ETV Bharat / sports

'ପ୍ରଥମ ଗୋଲ କରି ବହୁତ ଖୁସି' - Lilima Minz

ଅଲମ୍ପିକ ଟିକେଟ ଲଢେଇରେ ଆମେରିକା ମହିଳା ହକି ଦଳକୁ 5-1 ଗୋଲରେ ହରାଇଛି ଭାରତୀୟ ମହିଳା ହକି ଦଳ । ତେବେ ଘରୋଇ ଗ୍ରାଉଣ୍ଡରେ ଦଳ ପକ୍ଷରୁ ପ୍ରଥମ ଗୋଲ କରିଥିଲେ ଲିଲିମା ମିଞ୍ଜ ।

hockey
author img

By

Published : Nov 2, 2019, 12:39 PM IST

ଭୁବନେଶ୍ବର: ଅଲମ୍ପିକ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ ଭାରତୀୟ ମହିଳା ହକି ଦଳ ଅତିଥି ଦଳକୁ 5-1ରେ ପରାସ୍ତ କରିଛି । ତେବେ ଏହି ମ୍ୟାଚରେ ଟମ୍‌ ଇଣ୍ଡିଆ ପକ୍ଷରୁ ଓଡିଆ ଝିଅ ଲିଲିମା ମିଞ୍ଜ 28ମିନିଟିରେ ବିପକ୍ଷ ଦଳକୁ ପ୍ରଥମ ଗୋଲ୍‌ କରିଥିଲେ ।

ମ୍ୟାଚ ପରେ ଲିଲିମା କହିଛନ୍ତି ଯେ, ଦଳ ପାଇଁ ପ୍ରଥମ ଗୋଲ ମୋ ଦ୍ବାରା ହୋଇଥିବାରୁ ବହୁତ ଖୁସି ଲାଗୁଛି । ଦଳ ଭଲ ପ୍ରଦର୍ଶନ କରିଛି । 2ୟ ମ୍ୟାଚରେ ଟିମ ଆହୁରି ଭଲ ଖେଳିବ ।

ସେହିପରି ଟିମ୍‌ରେ ସାମିଲ ହୋଇଥିବା ଆଉ ଜଣେ ଓଡିଆ ଝିଅ ଦୀପଗ୍ରେସ ଏକ୍କା ଘରୋଇ ଦର୍ଶକଙ୍କ ସାମ୍ନାରେ ଖେଳି ଓ ସେମାନଙ୍କର ସମର୍ଥନ ପାଇ ବେଶ୍‌ ଖୁସି ଥିବା କହିଛନ୍ତି ।

ଏହି ମ୍ୟାଚରେ ଭାରତୀୟ ଦଳ ବିପକ୍ଷ ଦଳକୁ ଚାପରେ ପକେଇ ଦେଇଥିଲା । ଖେଳ ଶେଷରେ ଭାରତ 5-1ଗୋଲ୍‌ରେ ଆମେରିକାକୁ ମାତ୍‌ ଦେଇଥିଲା ।

ସ୍ଲଗ- ବିପୁଳ ପରିମାଣର ମଦ ଜବତ, 7ଗିରଫ
ଫର୍ମାଟ- ଏଭିଓ
ରିପୋର୍ଟ- ଜୀବନ ଜ୍ୟୋତି ନାୟକ/ ବାଲେଶ୍ୱର
ତା- 19/04/2019
ଆଙ୍କର- ବାଲେଶ୍ବର ଜିଲ୍ଲା ପ୍ରଶାସନ ନେତୃତ୍ବରେ ଜିଲ୍ଲା ଅବକାରୀ ବିଭାଗର ଭୋଗରାଇ ବ୍ଲକର ବିଭିନ୍ନ ସ୍ଥାନରେ ଚଢାଉ । ଚଢାଉ ବେଳେ ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ କରିବା ସହ ଜଣେ ମହିଳାଙ୍କ ସମେତ 7 ଜଣଙ୍କୁ ଗିରଫ କରାଯାଇଛି ।
ସୂଚନା  ମୁତାବକ, ବାଲେଶ୍ବର ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟଙ୍କ ନେତୃତ୍ବରେ ଜିଲ୍ଲା ଅବକାରୀ ବିଭାଗ ଏହି ଚଢାଉ କରିଥିଲା। ଚଢାଉରେ ଅବକାରୀ ବିଭାଗର ତିନି ଜଣ ଇନ୍ସପେକ୍ଟର, ଦୁଇ ସବ୍ ଇନ୍ସପେକ୍ଟର,ଦଶ ଜଣ ପୁରୁଷ ଓ ମହିଳା କନେଷ୍ଟବଲ ଏବଂ ପାଞ୍ଚ ଜଣ ଏପିଆର ଫୋର୍ସ ସାମିଲ ଥିଲେ । ଭୋଗରାଇ ବ୍ଲକ ଅନ୍ତର୍ଗତ ରଇପୁର,ଖଳାବାଡିଆ ବର୍ତ୍ତନା କୃଷ୍ଣନଗର ଚନ୍ଦନେଶ୍ବର ଓ ଉଦୟପୁର ଅଞ୍ଚଳରେ ଚଢାଉ କରାଯାଇ ପ୍ରାୟ 34 ପେଟି ବେଙ୍ଗଲୀ ବିଅର ବିଦେଶୀ ମଦ ବଡ ବୋତଲ 10 ଓ ଛୋଟ ବୋତଲ 10 ଏବଂ ଦେଶୀ ମହୁଲୀ ମଦ 100 ଲିଟର ଏମିତି ମୋଟ 270 ଲିଟର ମଦ ଜବତ କରାଯାଇଛି । ଏଥିସହିତ ଜଣେ ମହିଳା ଙ୍କ ସମେତ ସାତ ଜଣଙ୍କୁ ଗିରଫ କରାଯାଇଛି ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.