି ବିଶ୍ବକପ ୨୦୨୧

ନଭେମ୍ବର ୨୪ରୁ ଡିସେମ୍ବର ୫ ମ୍ୟାଚ ୫୦ ପ୍ରତିଶତ ଦର୍ଶକଙ୍କୁ ଅନୁମତି ମିଳିଛି । ଉକ୍ତ ପ୍ରତିଯୋଗିତା ପ୍ରଥମେ ଆସାମର ଗୌହାଟିରେ ଆୟୋଜିତ ହେବାର ଥିଲା । ଆସାମ ସରକାର ଭକ୍ତ ପ୍ରତିଯୋଗିତାରୁ ଓହରି ଯିବା ପରେ ହକି ଇଣ୍ଡିଆ ପକ୍ଷରୁ ଓଡିଶା ସରକାରଙ୍କୁ ପ୍ରତିଯୋଗିତା ନେଇ ପ୍ରସ୍ତାବ ଦିଆଯାଇଥିଲା । କୋଭିଡ଼ ନିୟମ ଅନୁଯାୟୀ ଦର୍ଶକ ମାନଙ୍କୁ ମ୍ୟାଚ୍‌ ଦେଖିବାର ସୁଯୋଗ ମିଳିବ ।

ଭୁବନେଶ୍ବରରେ ୨୦୧୮ ପୁରୁଷ ହକି ବିଶ୍ଵକପ ସଫଳତାର ସହ ଆୟୋଜିତ ହୋଇଥିବାବେଳେ ୨୦୨୩ ସଂସ୍କରଣର ପୁରୁଷ ହକି ବିଶ୍ଵକପ ଭୁବନେଶ୍ବର ଓ ରାଉରକେଲାରେ ହେବ।

ଭୁବନେଶ୍ବରରୁ ରୁନ୍ଦ୍ର ନାରାୟଣ ଦାସ, ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

Last Updated : Sep 23, 2021, 8:32 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.