ETV Bharat / sports

କ୍ୟାପିଟାଲ ଫାଉଣ୍ଡେସନ ଆୱାର୍ଡ 2020 ଜିତିଲେ ଆଇଏଓ ଅଧ୍ୟକ୍ଷ ନରିନ୍ଦର ବାତ୍ରା - ଭାରତୀୟ ଅଲମ୍ପିକ ସଂଘର ଅଧ୍ୟକ୍ଷ

ଭାରତୀୟ ଅଲମ୍ପିକ ସଂଘର (ଆଇଏଓ) ଅଧ୍ୟକ୍ଷ ନରିନ୍ଦର ବାତ୍ରାଙ୍କୁ କ୍ୟାପିଟାଲ ଫାଉଣ୍ଡେସନ ଆୱାର୍ଡ 2020 ପ୍ରଦାନ କରାଗଲ । ହକି ଇଣ୍ଡିଆର ଅଧ୍ୟକ୍ଷ ଜ୍ଞାନେନ୍ଦ୍ର ନିଗୋମ୍ବାମ ନରିନ୍ଦର ବାତ୍ରାଙ୍କୁ ବେଶ ପ୍ରଶଂସା କରିଛନ୍ତି । ଅଧିକ ପଢନ୍ତୁ...

Narinder Batra
କ୍ୟାପିଟାଲ ଫାଉଣ୍ଡେସନ ଆୱାର୍ଡ 2020 ପାଇଲେ ଆଇଏଓ ଅଧ୍ୟକ୍ଷ ନରିନ୍ଦର ବାତ୍ରା
author img

By

Published : Nov 15, 2020, 8:19 PM IST

ନୂଆଦିଲ୍ଲୀ: ଭାରତୀୟ ଅଲମ୍ପିକ ସଂଘର (ଆଇଏଓ) ଅଧ୍ୟକ୍ଷ ନରିନ୍ଦର ବାତ୍ରାଙ୍କୁ କ୍ୟାପିଟାଲ ଫାଉଣ୍ଡେସନ ଆୱାର୍ଡ 2020 ପ୍ରଦାନ କରାଯାଇଛି । ତାଙ୍କୁ ଗତ ଚାରି ଦଶନ୍ଧି ଧରି କ୍ରୀଡା କ୍ଷେତ୍ରରେ ପାରଦର୍ଶିତା ଯୋଗୁଁ ଏହି ସମ୍ମାନ ପ୍ରଦାନ କରାଯାଇଛି ।

ଏହି ଆୱାର୍ଡ ପ୍ରଦାନ ଉତ୍ସବରେ ହକି ଇଣ୍ଡିଆର ଅଧ୍ୟକ୍ଷ ଜ୍ଞାନେନ୍ଦ୍ର ନିଗୋମ୍ବାମ ନରିନ୍ଦର ବାତ୍ରାଙ୍କୁ ବେଶ ପ୍ରଶଂସା କରିଛନ୍ତି । ଭାରତୀୟ କ୍ରୀଡା କ୍ଷେତ୍ରରେ ପେଶାଦାର ମନୋଭାବ ଆଣିବାରେ ତାଙ୍କର ଯଥେଷ୍ଟ ଅବଦାନ ରହିଛି ବୋଲି ହକି ଇଣ୍ଡିଆର ଅଧ୍ୟକ୍ଷ କହିଛନ୍ତି । ଅନ୍ୟ ସମସ୍ତ କ୍ରୀଡା ପ୍ରତି ମଧ୍ୟ ତାଙ୍କର ଭୂମିକା ରହିଛି ତେଣୁ ସେ ଏହି ସମ୍ମାନର ହକଦାର ବୋଲି କହିଛନ୍ତି । ନରିନ୍ଦର ବାତ୍ରା ହକି ଇଣ୍ଡିଆ ଅଧ୍ୟକ୍ଷ ଥିବା ସମୟରେ ହକି ଇଣ୍ଡିର ବହୁତ ଉନ୍ନତି କରିଛନ୍ତି । ସେ ହକି କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିବା ପାଇଁ ଗତ 3 ଦଶନ୍ଧି ଧରି କାର୍ଯ୍ୟ କରିଥିଲେ । ତାଙ୍କର କାର୍ଯ୍ୟ ଯୋଗୁଁ କ୍ରୀଡା କ୍ଷେତ୍ରରେ ବ୍ୟାପକ ଉନ୍ନତି ପରିଲକ୍ଷିତ ହୋଇଛି ।

ସେ ଜଣେ ହକି ଖେଳାଳି ରହିଥିଲେ । ଖେଳରେ ସଫଳତା ହାସଲ କରିପାନଥିଲେ କିନ୍ତୁ ପ୍ରଶାସନକି କ୍ଷେତ୍ରରେ ପାଦ ଦେବା ପାରେ ସଫଳ ହୋଇପାରିଥିଲେ । ସେ 1997ରୁ ଜମ୍ମୁ କାଶ୍ମୀର ହକି ସଂଘର ଅଧ୍ୟକ୍ଷ ହୋଇଥିଲେ । ଏହାପରେ ସେ 2005ରୁ 2013 ପର୍ଯ୍ୟନ୍ତ ଦିଲ୍ଲୀ ଜିଲ୍ଲା କ୍ରିକେଟ ସଂଘର କଷାଧ୍ୟକ୍ଷ ରହିଥିଲେ । 2014 ରୁ 2016 ପର୍ଯ୍ୟନ୍ତ ହକି ଇଣ୍ଡିଆର ସଭାପତି ରହିଥିଲେ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.