ETV Bharat / sports

ଓଡିଶାକୁ ହକି ଇଣ୍ଡିଆ ପ୍ରେସିଡେଣ୍ଟସ୍ ଆଓ୍ବାର୍ଡ; ଧନ୍ୟବାଦ ଜଣାଇଲେ ନବୀନ - Hockey India

ନୂଆଦିଲ୍ଲୀରେ ଅନୁଷ୍ଠିତ 3ୟ ହକି ଇଣ୍ଡିଆ ବାର୍ଷିକ ପୁରସ୍କାର ଉତ୍ସବରେ 2019 ବର୍ଷରେ ଉଲ୍ଲେଖନୀୟ ସଫଳତା ପାଇଁ ଓଡିଆ ସରକାରଙ୍କୁ ମିଳିଛି ସମ୍ମାନଜନକ ହକି ଇଣ୍ଡିଆ ପ୍ରେସିଡେଣ୍ଟସ୍ ଆଓ୍ବାର୍ଡ । ଅଧିକ ପଢନ୍ତୁ...

odisha-bagged-prestigious-hockey-india-presidents-award-for-outstanding-achievement-2019
ଓଡିଶାକୁ ହକି ଇଣ୍ଡିଆ ରାଷ୍ଟ୍ରପତି ପୁରସ୍କାର; ନବୀନ କହିଲେ ଥାଙ୍କ୍‌ କ୍ୟୁ
author img

By

Published : Mar 9, 2020, 7:51 PM IST

ହାଇଦ୍ରାବାଦ: କ୍ରୀଡା କ୍ଷେତ୍ରରେ ନମ୍ବର ୱାନ ଓଡିଶା । ଗୋଟେ ପରେ ଗୋଟେ ମେଗା ଇଭେଣ୍ଟ ଆୟୋଜନ କରି ଜାତୀୟ ତଥା ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ସାଉଣ୍ଟୁଥିବା ଓଡିଶା ସରକାରଙ୍କୁ ମିଳିଛି ଆଉ ଏକ ସମ୍ମାନଜନକ ପୁରସ୍କାର । ନୂଆଦିଲ୍ଲୀରେ ଅନୁଷ୍ଠିତ 3ୟ ହକି ଇଣ୍ଡିଆ ବାର୍ଷିକ ପୁରସ୍କାର ଉତ୍ସବରେ 2019 ବର୍ଷରେ ଉଲ୍ଲେଖନୀୟ ସଫଳତା ପାଇଁ ଓଡିଆ ସରକାରଙ୍କୁ ମିଳିଛି ସମ୍ମାନଜନକ ହକି ଇଣ୍ଡିଆ ପ୍ରେସିଡେଣ୍ଟସ୍ ଆଓ୍ବାର୍ଡ ।

  • Thank @thehockeyindia for the recognising #Odisha’s efforts towards building a world-class sporting ecosystem that not only enriches sporting disciplines but also transforms lives of sports persons. We remain firmly committed towards positioning #Odisha as a global hub for sports https://t.co/VXqzx9shfo

    — CMO Odisha (@CMO_Odisha) March 9, 2020 " class="align-text-top noRightClick twitterSection" data=" ">

ଓଡିଶା ସରକାରଙ୍କ ଗୃହ ବିଭାଗର ଯୁଗ୍ମ ସଚିବ ରିନା ମହାପାତ୍ର ଏହି ଉତ୍ସବରେ ଓଡିଶା ପକ୍ଷରୁ ପୁରସ୍କାର ଗ୍ରହଣ କରିଛନ୍ତି । ତେବେ ଦିଲ୍ଲୀର ଆରସି କାର୍ଯ୍ୟାଳୟରେ ଆୟୋଜିତ ହୋଇଥିଲା ଏହି କାର୍ଯ୍ୟକ୍ରମ । ପୁରସ୍କାର ବାବଦକୁ ମାନପତ୍ର, ଟ୍ରଫି ସହିତ 5 ଲକ୍ଷ ଟଙ୍କର ପୁରସ୍କାର ରାଶି ପ୍ରଦାନ କରାଯାଇଛି ।

ତେବେ ଏହି ଆଓ୍ବାର୍ଡ ମିଳିବା ପରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସି ବ୍ୟକ୍ତ କରିବା ସହ ହକି ଇଣ୍ଡିଆକୁ ଧନ୍ୟବାଦ ଦେଇଛନ୍ତି । ନବୀନ ଟ୍ବିଟ କରି ଲେଖିଛନ୍ତି, ‘ଏକ ବିଶ୍ବସ୍ତରୀୟ କ୍ରୀଡା ପରିବେଶ ଗଠନ ଦିଗରେ ଓଡିଶାର ପ୍ରୟାସକୁ ସ୍ୱୀକୃତି ଦେବା ପାଇଁ ହକି ଇଣ୍ଡିଆକୁ ଧନ୍ୟବାଦ । ଓଡିଶା କେବଳ କ୍ରୀଡା ଶୃଙ୍ଖଳାକୁ ସମୃଦ୍ଧ କରେ ନାହିଁ ବରଂ କ୍ରୀଡାବୀତଙ୍କ ଜୀବନକୁ ମଧ୍ୟ ପରିବର୍ତ୍ତନ କରିଥାଏ | କ୍ରୀଡା ପାଇଁ ଓଡିଶାକୁ ଏକ ବିଶ୍ୱସ୍ତରୀୟ ହବ୍ ଭାବରେ ସ୍ଥାନିତ କରିବାକୁ ଆମେ ଦୃଢ ଭାବେ ପ୍ରତିବଦ୍ଧ ।’

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.